Jhal Muri Dhamaka / କିପରି ପାଲଟିଲା ରାଜନୈତିକ ବ୍ରହାସ୍ତ୍ର? କେମିତି ଛୋଟ ପ୍ୟାକେଟ ଦେଖାଇଲା ବଡ଼ ଧମାକା?
·10 hours ago·3 min read

Key Points
ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠାରେ ରାଜନୈତିକ ଦୃଶ୍ୟପଟ୍ଟ ସିଧାସଳଖ ଲୋକ ଏବଂ ରାଜରାସ୍ତାରେ ନିର୍ଣ୍ଣୟ କରାଯାଏ, ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାଲ ମୁଢି ସହ ସିଧାସଳଖ ଯୋଡ଼ି ହେବା କୌଣସି ସାଧାରଣ କଥା ନୁହେଁ। ଏହାକୁ ଏକ ଗଭୀର ରାଜନୈତିକ ସଙ୍କେତ ଭାବରେ ଦେଖାଯାଉଛି।
Jhal Muri Factor in Bengal Election 2026: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଚର୍ଚ୍ଚାରେ ରହିଥିଲେ ଝାଲ ମୁଢି। ଯାହାର ପ୍ରଭାବ ଏବେ ନିର୍ବାଚନ ଫଳାଫଳରେ ମଧ୍ୟ ପ୍ରତିଫଳିତ ହୋଇଥିବାର ଦେଖିବାକୁ ମିଳିଛି। ଝାଲ ମୁଢି ଏଥର ବିଜେପି ପାଇଁ ବଙ୍ଗ ଅଭିଯାନ ବେଳେ ଏକ ବ୍ରହାସ୍ତ୍ର ଭାବରେ କାର୍ଯ୍ୟ କରିଥିଲା। ଏନେଇ ଦଳର କହିବା କଥା ଯେ ରାଜ୍ୟର ଝାରଗ୍ରାମ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବିଜୟ ସୁନିଶ୍ଚିତ କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ମାଷ୍ଟରଷ୍ଟ୍ରୋକ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବିଧାନସଭା ନିର୍ବାଚନ ଶେଷ ହୋଇଯିବା ପରେ ଏବେ ସମଗ୍ର ରାଜ୍ୟରେ ଝାଲ ମୁଢି ନଜର ଆସିବାରେ ଲାଗିଛି। ଏହା କେବଳ ଏକ ଖାଦ୍ୟ ନୁହେଁ ବରଂ ଦେଶର ପୂର୍ବ ଭାଗରେ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଏବେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବାକୁ ଯାଉଛି। ଏହି ନଗବଠିତ ସରକାରର ଶପଥ ଗ୍ରହଣ ସମାରୋହ ଆସନ୍ତାକାଲି (ମେ ୯) ଅନୁଷ୍ଠିତ ହେବ। ଶପଥ ଗ୍ରହଣ ଉତ୍ସବରେ ଝାଲ ମୁଢି ଷ୍ଟଲ୍ ସ୍ଥାପନ କରାଯିବାର ରହିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାଲ ମୁଢି ସହିତ ଯୋଡ଼ି ହେବା କୌଣସି ସାଧାରଣ କଥା ନୁହେଁ
ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠାରେ ରାଜନୈତିକ ଦୃଶ୍ୟପଟ୍ଟ ସିଧାସଳଖ ଲୋକ ଏବଂ ରାଜରାସ୍ତାରେ ନିର୍ଣ୍ଣୟ କରାଯାଏ, ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାଲ ମୁଢି ସହ ସିଧାସଳଖ ଯୋଡ଼ି ହେବା କୌଣସି ସାଧାରଣ କଥା ନୁହେଁ। ଏହାକୁ ଏକ ଗଭୀର ରାଜନୈତିକ ସଙ୍କେତ ଭାବରେ ଦେଖାଯାଉଛି। ଝାଲମୁରୀ ଏହାର ସୁଲଭତା ପାଇଁ ସମାଜର ସମସ୍ତ ବର୍ଗ ପାଇଁ ଏକ ପସନ୍ଦଯୋଗ୍ୟ ଖାଦ୍ୟ ହୋଇ ରହିଛି। ଝାଲ ମୁଢି ଧନୀ କିମ୍ବା ଗରିବ ଅଥବା ସହର କିମ୍ବା ଗାଁ ଗଣ୍ଡା ମଧ୍ୟରେ ପାର୍ଥକ୍ୟ କରେ ନାହିଁ। ଯେତେବେଳେ ଦେଶର ସର୍ବୋଚ୍ଚ ନେତୃତ୍ୱକୁ ଏହି ସାଧାରଣ ଖାଦ୍ୟ ସହିତ ଯୋଡ଼ି ହୋଇଯାନ୍ତି ତାହା ସମାଜକୁ ଏକ ବାର୍ତ୍ତା ପଠାଏ ଯେ ସରକାର କିମ୍ବା ପ୍ରଶାସନ ସାଧାରଣ ଲୋକଙ୍କ ଜୀବନ, ସେମାନଙ୍କର ଦୈନନ୍ଦିନ ଅଭ୍ୟାସ ଏବଂ ସେମାନଙ୍କର ବାସ୍ତବତା ସହିତ ଜଡିତ। ଏହା କ୍ଷମତା ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରାୟତଃ ଦୃଶ୍ୟମାନ ହେଉଥିବା ଦୂରତାକୁ ହ୍ରାସ କରିବାର ଏକ ପ୍ରୟାସ।
ଝାଲ ମୁଢି ପଛରେ ରହିଥିବା ରାଜନୈତିକ ବାର୍ତ୍ତା
ନିର୍ବାଚନୀ ସମୟରେ ଏପରି ଚିତ୍ର ଆହୁରି ଅଧିକ ଗୁରୁତ୍ୱ ବହନ କରିଥାଏ। ପ୍ରଥମ ଦେଖିଲେ ଏହା କୌଣସି ସାଧାରଣ ଘଟଣା ଭଳି ମନେହୁଏ। ହେଲ ଏହା ପଛରେ ରହିଥିବା ବାର୍ତ୍ତା ଅଧିକ ମର୍ମସ୍ପଶୀ ହୋଇଥାଏ। ଏହା ସରଳତା, ନମ୍ରତା ଏବଂ ତୃଣମୂଳ ସ୍ତର ସହିତ ସଂଯୋଗ ଦ୍ୱାରା ବର୍ଣ୍ଣିତ ନେତୃତ୍ୱର ପ୍ରତିଛବିକୁ ସୁଦୃଢ଼ କରେ। ଏହା ଦର୍ଶାଉଛି ଯେ କୌଣସି ଦଳର ନେତୃତ୍ୱ କେବଳ ବଡ଼ ମଞ୍ଚ ଏବଂ ଭାଷଣରେ ସୀମିତ ରହିନାହିଁ। ବରଂ ଦୈନନ୍ଦିନ ଜୀବନର ଏକ ଅଂଶ ହେବାକୁ ଚେଷ୍ଟା କରୁଛି।
ଏହା ବ୍ୟତୀତ ଝାଲମୁଢି ବିକ୍ରୟ କରୁଥିବା ଛୋଟ ବିକ୍ରେତା ଦେଶର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏପରି ମୁହୂର୍ତ୍ତରେ ଏହି ପରିଶ୍ରମୀ ଲୋକଙ୍କ ଅବଦାନକୁ ମଧ୍ୟ ସମ୍ମାନ ମିଳିଥାଏ। ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଯାହା ରାସ୍ତା କଡ଼ର ବୁଲା ବିକାଳୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ, ତାହା ଏହି ଘଟଣା ମାଧ୍ୟମରେ ମଧ୍ୟ ଅଧିକ ପ୍ରାସଙ୍ଗିକ ହୋଇଉଠେ। ଏହା ଛୋଟ ବ୍ୟବସାୟୀ ଏବଂ ଶ୍ରମିକ ବର୍ଗଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମାଜରେ ସେମାନଙ୍କ ଭୂମିକାକୁ ସ୍ୱୀକାର କରିଥାଏ।
ଏହା ସହ ପଢନ୍ତୁ: 'ଝାଲ୍ ମୁଢି ମୁଁ ଖାଇଛି ହେଲେ ଟିଏମସି ପାଟି ପୋଡି଼ଯାଉଛି'
ଝାଲମୁଢି...ସ୍ଥାନୀୟ ସଂସ୍କୃତି, ସ୍ୱାଦ ଏବଂ ପରିଚୟର ପ୍ରତୀକ
ଝାଲ ମୁଢି ଏକ ସ୍ଥାନୀୟ ଏବଂ ପାରମ୍ପରିକ ଖାଦ୍ୟ। ଯାହା 'ଭୋକାଲ୍ ଫର୍ ଲୋକାଲ' (Vocal For Local) ଏବଂ 'ଆତ୍ମନିର୍ଭର ଭାରତ' (Self Reliant India) ଭଳି ଅଭିଯାନକୁ ମଧ୍ୟ ମଜବୁତ କରିଥାଏ। ଏହା ସ୍ଥାନୀୟ ସଂସ୍କୃତି, ସ୍ୱାଦ ଏବଂ ପରିଚୟର ପ୍ରତୀକ। ପଶ୍ଚିମବଙ୍ଗର ରାଜନୀତିରେ ଏପରି ପ୍ରତୀକର ବିଶେଷ ଗୁରୁତ୍ୱ ରହିଛି। ଯାହା ସର୍ବଦା ସାଂସ୍କୃତିକ ପ୍ରତୀକ ଏବଂ ଜନଭାଗୀଦାରୀ ଦ୍ୱାରା ପ୍ରଭାବିତ ହୋଇଆସିଛି।
ଝାଲମୁଢି କେବଳ ଯେ ଏକ ଖାଦ୍ୟ ତାହା ନୁହେଁ ବରଂ ଏହା ଏକ ସହଭାଗୀ ଅଭିଜ୍ଞତା - ଯାହା ସମାଜର ବିଭିନ୍ନ ବର୍ଗକୁ ସଂଯୋଗ କରେ। ଏହା ସରଳତା, ମିତବ୍ୟୟ ଏବଂ ନବସୃଜନର ସଂସ୍କୃତିକୁ ପ୍ରତିଫଳିତ କରେ। ଏହି କାରଣରୁ ଏହିପରି ଛୋଟ ଛୋଟ ଦୃଶ୍ୟ ମଧ୍ୟ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଇଥାଏ। ଏହା ଦ୍ୱାରା ରାଜନୈତିକ ନେତୃତ୍ୱ ଏବଂ ନାଗରିକଙ୍କ ମଧ୍ୟରେ ଦୂରତା ହ୍ରାସ କରିଥାଏ।
ଝାଲମୁଢି ସହିତ ଜଡିତ ଏହି ଦୃଶ୍ୟ କେବଳ ଏକ ଖାଦ୍ୟପେୟା ସହିତ ଘଟଣା ନୁହେଁ। ବରଂ ରାଜନୀତିର ଏକ ଶୈଳୀର ପ୍ରତୀକ ଯାହା ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇଥାଏ। ଯାହା ସେମାନଙ୍କ ଭାଷା ଏବଂ ଜୀବନ ମାଧ୍ୟମରେ ଯୋଗାଯୋଗ କରେ। ଏହାକୁ ଲୋକ-କୈନ୍ଦ୍ରିକ ଶାସନର ଧାରଣାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ଦେଖାଯାଇପାରେ। ବିଜେପି ନେତୃତ୍ୱ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ଅନେକ ରଣନୀତି ଉପରେ କାମ କରୁଥିଲେ। ହେଲେ ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାଲ ମୁଢି ଖାଇବା ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ବାର୍ତ୍ତା ପାଲଟିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories