Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ଆସିଲେ ମାଛ ମିଳିବନି କହିଥିଲେ ମମତା; ୪୦୦ କାଉଣ୍ଟରରେ ମାଛଭାତ ଖୁଆଇବେ ଶୁଭେନ୍ଦୁ

Politics

Suvendu Adhikari / ବିଜେପି ଆସିଲେ ମାଛ ମିଳିବନି କହିଥିଲେ ମମତା; ୪୦୦ କାଉଣ୍ଟରରେ ମାଛଭାତ ଖୁଆଇବେ ଶୁଭେନ୍ଦୁ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଜେପି ଆସିଲେ ମାଛ ମିଳିବନି କହିଥିଲେ ମମତା; ୪୦୦ କାଉଣ୍ଟରରେ ମାଛଭାତ ଖୁଆଇବେ ଶୁଭେନ୍ଦୁ
Suvendu Adhikari

Key Points

ପଶ୍ଚିମବଙ୍ଗରେ ମାଛଭାତକୁ ନେଇ ବଡ଼ ନିଷ୍ପତ୍ତି
୫ଟଙ୍କାରେ ୪୦୦ କାଉଣ୍ଟରରେ ମିଳିବ ମାଛଭାତ
ରାଜ୍ୟରେ ମାଛ ମିଳିବନି ବୋଲି ଡରେଇଥିଲେ ଦିଦି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ 'ମାଛ-ଭାତ' ଏକ ବଡ଼ ପ୍ରସଙ୍ଗ ଥିଲା । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦାବି କରିଥିଲେ ଯେ ଯଦି ରାଜ୍ୟରେ ବିଜେପି ସରକାର ଆଶୁଛି, ତେବେ ମାଛ ଭାତକୁ ବ୍ୟାନ୍ କରିଦିଆଯିବ । କିନ୍ତୁ ରାଜ୍ୟରେ ପ୍ରଥମ ଥର ବିଜେପି ଆସିଥିବାବେଳେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏବେ ମାଛଭାତକୁ ନେଇ ସିଏମ ଶୁଭେନ୍ଦୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସରକାର ଏଣିକି ରାଜ୍ୟର ୪୦୦ଟି କ୍ୟାଣ୍ଟିନରେ ୫ଟଙ୍କାରେ ମାଛ ଭାତ ପରଷିବ ବୋଲି ସେ ଘୋଷଣା କରିଛନ୍ତି ।

ଶୁଭେନ୍ଦୁ ସରକାରଙ୍କ ଏହି ନିଷ୍ପତ୍ତି ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ଵପୂର୍ଣ୍ଣ, କାରଣ ପଶ୍ଚିମବଙ୍ଗ ସଂସ୍କୃତିରେ ମାଛକୁ ବେଶ ଗୁରୁତ୍ଵ ଦିଆଯାଏ । ଏବେ ସରକାର କେବଳ ୫ଟଙ୍କାରେ ମାଛ ଭାତ ଦେବାକୁ ଘୋଷଣା କରିଛନ୍ତି, ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । କଲ୍ୟାଣୀରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ କହିଥିଲେ ଯେ ରାଜ୍ୟରେ ଥିବା ସମସ୍ତ କ୍ୟାଣ୍ଟିନରେ ସରକାରଙ୍କ ପକ୍ଷରୁ ସବସିଡିଯୁକ୍ତ ଖାଦ୍ୟ (ସରକାରଙ୍କ ପକ୍ଷରୁ ଅତି କମ ଦାମରେ ଯୋଗାଯାଉଥିବା ଖାଦ୍ୟ) ଯୋଗଇଦିଆଯିବ, ଯାହାର ମୂଲ୍ୟ ମାତ୍ର ୫ଟଙ୍କା ରହିବ ।

  • କଣ ଶୁଭେନ୍ଦୁ ସରକାରଙ୍କ ଯୋଜନା ?
କୁହାଯାଉଛି ଯେ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ଶୁଭେନ୍ଦୁ ଅଧିକାରୀ ଏହି ଯୋଜନା ଉପରେ କାମ କରିବା ଆରମ୍ଭ କରିଥିଲେ । ମମତା ସରକାରଙ୍କ ସମୟରେ ୫ଟଙ୍କାରେ ଅଣ୍ଡା-ଭାତ ଦିଆଯାଉଥିଲା, କିନ୍ତୁ ଏବେ ସମାନ ମୂଲ୍ୟରେ ମାଛ ଭାତ ଦିଆଯିବ । ମମତା ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟରେ ନିର୍ମିତ ସରକାରୀ କ୍ୟାଣ୍ଟିନରେ ଦିନ ମଜୁରିଆ, ଶ୍ରମିକ, ଅଟୋବାଲା ଓ ଗରିବ ଲୋକଙ୍କୁ ଏହି କ୍ୟାଣ୍ଟିନରେ ଅଣ୍ଡାଭାତ ଦିଆଯାଉଥିଲା । ଏବେ ଶୁଭେନ୍ଦୁ ସରକାର ରାଜ୍ୟର ୪୦୦ଟି କ୍ୟାଣ୍ଟିନରେ ମାଛଭାତ ପରଷିବେ ବୋଲି ଘୋଷଣା କରିଛନ୍ତି ।

ପଢନ୍ତୁ ଏହି ଖବର: ଏଣିକି ବକ୍ରି ଇଦରେ ବଙ୍ଗରେ କେବଳ ୧ ଦିନ ଛୁଟି; ପୂର୍ବରୁ ଏତିକି ଦିନ ଛୁଟି ଦେଉଥିଲେ ମମତା

  • ବିଜେପି ଆସିଲେ ମାଛ ମିଳିବନି ବୋଲି ଡରେଇଥିଲେ ମମତା
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମାଛ ଏକ ରାଜନୈତିକ ପ୍ରସଙ୍ଗ ଥିଲା । ତତ୍କାଳୀନ ଟିଏମସି ସରକାରର ମୁଖିଆ ମମତା ବାନାର୍ଜୀ ମାଂସ ଓ ମାଛ ଖାଇବାକୁ ନେଇ ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି କରିଥିଲେ । ଦିଦି ଅନେକ ନିର୍ବାଚନୀ ରାଲିରେ ଅଭିଯୋଗ କରିଥିଲେ ଯେ ଯଦି ବିଜେପି ରାଜ୍ୟରେ ସରକାର ଗଢୁଛି, ତେବେ ମାଛ, ମାଂସ ଓ ଅଣ୍ଡା ଖାଇବା ଉପରେ ବ୍ୟାନ୍ ଲଗାଯିବ । ଏହାପରେ ବିଜେପିର ଅନେକ ନେତା ଏପରି କିଛି ହେବ ନାହିଁ ବୋଲି ରାଜ୍ୟବାସୀଙ୍କୁ ଭରସା ଦେଇଥିଲେ । ଏପରିକି ବିଜେପି ସାଂସଦ ରବି କିଶନ କହିଥିଲେ ଯେ ପଶ୍ଚିମବଙ୍ଗବାସୀ ମେ ୪ ତାରିଖ ପରେ ୪ ଗୁଣା ଅଧିକ ମାଛ ଭାତ ଖାଇବେ । ଆଉ ଏବେ ୪୦୦ ସରକାରୀ କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ ଭାତ ଖୁଆଇବେ ଶୁଭେନ୍ଦୁ ସରକାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Suvendu Adhikari Promises Rs 5 Fish-Rice Meals At 400 Dedicated Canteens | Argus News