Videos
|
Politics

Iltija Mufti JK Police case / କିଏ ଏହି ଇଲତିଜା ମୁଫତି? ଯାହାଙ୍କ ଲାଳ ନମୁନା ଏବଂ ଦାନ୍ତ ମାପ ନେବ ପୋଲିସ

Subhramjit Ray
Browse all articles by Subhramjit Ray
·1 hour ago·2 min read
କିଏ ଏହି ଇଲତିଜା ମୁଫତି? ଯାହାଙ୍କ ଲାଳ ନମୁନା ଏବଂ ଦାନ୍ତ ମାପ ନେବ ପୋଲିସ
Iltija Mufti Case

Key Points

ଗତ ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ଏସ୍କେ ପାର୍କରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଏବଂ ଇଲତିଜା ମୁଫତି ଏକ ପ୍ରତିବାଦର ନେତୃତ୍ୱ ନେଇଥିଲେ। ପ୍ରଦର୍ଶନ ସମୟରେ, ପ୍ରଦର୍ଶନକାରୀଙ୍କ ଏକ ଗୋଷ୍ଠୀ ରେସିଡେନ୍ସି ରୋଡ୍ ଅବରୋଧ କରିଥିବା ଅଭିଯୋଗ ହୋଇଛି।
Forensic dental examination J&K police case:  ଶ୍ରୀନଗର ପୋଲିସ ପିଡିପି (PDP) ନେତ୍ରୀ ଇଲତିଜା ମୁଫତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ଶ୍ରୀନଗର ଠାରେ ଏକ ପ୍ରତିବାଦ ସମୟରେ ସେ ଜଣେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଏକ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାର ହୋଇଥିବା ତଦନ୍ତର ଅଂଶ ସ୍ୱରୂପ, ପୋଲିସ ତାଙ୍କୁ ଗତକାଲି (ଅଗଷ୍ଟ ୭) କୋଠିବାଗ ଥାନାରେ ହାଜର ହେବାକୁ ସମନ କରିଥିଲା।

କ'ଣ ରହିଛି ପୁରା ଘଟଣାକ୍ରମ?
ସୂତ୍ର ଅନୁଯାୟୀ, ପିଡିପି (Peoples Democratic Party) ଅଧ୍ୟକ୍ଷା ମେହବୁବା ମୁଫତି (PDP Chief Mehbooba Mufti) ଏବଂ ଇଲତିଜା ମୁଫତି (Iltija Mufti) ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ଏସକେ ପାର୍କ ଠାରେ ଆୟୋଜିତ ହୋଇଥିବା ଏକ ପ୍ରତିବାଦର ନେତୃତ୍ୱ ନେଇଥିଲେ। ପ୍ରତିବାଦ ସମୟରେ, ପ୍ରଦର୍ଶନକାରୀଙ୍କ ଏକ ଗୋଷ୍ଠୀ ରେସିଡେନ୍ସି ରୋଡ୍ ଅବରୋଧ କରି ଲାଲ ଚୌକ ଅଭିମୁଖେ ପଦଯାତ୍ରା କରି ପ୍ରତିବନ୍ଧକ ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ବାହିନୀକୁ ଏହି ଘଟଣାର ହସ୍ତକ୍ଷେପ କରିବାକୁ ପଡ଼ିୁଥିଲା।

ସୂତ୍ରରୁ ମିଳିଥିବା ଅନୁଯାୟୀ ଘଟଣାସ୍ଥଳରେ ପୁରୁଷ ଏବଂ ମହିଳା ପୋଲିସ କର୍ମଚାରୀଙ୍କ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରାଯାଇଥିଲା। ପ୍ରତିବାଦକାରୀଙ୍କୁ ଶାନ୍ତି ବଜାୟ ରଖିବା ଏବଂ ଆଇନଗତ ନିର୍ଦ୍ଦେଶ ପାଳନ କରିବାକୁ ବାରମ୍ବାର ଅପିଲ କରାଯାଇଥିଲା। ହେଲେ ତଥାପି, ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ୱେ, କିଛି ପ୍ରଦର୍ଶନକାରୀ ପୋଲିସ ବ୍ୟାରିକେଡ୍ ଭାଙ୍ଗି ସୁରକ୍ଷା ବାହିନୀକୁ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାରୁ ବାଧା ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ଏହା ସହ ପଢନ୍ତୁ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ; ଲସ୍କର ନେଟୱାର୍କ ସହ ଲିଙ୍କ୍ ରହିଥିବାର ହେଉଛି ଦାବି

କାହିଁକି ନିଆଯିବ ଦାନ୍ତ ଏବଂ ଲାଳ ନମୁନା?
ପଦଯାତ୍ରା ପରେ ହୋଇଥିବା ଝଗଡ଼ା ସମୟରେ, ପୋଲିସ ଅଭିଯୋଗ କରିଛି ଯେ ଇଲତିଜା ମୁଫତି ଜଣେ ପୋଲିସ ଅଧିକାରୀଙ୍କୁ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ତାଙ୍କ ସହ ମାରପିଟ୍ କରିଥିଲେ। ସେ ଅଧିକାରୀଙ୍କୁ ଧରି ତାଙ୍କ ହାତକୁ କାମୁଡ଼ି ଦେଇ ତାଙ୍କୁ ରକ୍ତାକ୍ତ ଆଘାତ କରି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଛି। ଆହତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଏଥିରେ କ୍ଷତ ଚିକିତ୍ସା, ଟିଟାନସ୍ ପ୍ରତିରୋଧ, ଟିକାକରଣ ଏବଂ ପ୍ରୋଟୋକଲ ଅନୁଯାୟୀ ଅନ୍ୟାନ୍ୟ ଆବଶ୍ୟକୀୟ ସତର୍କତା ଅନ୍ତର୍ଭୂକ୍ତ ରହିଥିଲା। ସୂତ୍ର ଏହା ମଧ୍ୟ କହୁଛି ଯେ ପୋଲିସ ଏହି ଘଟଣାରେ ତଦନ୍ତ ପାଇଁ ତାଙ୍କ ଲାଳ ନମୁନା ସଂଗ୍ରହ କରିବ ଏବଂ ତାଙ୍କ ଦାନ୍ତ ମାପ ମଧ୍ୟ ନେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: