Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Jayanarayan Mishra / 'ବିଜେଡିର ସୁପର ଲିଡର୍ କହିଛନ୍ତି ବିଧାନସଭା ଚଳେଇଦେବା ନାହିଁ'

Santosh Kumar Sahoo
Browse all articles by Santosh Kumar Sahoo
·9 months ago·1 min read
'ବିଜେଡିର ସୁପର ଲିଡର୍ କହିଛନ୍ତି ବିଧାନସଭା ଚଳେଇଦେବା ନାହିଁ'

Key Points

ବିଧାନସଭା ଅଚଳାବସ୍ଥା ନେଇ ବର୍ଷିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ବିଧାନସଭା ନେଇ ବିଜେଡିର ଆଭିମୁଖ୍ୟକୁ କଡ଼ା ସମାଲୋଚନା। ବିଧାନସଭା ଚଳାଇ ନ ଦେବାକୁ ପ୍ରଥମରୁ ଷ୍ଟ୍ରାଟେଜି କରିଥିଲା ବିଜେଡି।

ବିଧାନସଭା ଅଚଳାବସ୍ଥା ନେଇ ବିଜେଡିକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନିଶାନା । ପ୍ରଥମ ଦିନରୁ ବିଜେଡିର ଏହା ଷ୍ଟ୍ରାଟେଜି ଥିଲା ଯେ ବିଧାନସଭାକୁ ଚାଲେଇଦେବେ ନାହିଁ । ବିଜେଡି ନେତା ବିଧାନସଭା ଆସିବାକୁ ଅକ୍ଷମ । ତେଣୁ ତାଙ୍କର ସୁପର ଲିଡର ଯିଏ ଅଛନ୍ତି ସେ କହିଛନ୍ତି ବିଧାନସଭା ଚଲାଇଦେବା ନାହିଁ । ତାଙ୍କର ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ସେମାନେ ଲେଖିକି ଦିଅନ୍ତେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଅଧିକ ପଢ଼ନ୍ତୁ: କିଏ ହେବେ ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି ? ମୁହାଁମୁହିଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ

ସେହିପରି ସେ ଆହୁରି କହିଛନ୍ତି, ପ୍ରଥମ ଦିନ କଂଗ୍ରେସ ସାର ଉପରେ ମୁଲତବୀ ଆଣିଥିଲା । ସେମାନେ ଯଦି ଏତେ ଚିନ୍ତିତ ତେବେ ସେଦିନ ଆଲୋଚନା କରିଥାନ୍ତେ । ସେମାନେ ସୁପର ଲିଡରଙ୍କ ନିର୍ଦ୍ଦେଶରେ ଏପରି କରୁଛନ୍ତି । ବରିଷ୍ଠ ନେତାମାନେ ମଧ୍ୟ ଲବିରେ କହୁଛନ୍ତି ଆମେ ନିର୍ଦ୍ଦେଶ ପାଇ ଗୃହ ବନ୍ଦ କରୁଛୁ । କିନ୍ତୁ ଗୃହରେ ଚୁପ୍ ରହୁଛନ୍ତି । ଦ୍ବିତୀୟ ସ୍ଥାନ ପାଇଁ ଏହି ପ୍ରତିଯୋଗିତା ଚାଲିଛି । କିଏ ସିଲଭର କିଏ ବ୍ରୋଞ୍ଜ ପାଇଁ ଆମର କିଛି ସେଥିରେ ନାହିଁ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jaynarayan Mishra Slams BJD: Says ‘Super Leader’ Ordered Assembly Disruption | Argus News