Rajya Sabha Election 2026 June / ଝାଡ଼ଖଣ୍ଡ-ମିଜୋରାମ ରେ ହୋଇଛି ଲଢେଇ; ଜାଣନ୍ତୁ କାହିଁକି?
·1 hour ago·2 min read

Key Points
ନିର୍ବାଚନ କମିଶନ ୨୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଯେଉଁଥିରେ ୨୪ଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଏବଂ ୨ଟି ଆସନ ପାଇଁ ଉପନିର୍ବାଚନ ଅନ୍ତର୍ଭୁକ୍ତ ଥିଲା।
RS Poll 2026 Fight Jharkhand-Mizoram: ଚଳିତ ମାସରେ ମୋଟ ୨୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଯାହା ମଧ୍ୟରୁ ୧୦ ରାଜ୍ୟର ୨୪ ଆସନ ପାଇଁ ଅନୁଷ୍ଠିତ ହେବ ଦ୍ୱିବାର୍ଷିକ ନିର୍ବାଚନ। ସେହିପରି ଦୁଇଟି ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ। ରାଜ୍ୟ ଅନୁସାରେ ଆନ୍ଧ୍ର ପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର ଚାରୋଟି ଲେଖାଁଏ ଆସନ, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନର ପ୍ରତ୍ୟେକ ତିନୋଟି ଆସନ, ଝାଡ଼ଖଣ୍ଡର ଦୁଇଟି ଆସନ ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ। ଏହି ୨୪ ଆସନ ମଧ୍ୟରୁ ଅଧିକାଂଶରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
କେଉଁଠି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରାର୍ଥୀ?
ଆନ୍ଧ୍ର ପ୍ରଦେଶରେ ଶାସକ ଏନଡ଼ିଏ ମେଣ୍ଟର ନେତୃତ୍ୱ ନେଉଥିବା ଟିଡି଼ପି (TDP) ୩ ଏବଂ ଏହାର ମେଣ୍ଟ ସହଯୋଗୀ ଜେଏସପି (JSP) ଗୋଟିଏ ଆସନ ପାଇଥିଲା। ସେହିପରି ଗୁଜୁରାଟରେ ବିଜେପି ସମସ୍ତ ୪ ଆସନ ହାତେଇ ନେଇଥିଲା। ମଧ୍ୟ ପ୍ରଦେଶରେ ମଧ୍ୟ ବିଜେପି ସମସ୍ତ ୩ ଆସନ ହାତେଇ ନେଇଥିଲା। ସେହିପରି ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ଗୋଟିଏ ଲେଖାଁଏ ଆସନ ବିଜେପି ଖାତାକୁ ଯାଇଥିଲା। ମେଘାଳୟରେ ଏନପିପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନରେ ବିଜେପି ୨ ଏବଂ କଂଗ୍ରେସ ଗୋଟିଏ ଆସନ ହାତେଇଛି।। କର୍ଣ୍ଣାଟକରେ କଂଗ୍ରେସ ୩ ଏବଂ ବିଜେପି ଗୋଟିଏ ଆସନ ପାଇଛି।
ଏହା ସହ ପଢନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା
କେଉଁଠାରେ ଅନୁଷ୍ଠିତ ହେବ ନିର୍ବାଚନ?
ରାଜ୍ୟସଭା ନିର୍ବାଚନରେ ଝାଡ଼ଖଣ୍ଡରେ ମତଦାନ ହେବା ଭଳି ପରିସ୍ଥିତ ଉପୁଜିଛି। କାରଣ ରାଜ୍ୟର ୨ ଆସନ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ମିଜୋରାମରେ ୨ ଜଣ ପ୍ରାର୍ଥୀ ଗୋଟିଏ ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ବ୍ୟତୀତ ଅନ୍ୟ ଦୁଇଟି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଏନସିପି ମହାରାଷ୍ଟ୍ର ଆସନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛି। ସେହିପରି କଂଗ୍ରେସ ତାମିଲନାଡୁର ଗୋଟିଏ ଆସନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛି।
ମିଜୋରାମରେ ଗୋଟିଏ ଆସନ ପାଇଁ ଲଢୁଛନ୍ତି ୨ ଜଣ ପ୍ରାର୍ଥୀ
ମିଜୋରାମର ଏକମାତ୍ର ରାଜ୍ୟସଭା ଆସନ ପାଇଁ ଗୁରୁବାର ମତଦାନ ଅନୁଷ୍ଠିତ ହେଉଛି। ବିଜେପି ଏବଂ କଂଗ୍ରେସ ମତାଦାନରୁ ଅନୁପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥରର ରାଜ୍ୟସଭା ନିର୍ବାଚନରେ ୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶାସକ ଜୋରାମ ପିପୁଲ୍ସ ମୁଭମେଣ୍ଟ (ZPM) ପକ୍ଷରୁ ଦଳର ମୁଖପାତ୍ର ଲାଲତଲୁଆଙ୍ଗକିମା ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ (MNF) ପକ୍ଷରୁ ଓକିଲ ଏବଂ ଲେଖକ ଜୋଥାନସାଙ୍ଗି ହମାର ପ୍ରାାର୍ଥୀ ହୋଇଛନ୍ତି।
ଏହା ସହ ପଢନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ଅଣ୍ଟାଭିଡ଼ିଲା ବିଜେପି; ଖୁବ ଶୀଘ୍ର ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା
ଝାଡ଼ଖଣ୍ଡରେ କେଉଁଠି ଫସିଛି ରାଜ୍ୟସଭା ପେଞ୍ଚ
ଝାଡ଼ଖଣ୍ଡରେ ଦୁଇଟି ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ହେବାର ଗୋଟିଏ ଦିନ ପୂର୍ବରୁ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ଉଭୟ ଶାସକ-ବିରୋଧି ମେଣ୍ଟ ସେମାନଙ୍କ ବିଧାୟକଙ୍କୁ ନେଇ ସେମାନଙ୍କର ଦଳୀୟ ନିର୍ବାଚନ ରଣନୀତି ଚୂଡ଼ାନ୍ତ କରିବା ପାଇଁ ବିଭିନ୍ନ ହୋଟେଲ ଠାରେ ବୈଠକ କରିଥିଲେ। ଝାଡ଼ଖଣ୍ଡରେ ୩ ଜଣ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପକ୍ଷରୁ ବୈଦ୍ୟନାଥ ରାମ, ମେଣ୍ଟ ସହଯୋଗୀ କଂଗ୍ରେସ ପକ୍ଷରୁ ପ୍ରଣବ ଝା, ବିରୋଧି ଏନଡ଼ିଏ ମେଣ୍ଟ ପକ୍ଷରୁ ସ୍ୱାଧୀନ ପ୍ରାର୍ଥୀ ପରିମଳ ନଥୱାନି ମଧ୍ୟ ଦୌଡ଼ରେ ସାମିଲ ହୋଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories