Jharkhand RS Poll 2026 June / ସଂଖ୍ୟା ବଳ ଥାଇ ଚିତପଟାଙ୍ଗ ମାରିଲା କଂଗ୍ରେସ; ବାଜି ମାରିନେଲେ ଏନଡ଼ିଏ ପ୍ରାର୍ଥୀ
·1 hour ago·2 min read

Key Points
୨୦୨୬ ରାଜ୍ୟସଭା ନିର୍ବାଚନରେ ଝାଡ଼ଖଣ୍ଡରେ କଂଗ୍ରେସ ସଂଖ୍ୟା ବଳ ଥାଇ ମଧ୍ୟ ଚିତପଟାଙ୍ଗ ମାରିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣବ ଝା ରାଜ୍ୟସଭା ନିର୍ବାଚନରେ , ଏନଡ଼ିଏ ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ପରିମଳ ନାଥୱାନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି।
Jharkhand RS Poll 2026 Result: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି। ରାଜ୍ୟରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିଲା ନିର୍ବାଚନ। ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ପରିମଳ ନାଥୱାନୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପ୍ରାର୍ଥୀ ବୈଜନାଥ ରାମ ଅନ୍ୟ ଆସନରେ ବିଜୟୀ ହୋଇଥିଲେ। ବିଧାନସଭାରେ ଯଥେଷ୍ଟ ସଂଖ୍ୟା ବଳ ରହିବା ସତ୍ତ୍ୱେ, ବିରୋଧି ମେଣ୍ଟ ଇଣ୍ଡିଆ ଏହାର ଉଭୟ ପ୍ରାର୍ଥୀଙ୍କ ପାଇଁ ବିଜୟ ସୁନିଶ୍ଚିତ କରିପାରିଲା ନାହିଁ। ନିର୍ବାଚନ ଫଳାଫଳ ବ୍ୟାପକ କ୍ରସ୍-ଭୋଟିଂ ହୋଇଥିବା ଦର୍ଶାଉଛି। ଯାହା ସିଧାସଳଖ ଏନଡି଼ଏ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲାଭ ପହଞ୍ଚାଇଛି।
ରାଜ୍ୟର ଗୋଡ଼ା ଲୋକସଭା ଆସନର ସାଂସଦ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ଏକ୍ସ ପୋଷ୍ଟ କରି କହିଛନ୍ତି, "ରାଜ୍ୟସଭା ନିର୍ବାଚନରେ ଝାଡ଼ଖଣ୍ଡରୁ ବିଜୟୀ ହୋଇଥିବାରୁ ଏନଡି଼ଏ ସମର୍ଥିତ ପ୍ରାର୍ଥୀ ପରିମଳ ନାଥୱାନୀଙ୍କୁ ଅଭିନନ୍ଦନ। " ଯିଏ ମୋଟ ୨୮ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀଙ୍କୁ କେବଳ ୨୦ ଭୋଟ ମିଳିଥିଲା। ସଂଖ୍ୟା ବଳ ଥାଇ ବିରୋଧି ମହାମେଣ୍ଟର ପ୍ରାର୍ଥୀ ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି।
ରାଜ୍ୟସଭା ନିର୍ବାଚନରେ ହୋଇଛି କ୍ରସ୍-ଭୋଟିଂ
୨୦୨୬ ଝାଡଖଣ୍ଡ ରାଜ୍ୟସଭା ନିର୍ବାଚନରେ ବ୍ୟାପକ କ୍ରସ୍ ଭୋଟିଂ ହୋଇଥିବାର ଜଣାପଡ଼ିଛି। ରାଜ୍ୟର କିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ଏବଂ ସିପିଆଇ-ମାଲେ (CPI-ML) ବିଧାୟକ ଏନଡ଼ିଏ (NDA) ସମର୍ଥିତ ପ୍ରାର୍ଥୀ ପରିମଳ ନାଥୱାନୀଙ୍କ ସପକ୍ଷରେ ଭୋଟ ଦେଇଥିଲେ। ୪ ଜଣ ଆରଜେଡ଼ି (RJD) ଏବଂ ୨ ଜଣ ସିପିଆଇ-ମାଲେ ବିଧାୟକ ଗୃହର ସଭ୍ୟ ଅଛନ୍ତି, ସେମାନଙ୍କ ଭୋଟ ଏନଡ଼ିଏ ପ୍ରାର୍ଥୀ ନାଥୱାନୀଙ୍କୁ ମିଳିଛି। କେବଳ ସେତିକି ନୁହେଁ ୪ ଜଣ ଜେଏମଏମ (JMM) ବିଧାୟକଙ୍କ ସମର୍ଥନ (ଭୋଟ୍) ପରିମଳ ନାଥୱାନୀ ପାଇଛନ୍ତି।
ଏହା ସହ ପଢନ୍ତୁ: ଝାଡ଼ଖଣ୍ଡ-ମିଜୋରାମ ରେ ହୋଇଛି ଲଢେଇ; ଜାଣନ୍ତୁ କାହିଁକି?
ବର୍ତ୍ତମାନ ଝାଡ଼ଖଣ୍ଡ ବିଧାନସଭାରେ ଶାସକ ମେଣ୍ଟ ମହାଗଠବନ୍ଧନରେ ୩୪ ଜେଏମଏମ୍, ୧୬ କଂଗ୍ରେସ, ୪ ଆରେଜଡ଼ି ଏବଂ ୨ ସିପିଆଇ-ମାଲେ ବିଧାୟକ ସାମିଲ ଅଛନ୍ତି। ଭୋଟ ଗଣତି ବେଳେ ଜଣା ପଡ଼ିଥିଲା ଜେଏମଏମ ପ୍ରାର୍ଥୀ ବୈଜନାଥ ରାମ ୩୦ ଭୋଟ ପାଇଥିଲେ। ସେହିପରି ଏନଡ଼ିଏ ପ୍ରାର୍ଥୀ ପରିମଳ ନାଥୱାନୀଙ୍କୁ ୨୮ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ପ୍ରଣବ ଝା ୨୦ ଭୋଟ ପାଇଥିଲେ। ସେହିପରି ତିନୋଟି ଭୋଟ ଅବୈଧ ଘୋଷିତ ହୋଇଥିଲା।
ସାମ୍ନାକୁ ଆସିଲା ପରିମଳ ନାଥୱାନୀ
ରାଜ୍ୟସଭା ନିର୍ବାଚନରେ ବାଜିମାତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଏନଡ଼ିଏ ପ୍ରାର୍ଥୀ ପରିମଳ ନାଥୱାନୀ। ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରି ଲେଖିଛନ୍ତି, "ରାଜ୍ୟସଭା ସଦସ୍ୟ ଭାବରେ ଚତୁର୍ଥ ଥର ପାଇଁ ସେବା କରିବାର ସୁଯୋଗ ପାଇଁ ମୁଁ ଗଭୀର କୃତଜ୍ଞ। ଏହି ମୁହୂର୍ତ୍ତ ମୋ ପାଇଁ ବହୁତ ଭାବପ୍ରବଣ। କାରଣ ଝାଡ଼ଖଣ୍ଡରୁ ମୋର ତୃତୀୟ ପାଳି ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହେବ। ଯେଉଁ ଭୂମିରୁ ମୁଁ ଗତ ୨୦୦୮ ବର୍ଷରେ ମୋର ସଂସଦୀୟ ଯାତ୍ରା ଆରମ୍ଭ ହୋଇଥିଲା। ପୁଣି ଥରେ ମୁଁ ମୋ କର୍ମଭୂମିକୁ ଫେରିବା ମୋ ପାଇଁ ବହୁତ ଗର୍ବ ଏବଂ ବିନମ୍ରତାର ବିଷୟ।"
ପରିମଳ ନାଥୱାନୀ କିଏ?
ପରିମଳ ନାଥୱାନୀ ଜଣେ ରାଜ୍ୟସଭା ସାଂସଦ। ସେ ୨୦୦୮-୧୪ ଏବଂ ୨୦୧୪-୨୦ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଏବଂ ୨୦୨୦-୨୬ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ଏହା ତାଙ୍କର ଚତୁର୍ଥ ରାଜ୍ୟସଭା ନିର୍ବାଚନ (୨୦୨୬-୩୨)। ନାଥୱାନୀ ଗୁଜରାଟ କ୍ରିକେଟ୍ ଏବଂ ଫୁଟବଲ୍ ସଂଘର ଶୀର୍ଷ ପଦବୀରେ ରହି ସାରିଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ କର୍ପୋରେଟ୍ ବ୍ୟାପାର ନିର୍ଦ୍ଦେଶକ ଏବଂ ମୁକେଶ ଅମ୍ବାନୀଙ୍କ ନିକଟତମ ସହଯୋଗୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories