Kerala Election 2026 / ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କେରଳ; ମୈଦାନରେ ୮୮୩ ପ୍ରାର୍ଥୀ
·1 hour ago·2 min read

Key Points
୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟରେ ଏଥର ୮୮୩ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୭୧ କୋଟି ଭୋଟର। ମୋଟ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ।
Kerala Assembly Election 2026 Voting: ୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥର ମୈଦାନରେ ୮୮୩ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୭୧ କୋଟି ଭୋଟର। ମୋଟ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ।
ବିଧାନସଭା ନିର୍ବାଚନ ପାଇଁ (Kerala Assembly Election 2026) ପ୍ରସ୍ତୁତି କିପରି ହୋଇଛି ସେ ସମ୍ପର୍କରେ ଜଣାଇଛନ୍ତି କେରଳ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକର (Kerala Chief Electoral Officer Rathan U. Kelkar)। ଏନେଇ ସେ କହିଛନ୍ତି ଏହି ନିର୍ବାଚନ ପାଇଁ ଅପ୍ରେଲ ୯ ତାରିଖ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ମତଦାନ ପାଇଁ ରାଜ୍ୟରେ ୩୦,୪୯୫ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଥିରେ ୨୪ ସହାୟକ ମତଦାନ କେନ୍ଦ୍ର ଅନ୍ତର୍ଭୂକ୍ତ ରହିଛି। ଯାହା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ପରେ ଆବଶ୍ୟକ ରହିଥିଲା।
ଏହା ସହ ପଢନ୍ତୁ: ଦେଶର କେଉଁ ରାଜ୍ୟରେ ଅଛନ୍ତି କେତେ ଭୋଟର?
କେରଳ ମୁଖ୍ୟ ନିର୍ବାଚନ ଅଧିକାରୀ କେଲକରଙ୍କ କହିବା ଅନୁଯାୟୀ, ରାଜ୍ୟର କାସରଗୋଡ, କନ୍ନୁର, ପଲକ୍କଡ, ମାଲାପ୍ପୁରମ ଏବଂ ଏର୍ଣ୍ଣାକୁଲମ ଜିଲ୍ଲାରେ ନୂତନ ମତଦାନ କେନ୍ଦ୍ର ସ୍ଥାପନ କରାଯିବ। ଏହି ମତଦାନ କେନ୍ଦ୍ର ମଧ୍ୟରୁ ୩୫୨ ମହିଳା ଏବଂ ୩୭ ଭୋଟ ଗ୍ରହଣ କେନ୍ଦ୍ର ଦିବ୍ୟାଙ୍ଗ ବ୍ୟକ୍ତି ଦ୍ୱାରା ପରିଚାଳିତ ହେବ।
ନିର୍ବାଚନ ଅଧିକାରୀ କେଲକରଙ୍କ ଅନୁଯାୟୀ ରାଜ୍ୟରେ ୧୪୦ ବଣ୍ଟନ ଏବଂ ସଂଗ୍ରହ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୧୪୦ ଷ୍ଟ୍ରଙ୍ଗ ରୁମ୍ ରେ ମତପତ୍ର ଗଣନା କରାଯିବ।
ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା ପାଇଁ ୧.୪୬ ଲକ୍ଷ ପ୍ରଶିକ୍ଷିତ ନିର୍ବାଚନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ୭୬,୦୦୦ ପୋଲିସ କର୍ମଚାରୀ ଏବଂ କେନ୍ଦ୍ରୀୟ ବଳର ଯବାନଙ୍କୁ ନିୟୋଜିତ କରାଯାଇଛି।
କେରଳରେ କେତେ ଅଛନ୍ତି ଜେନ୍-ଜି ଭୋଟର?
କେରଳରେ ମଧ୍ୟ ଯୁବ ଭୋଟରଙ୍କ ସଂଖ୍ୟା ଅଧିକ। ତଥ୍ୟ ଦର୍ଶାଉଛି ଯେ ୧୮ ବର୍ଷରୁ ୧୯ ବର୍ଷ ବୟସ ମଧ୍ୟରେ ପ୍ରାୟ ୪.୨୪ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ। ସେହିପରି ୨୦ ବର୍ଷରୁ ୨୯ ବର୍ଷ ବୟସ ବର୍ଗରେ ପ୍ରାୟ ୪୫ ଲକ୍ଷ ଭୋଟର ଅଛନ୍ତି। ମୋଟାମୋଟି ଭାବରେ ରାଜ୍ୟରେ ପ୍ରାୟ ୪୯ ଲକ୍ଷ ଜେନ୍-ଜି ଭୋଟର ଅଛନ୍ତି।
କେରଳରେ ପ୍ରଥମ ଥର ପାଇଁ ୧୮-୧୯ ବର୍ଷ ବୟସର ପ୍ରାୟ କେରଳ-୪.୨୪ ଲକ୍ଷ ଜେନ-ଜି ଭୋଟର (GenZ Voter Kerala) ଭୋଟ ଦେବାକୁ ଯାଉଛନ୍ତି। ସେହିପରି ରାଜ୍ୟରେ ପ୍ରାୟ ୪୫ ଲକ୍ଷ ଯୁବ ଭୋଟର (Kerala Young Voter) ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Kerala Election 2026Kerala Assembly Election 2026Kerala Election News TodayKerala Voting Date 2026Kerala Election Result Date 2026883 candidates Kerala electionElection Commission of India Kerala updatesKerala Election 2026 PredictionsKerala voter turnout 2026Latest updates on Kerala election polling schedule