Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସେହି ୩ ମୁଖ୍ୟମନ୍ତ୍ରୀ; ଯିଏ ପୂରଣ କରିଛନ୍ତି ୫ ବର୍ଷର କାର୍ଯ୍ୟକାଳ

Politics

Karnataka CM Tenure / ସେହି ୩ ମୁଖ୍ୟମନ୍ତ୍ରୀ; ଯିଏ ପୂରଣ କରିଛନ୍ତି ୫ ବର୍ଷର କାର୍ଯ୍ୟକାଳ

Subhramjit Ray
Browse all articles by Subhramjit Ray
·4 hours ago·3 min read
ସେହି ୩ ମୁଖ୍ୟମନ୍ତ୍ରୀ; ଯିଏ ପୂରଣ କରିଛନ୍ତି ୫ ବର୍ଷର କାର୍ଯ୍ୟକାଳ
Karnataka CM Tenure

Key Points

କର୍ଣ୍ଣାଟକର ରାଜନୈତିକ ଇତିହାସରେ କେବଳ ମାତ୍ର ଏପରି ୩ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ତାଙ୍କର ୫ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି।
Karnataka CM full term list: ବହୁ ଛକାପଞ୍ଝା ମଧ୍ୟରେ ଗୁରୁବାର (ମେ ୨୮) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧରମୈୟା। ତାଙ୍କ ଇସ୍ତଫା ପରେ କର୍ଣ୍ଣଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି। ହେଲେ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଦ୍ୱିତୀୟ ପାଳି କାର୍ଯ୍ୟକାଳକୁ (୫ ବର୍ଷ) ପୂରଣ କରି ପାରିନାହାଁନ୍ତି। ତାଙ୍କ ଇସ୍ତଫା ସହିତ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ କ୍ଷମତା ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବ।

ହେଲେ ଏହା ପ୍ରଥମ ଥର ପାଇଁ ହୋଇ ନାହିଁ, ଯେତେବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କର ୫ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ସଫଳ ହୋଇନାହାଁନ୍ତି। ପୂର୍ବରୁ ମଧ୍ୟ ରାଜ୍ୟର ରାଜନୈତିକ ଇତିହାସରେ ଏପରି ଘଟଣାକ୍ରମ ଦେଖିବାକୁ ମିଳିସାରିଛି। ମେଣ୍ଟ ଭାଙ୍ଗିବା, ଦଳତ୍ୟାଗ, ଗୋଷ୍ଠୀ ବିବାଦ, ଦିଲ୍ଲୀରୁ ହୋଇଥିବା ହସ୍ତକ୍ଷେପ ଏବଂ ଆଭ୍ୟନ୍ତରୀଣ ବିଦ୍ରୋହ ପ୍ରାୟତଃ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳକୁ ହ୍ରାସ କରିଦେଇଛି। କର୍ଣ୍ଣାଟକରେ କେବଳ ଏପରି ମାତ୍ର ୩ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ ସମର୍ଥ ହୋଇଛନ୍ତି। କର୍ଣ୍ଣାଟକରେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି...

୧.ଏସ. ନିଜଲିଙ୍ଗପ୍ପା (କାର୍ଯ୍ୟକାଳ ୧୯୬୨-୬୮)
ଏସ. ନିଜଲିଙ୍ଗପ୍ପା ହେଉଛନ୍ତି କର୍ଣ୍ଣାଟକର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ତାଙ୍କର ୫ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି। ସେତେବେଳେ କର୍ଣ୍ଣାଟକ ମହୀଶୂର ନାମରେ ପରିଚିତ ଥିଲା। ନିଜଲିଙ୍ଗପ୍ପାଙ୍କୁ ଆଧୁନିକ କର୍ଣ୍ଣାଟକର ଜଣେ ସ୍ଥପତି ଭାବରେ ବିବେଚନା କରାଯାଏ। ସେ ଜଣେ ପ୍ରବୀଣ କଂଗ୍ରେସ ନେତା ଥିଲେ। ଯିଏ ୧୯୬୨ ମସିହ ଜୁନ୍ ୨୧ ତାରିଖରୁ ୧୯୬୮ ମସିହା ମେ ୨୮ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କଂଗ୍ରେସ ଦଳ ଭିତରେ ଦୃଢ଼ ଶୃଙ୍ଖଳା ରହିଥିଲା। ଯେଉଁଥିପାଇଁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିବା ସହ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇଥିଲା। ଏହା ପରେ ସେ ଜାତୀୟ ସ୍ତରରେ କଂଗ୍ରେସ ଦଳରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏପରିକି ସେ ୧୯୬୦ ଦଶକ ଶେଷ ଆଡ଼କୁ (୧୯୬୮-୭୦) ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ

