Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ସେ ମୋତେ ବାରମ୍ବାର...'; କଲ୍ୟାଣ ବାନାର୍ଜୀଙ୍କ ଉପରେ ଫାୟାର୍ କାକୋଲି ଘୋଷ

Politics

TMC Internal Crisis / 'ସେ ମୋତେ ବାରମ୍ବାର...'; କଲ୍ୟାଣ ବାନାର୍ଜୀଙ୍କ ଉପରେ ଫାୟାର୍ କାକୋଲି ଘୋଷ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
'ସେ ମୋତେ ବାରମ୍ବାର...'; କଲ୍ୟାଣ ବାନାର୍ଜୀଙ୍କ ଉପରେ ଫାୟାର୍ କାକୋଲି ଘୋଷ
TMC Conflict

Key Points

ଟିଏମସି ନେତାଙ୍କ ମଧ୍ୟରେ ଗଣ୍ଡଗୋଳ
ଟେନସନରେ ପଡିଲେଣି ଦିଦି
କଲ୍ୟାଣଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କାକୋଲି
ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କାକୋଲି ଘୋଷ ଦସ୍ତିଦାର ଓ ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ ମୁହାଁମୁହିଁ । ଦଳର ବରିଷ୍ଠ ନେତା ତଥା ମମତାଙ୍କ ନିକଟତମ ନେତା କଲ୍ୟାଣଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କାକୋଲି । ଏପରିକି ଟିଏମସି ସାଂସଦ କାକୋଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି କଲ୍ୟାଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । କଲ୍ୟାଣ ତାଙ୍କୁ ବାରମ୍ବାର ଦୁର୍ବବ୍ୟବହାର କରିଆସୁଥିବା ସେ ଅଭିଯୋଗ କରିଛନ୍ତି ।

ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ କାକୋଲି ଉଲ୍ଲେଖ କରିଛନ୍ତି ଯେ AITCର ଲୋକସଭା ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ଔପଚାରିକ ଅଭିଯୋଗ ପାଇଁ ସେ ଅନୁମତି ଚାହୁଁଛନ୍ତି, ଯିଏକି ଲୋକସଭାରେ ବାରମ୍ବାର ତାଙ୍କୁ ମୌଖିକ ଭାବେ ଅପମାନ କରିଛନ୍ତି । କଲ୍ୟାଣଙ୍କ ବ୍ୟବହାର କେବଳ ତାଙ୍କ ପ୍ରତି ନୁହେଁ, ବରଂ ଅନ୍ୟ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଓ ଅସମ୍ମାନଜନକ ବୋଲି ସେ କହିଛନ୍ତି । କଲ୍ୟାଣଙ୍କ ଏହି ମହିଳା ବିରୋଧୀ ଆଚରଣ ଯୋଗୁଁ ତାଙ୍କୁ କଡ଼ା ଦଣ୍ଡ ମିଳିବା ଉଚିତ ବୋଲି ଦାବି କରିଛନ୍ତି କାକୋଲି ।

  • ସମସ୍ତ ପଦରୁ ଦେଲେ ଇସ୍ତଫା
ଟିଏମସିର ବରିଷ୍ଠ ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ନେତୃତ୍ଵଙ୍କ ବିରୋଧରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ସହ ସଂଗଠନର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗର ବାରାସାତ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୪ଥର ସାଂସଦ ଥିବା କାକୋଲି ରାଜ୍ୟ ସଭାପତି ସୁବ୍ରତ ବକ୍ସିଙ୍କୁ ଏକ ଚିଠି ଲେଖି ମହିଳା ଶାଖାର ଜାତୀୟ ସଭାପତି ଦାୟିତ୍ଵରୁ ତାଙ୍କୁ ମୁକ୍ତ କରିବା ଲାଗି ଅପିଲ୍ କରିଛନ୍ତି । ତଥାପି କାକୋଲି ସ୍ପଷ୍ଟ କରିଛନ୍ତି ଯେ ସେ ଦଳ ଛାଡୁନାହାନ୍ତି, ମାତ୍ର ଜଣେ ସାମାନ୍ୟ କର୍ମୀ ଭାବେ କାମ କରିବାକୁ ଚାହୁଁଛନ୍ତି ।


  • ସାଙ୍ଘାତିକ ଅଭିଯୋଗ ଆଣିଲେ କାକୋଲି
ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ରାସନ ଦୁର୍ନୀତି, ନିଯୁକ୍ତିରେ ଅନିୟମିତତା ଓ ଭ୍ରଷ୍ଟାଚାର ଅଭିଯୋଗ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଯେ ଏସୁବୁରୁ ସେ ବହୁତ ଚିନ୍ତିତ । ବିଶେଷ କରି ଆରଜିକର ମେଡିକାଲ କଲେଜରେ ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା ତାଙ୍କୁ ବେଶ ପ୍ରଭାବିତ କରିଛି । ସେ ନିଜ ଦଳରେ ଅଗଣତାନ୍ତ୍ରିକ ଓ ଅଯୋଗ୍ୟଙ୍କ ହସ୍ତକ୍ଷେପ ହେଉଥିବା ଅଭିଯୋଗ ଆଣିଛନ୍ତି । ନିକଟରେ ସେ ଦଳର ଅନେକ ମୁଖ୍ୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ।

ପଢନ୍ତୁ ଏହି ଖବର: ବିଜେପି ଆସିଲେ ମାଛ ମିଳିବନି କହିଥିଲେ ମମତା; ୪୦୦ କାଉଣ୍ଟରରେ ମାଛଭାତ ଖୁଆଇବେ ଶୁଭେନ୍ଦୁ

  • କାକୋଲିଙ୍କଠାରୁ ଦାୟିତ୍ଵ ଛଡ଼ାଇନେଇଥିଲା TMC
୨୦୨୬ ବିଧାନସଭା ନିର୍ବାଚନ ରେଜଲ୍ଟ ପରେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଦଳର ସଂସଦୀୟ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଣି କାକୋଲି ଘୋଷଙ୍କୁ ଲୋକସଭା ମୁଖ୍ୟ ସଚେତକ ପଦରୁ ହଟାଇ କଲ୍ୟାଣ ବାନାର୍ଜୀଙ୍କୁ ସେହି ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଦାୟିତ୍ଵ ଛଡ଼ାଇ ନେବାପରେ କାକୋଲି ଘୋଷ ଟିଏମସି ଉପରେ କ୍ଷୁବ୍ଧ ଅଛନ୍ତି । ମମତା ବାନାର୍ଜୀଙ୍କ ଏହି ପଦକ୍ଷେପ ଘୋଷଙ୍କୁ ଆଘାତ ଏବଂ କ୍ରୋଧିତ କରିଥିଲା । ଘୋଷ ସୋସିଆଲ ମିଡିଆରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ସେହି ଦିନଠାରୁ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ ଏବଂ ଅସନ୍ତୋଷର ଖବର ସାମ୍ନାକୁ ଆସୁଛି । ଏବେ ଲୋକସଭା ବାଚସ୍ପତିଙ୍କ ନିକଟରେ କାକୋଲି ଘୋଷଙ୍କ ଅଭିଯୋଗ ଟିଏମସିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପ୍ରଶ୍ନ ଉଠାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kakoli Ghosh Dastidar Accuses Kalyan Banerjee of Verbal Abuse in Letter to Om Birla | Argus News