Nuapada By Election / ବାପାଙ୍କ ଆସନ ବଞ୍ଚାଇଲେ ଜୟ ଢୋଲକିଆ, ଏମାନଙ୍କୁ ଦେଲେ ବିଜୟ ଶ୍ରେୟ

Key Points
ନୂଆପଡ଼ା: ନୂଆପଡ଼ାରେ ବିଜେପିର ବିଜୟ । ସବୁଠି ଖୁସି ଓ ଉତ୍ସାହ । ନୂଆପଡ଼ା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପିର ଜୟ ଢୋଲକିଆ । ଜୟଙ୍କ ବିଶାଳ ବିଜୟ ପରେ ଭୁବନେଶ୍ଵର ବିଜେପି କାର୍ଯ୍ୟାଳୟରୁ ନେଇ ନୂଆପଡ଼ା ସବୁଠି ସେଲିବ୍ରେସନ୍ ଦେଖିବାକୁ ମିଳିଛି ।
ଉପନିର୍ବାଚନରେ ଜିତିବା ପରେ ଅର୍ଗସ୍ ନ୍ୟୁଜ୍କୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଜୟ ଢୋଲକିଆ । କହିଛନ୍ତି, "ଦିବଙ୍ଗତ ରାଜୁ ଭାଇ ଢୋଲକିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜୟ ହୋଇଛି ।"
ଏଥିସହ ପଢ଼ନ୍ତୁ: ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା
ନୂଆପଡ଼ା ଉପନିର୍ବାଚନରେ ବିଜୟ ନେଇ ଜୟ ଢୋଲକିଆ କହିଛନ୍ତି, "ନୂଆପଡ଼ାର ଲୋକେ ଯେଉଁଭଳି ଭାବେ ବାପାଙ୍କୁ ବିଶ୍ଵାସ କରିବା ସହ ଆଶୀର୍ବାଦ ଦେଉଥିଲେ । ତା'ଠୁ ଅଧିକ ବିଶ୍ଵାସ ଓ ଭଲ ପାଇବା ମୋ ପ୍ରତି ଅଜାଡ଼ି ଦେଇଛନ୍ତି । ନୂଆପଡ଼ାବାସୀଙ୍କୁ ଆଶ୍ଵାସନା ଦେଉଛି ସେମାନଙ୍କ ବିଶ୍ଵାସ କେବେ ଭାଙ୍ଗିବାକୁ ଦେବିନି ।"
ଜୟଙ୍କ ବିଜୟ ନେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରତିକ୍ରିୟା ରଖିଛନ୍ତି । ମାଳବିକା କହିଛନ୍ତି, "ବହୁତ ବହୁତ ଖୁସି ଲାଗୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରିଶ୍ରମ ଆଜି ରଙ୍ଗ ଆଣିଛି । ନୂଆପଡ଼ାବାସୀଙ୍କୁ ଧନ୍ୟବାଦ । ଆପଣମାନଙ୍କ ସହ ଆମେ ସବୁବେଳେ ରହିବୁ । ଏହା ଦଳର ବିଜୟ ।"
ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ କହିଛନ୍ତି, "ରାଜୁ ଢୋଲକିଆ ଜିତିବା ସହ ଟ୍ରିପଲ୍ ଇଞ୍ଜିନ୍ରେ ନୂଆପଡ଼ାର ସର୍ବାଙ୍ଗିନ ବିକାଶ ହେବ । ଭାଣେଜୀଙ୍କୁ ନୂଆପଡ଼ାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିକୁ ଭରସା ଓ ବିଶ୍ଵାସ ଦେଇ ନୂଆପଡ଼ାବାସୀ ଭୋଟ୍ ଦେଇଛନ୍ତି । ଆମେ ଲୋକଙ୍କ ସହ ରହି ନୂଆପଡ଼ାର ଉନ୍ନତି କରିବୁ ।"
ଏଥିସହ ପଢ଼ନ୍ତୁ: ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍ରୁ ଜୟ ଢୋଲକିଆଙ୍କ ଭୋଟ୍ ବ୍ୟବଧାନ ଅଧିକ
ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଶାଳ ବିଜୟ ହାସଲ କରିଛନ୍ତି । ୮୩ ହଜାରରୁ ଅଧିକ ଭୋଟ୍ରେ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଜୟ ଢୋଲକିଆ ।
ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସର ଘାସିରାମ ମାଝୀଙ୍କ ଠାରୁ ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି । ଜୟ ଢୋଲକିଆ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ନୂଆପଡ଼ା ଉପନିର୍ବାଚନରେ ମୋଟ ୨୯ ରାଉଣ୍ଡ ଭୋଟ୍ ଗଣତି କରାଯାଇଛି । ବିଜେପିର ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ପାଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସର ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ।
ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ହୋଇଥିଲା । ମୋହନ ମାଝୀ ସରକାରରେ ହୋଇଥିବା ପ୍ରଥମ ଉପନିର୍ବାଚନରେ ବିଜେପି ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି । ନୂଆପଡ଼ା ନିର୍ବାଚନ ଇତିହାସରେ ନୂଆ ଇତିହାସ ଲେଖିଛନ୍ତି ବିଜେପିର ଜୟ ଢୋଲକିଆ ।
📱 Get Argus News App
✨Related Topics
Explore more stories