୨. ଦେବରାଜ ଉର୍ସ (କାର୍ଯ୍ୟକାଳ ୧୯୭୨-୭୭)

ଦେବରାଜ ଉର୍ସଙ୍କୁ କର୍ଣ୍ଣାଟକ ରାଜନୀତିରେ ଜଣ ସମାଜ ସଂସ୍କାର ବୋଲି ବିବେଚନା କରାଯାଏ। ଯିଏ ଗୋଟିଏ ବିଧାନସଭା ନିର୍ବାଚନ ପରେ ଲଗାତାର ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ରାଜ୍ୟର ପ୍ରଥମ ନେତା ହୋଇଥିଲେ। ଦେବରାଜ ଉର୍ସ ୧୯୭୨ ମସିହା ମାର୍ଚ୍ଚ ୨୦ ତାରିଖରୁ ୧୯୭୭ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। କର୍ଣ୍ଣାଟକ ବିଭାଜନ ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ରହିଥିଲେ। ଭୂମି ସଂସ୍କାର ଏବଂ ପଛୁଆ ବର୍ଗ ଏବଂ ନିଷ୍ପେଷିତ ସମ୍ପ୍ରଦାୟ ପାଇଁ ପ୍ରଣୟନ କରିଥିବା ନୀତି ମାଧ୍ୟମରେ ରାଜ୍ୟର ସାମାଜିକ ଏବଂ ରାଜନୈତିକ ପରିଦୃଶ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।

୩.ସିଦ୍ଧରମୈୟା (କାର୍ଯ୍ୟକାଳ ୨୦୧୩-୧୮)
ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ମୁଖ୍ୟମନ୍ତ୍ରୀ ଭାବରେ ୫ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ। ଦେବରାଜ ଉର୍ସଙ୍କ ପରେ, ସିଦ୍ଧରମୈୟା ହେଉଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏ ୪୦ ବର୍ଷ ପରେ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ। ସେ ୨୦୧୩ ମେ ୧୩ ତାରିଖରୁ, ୧୭ ମେ ୨୦୧୮ ପର୍ଯ୍ୟନ୍ତ ରାଜ୍ୟର ଶାସନଭାର ସମ୍ଭାଳିଥିଲେ। ୨୦୧୩ ନିର୍ବାଚନରେ ​​କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିଥିଲା। ସିଦ୍ଧରମୈୟା ତାଙ୍କର "ଅହିନ୍ଦା" (ସଂଖ୍ୟାଲଘୁ, ପଛୁଆ ବର୍ଗ ଏବଂ ଦଳିତ ରାଜନୀତି) ଉପରେ ନିର୍ଭର କରି କୌଣସି ଆଭ୍ୟନ୍ତରୀଣ ସଙ୍କଟ ବିନା ପୂର୍ଣ୍ଣ ୫ ବର୍ଷ ପାଇଁ କଂଗ୍ରେସ ସରକାରର ନେତୃତ୍ୱ ନେଇଥିଲେ।

ସେ ୨୦୨୩ ମେ ୨୦ ତାରିଖରେ ଦ୍ୱିତୀୟ ଥରେ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୨୬ ଜାନୁଆରୀରେ ଦେବରାଜ ଉର୍ସଙ୍କୁ ପଛରେ ପକାଇ କର୍ଣ୍ଣାଟକର ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏହା ସହ ପଢନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା, ନୂଆ CM ହେବେ ଡିକେ ଶିବକୁମାର !
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Only 3 Karnataka CMs Completed Full Term: Siddaramaiah Joins Elite List | Argus News