Bihar Ex CM Security Downgraded / ହ୍ରାସ ପାଇଲା ଲାଲୁ ପରିବାରର Security; ଏଣିକି ସୁରକ୍ଷା ଦାୟିତ୍ୱରେ ରହିବେ କିଏ?
·1 hour ago·2 min read

Key Points
ଲାଲୁ ଯାଦବଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ବିହାର ସରକାର। ଏକ ନୂତନ ସମୀକ୍ଷା ପରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।
Lalu Yadav-Rabri Devi Security Reduction: ବିହାରରେ ଏବେ ବର୍ତ୍ତମାନର ସରକାର ଏବଂ ଲାଲୁ ଯାଦବଙ୍କ ପରିବାର ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ। ବିହାର ସରକାର ପୂର୍ବରୁ ଲାଲୁ ପରିବାରକୁ ୧୦ ସର୍କୁଲାର ରୋଡ୍ ସ୍ଥିତ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଜାରି କରିଥିଲେ। ହେଲେ ଏବେ ଲାଲୁ ପରିବାରର ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି। ବିହାର ସରକାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ପତ୍ନୀ ରାବ୍ରୀ ଦେବୀଙ୍କ ସୁରକ୍ଷା ହ୍ରାସ କରିଛନ୍ତି।
ପୂର୍ବରୁ ସରକାର ଉଭୟଙ୍କୁ Z+ ବର୍ଗର ସୁରକ୍ଷା ପ୍ରଦାନ କରୁଥିଲେ। ଏବେ ଏକ ନୂତନ ସମୀକ୍ଷା ପରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ସଂଶୋଧନ କରାଯାଇଛି। ଯାହା ଦ୍ୱାରା ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରୀ ଦେବୀଙ୍କ Z+ ସୁରକ୍ଷା ହ୍ରାସ କରାଯାଇଛି। ହେଲେ ଅନ୍ୟପଟେ ସରକାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କ Y+ ସୁରକ୍ଷା ହ୍ରାସ କରିନାହାଁନ୍ତି। ସରକାର ତାଙ୍କ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ତେଜ ପ୍ରତାପ ଯାଦବଙ୍କ Y ବର୍ଗର ସୁରକ୍ଷା ହଟା ଯାଇସାରିଛି। ତାଙ୍କୁ ବର୍ତ୍ତମାନ କେବଳ ଜଣେ ଅଙ୍ଗରକ୍ଷୀ ସୁରକ୍ଷା ଯୋଗାଇବେ। ତେଜ ପ୍ରତାପ ଯାଦବ ବର୍ତ୍ତମାନ ବିଧାୟକ ନାହାଁନ୍ତି।
ମିସା ଭାରତୀ ଏବଂ ରାଜଶ୍ରୀ ଯାଦବଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା
ସାଂସଦ ମିସା ଭାରତୀଙ୍କୁ ୩ ଜଣ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ। ଯେତେବେଳେ ତେଜସ୍ୱୀ ଯାଦବଙ୍କ ପତ୍ନୀ ରାଜଶ୍ରୀ ଯାଦବଙ୍କୁ ଜଣେ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ। ସୁରକ୍ଷା କମିଟି ତାଙ୍କ ବର୍ତ୍ତମାନର ସ୍ଥିତି, ରାଜନୈତିକ କାର୍ଯ୍ୟକଳାପ ଏବଂ ଗୁଇନ୍ଦା ସୂଚନାକୁ ଆଧାର କରି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଏହା ସହିତ ପଢନ୍ତୁ: ସରକାରୀ ବାସଭବନ ଖାଲି କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
ରାବ୍ରୀ ଦେବୀଙ୍କ ସୁରକ୍ଷା ବ୍ୟବସ୍ଥା
୧. ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (BSAP) ବଳରୁ ୨-୮ ଜଣ ଗୃହରକ୍ଷୀ (House Guard)।
୨. ପାଟନା ଜିଲ୍ଲା ବାହିନୀରୁ ୩ ଜଣ ମହିଳା ଅଙ୍ଗରକ୍ଷୀ ସାଧା ପୋଷାକରେ ମୁତୟନ ରହିବେ।
୩. ପାଟନା ଜିଲ୍ଲା ବାହିନୀ ରୁ ୩ ଜଣ ଅଙ୍ଗରକ୍ଷୀ ୟୁନିଫର୍ମ ସହ ନିୟୋଜିତ ହେବେ।
୪. HQRT (Head Quarter Reserve Transport) ରୁ ଏକ ପାଇଲଟ୍ ଏବଂ ବୁଲେଟ୍ ପ୍ରୁଫ୍ କାର।
୫. ପାଟନା ଜିଲ୍ଲା ବାହିନୀରୁ ଜଣେ ଏସ୍କର୍ଟ ଏବଂ ପାଇଲଟ୍ ମୁତୟନ କରାଯିବ।
ଲାଲୁ ଯାଦବଙ୍କ ସୁରକ୍ଷା ବ୍ୟବସ୍ଥା
ସ୍ପେଶାଲ୍ ସିକ୍ୟୁରିଟି ଫୋର୍ସ ଆଇନ ୨୦୧୦ (Special Security Force Act 2010) ବ୍ୟବସ୍ଥା ଅନୁଯାୟୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।
୧. ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (BSAP) ବଳରୁ ୨-୮ ଜଣ ଗୃହରକ୍ଷୀ।
୨. ପାଟନା ଜିଲ୍ଲା ବାହିନୀରୁ ୨ ଜଣ ଅଙ୍ଗରକ୍ଷୀ।
୩. HQRT ରୁ ପାଇଲଟ୍ ଏବଂ ବୁଲେଟ୍ ପ୍ରୁଫ୍ କାର।
୪. ପାଟନା ଜିଲ୍ଲା ବାହିନୀରୁ ଏସ୍କର୍ଟ ଏବଂ ପାଇଲଟ୍ ମୁତୟନ ହେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Lalu Prasad Yadav security downgradeRabri Devi Z plus security coverBihar government VIP security reviewRJD leaders security withdrawnLalu Rabri security latest newsBihar NDA government withdraws Z+ security for Lalu YadavFormer Bihar CMs security cover downgraded to BSAPRJD workers guard 10 Circular Road residence with sticksTejashwi Yadav returns security cover in protest