Free Bus Travel / ମହିଳାଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା; ₹୩୦୦୦ ବଢିଲା ଆଶାକର୍ମୀଙ୍କ ଦରମା
·1 day ago·2 min read

Key Points
ଆସୁ ଆସୁ ସତୀଶନ ସରକାରଙ୍କ ବଡ଼ ଘୋଷଣା
ମହିଳାଙ୍କୁ ମିଳିବ ମାଗଣା ବସ୍ ଯାତ୍ରା ସୁବିଧା
ଆଶାକର୍ମୀଙ୍କ ଦରମାରେ ୩୦୦୦ ଟଙ୍କା ବୃଦ୍ଧି
ମହିଳାଙ୍କୁ ମିଳିବ ମାଗଣା ବସ୍ ଯାତ୍ରା ସୁବିଧା
ଆଶାକର୍ମୀଙ୍କ ଦରମାରେ ୩୦୦୦ ଟଙ୍କା ବୃଦ୍ଧି
କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଭି.ଡି ସତୀଶନ । ଏହାପରେ କେରଳରେ ଆରମ୍ଭ ହୋଇଛି କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ସରକାର । ନୂଆ ମୁଖ୍ୟମନ୍ତ୍ରୀ ସତୀଶନ ସୋମବାର ପୂର୍ବାହ୍ନରେ ରାଜଧାନୀ ତିରୁବନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ତାଙ୍କ କ୍ୟାବିନେଟ ସହିତ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ । ଏହାପରେ ବସିଥିଲା ସତୀଶନ ସରକାରର ପ୍ରଥମ କ୍ୟାବିନେଟ ବୈଠକ, ଯେଉଁଥିରେ ବଡ଼ ଘୋଷଣା ହୋଇଛି । ରାଜ୍ୟରେ ମହିଳାଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ମିଳିବ ଏବଂ ଆଶାକର୍ମୀଙ୍କ ଦରମାକୁ ବି ବୃଦ୍ଧି କରାଯାଇଛି ।
ମୁଖ୍ୟମନ୍ତ୍ରୀ ଭି.ଡି ସତୀଶନଙ୍କ ନେତୃତ୍ଵରେ କ୍ୟାବିନେଟ ବୈଠକ ବସିବା ପରେ ସତୀଶନ କହିଥିଲେ ଯେ ଆଶାକର୍ମୀଙ୍କ ଦରମା ୩୦୦୦ ଟଙ୍କା ବୃଦ୍ଧିକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟରେ ସଚିବାଳୟ ବାହାରେ ଅନେକ ଦିନ ଧରି ଦରମା ବୃଦ୍ଧି ପାଇଁ ଆଶାକର୍ମୀମାନେ ଧାରଣାରେ ବସିଥିଲେ । ତେବେ ପ୍ରଥମ କ୍ୟାବିନୈଟ ବୈଠକରେ ଏହି ଘୋଷଣା ହେବାପରେ ଆଶାକର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏହାସହିତ ଅଙ୍ଗନୱାଡି କର୍ମଚାରୀ, ସହାୟିକା, ପାଚିକା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମାରେ ବି ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି ।
ପଢନ୍ତୁ ଏହି ଖବର: କେତେ ଶିକ୍ଷିତ କେରଳମର ନୂଆ ମୁଖ୍ୟମନ୍ତ୍ରୀ ? ପାଖରେ ଅଛି କୋଟି କୋଟି ସମ୍ପତ୍ତି
ଯଦି ଆମେ କେରଳର ନୂଆ ମୁଖ୍ୟମନ୍ତ୍ରୀ ସତୀଶନଙ୍କ ବିଷୟରେ କହିବା, ତେବେ ସେ ବେଶ ଉଚ୍ଚଶିକ୍ଷିତ । ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଓକିଲ ଭାବେ କାର୍ଯ୍ୟ କରୁଥିଲେ । ସତୀଶନଙ୍କ ରାଜନୈତିକ କ୍ୟାରିଅର କଲେଜ ସମୟରୁ ଜଣେ ଛାତ୍ର ନେତା ଭାବେ ଆରମ୍ଭ ହୋଇଥିଲା । ସେ ବର୍ଷ ୧୯୮୬-୧୯୮୭ରେ ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ୟୁନିଅନର ଚେୟାରମ୍ୟାନ ହୋଇଥିଲେ ଏବଂ ସେ NSUIର ଜାତୀୟ ଏବଂ ରାଜ୍ୟ ସଚିବ ଭାବେ ମଧ୍ୟ କାମ କରିଛନ୍ତି । ସେ ଥିରୁଅନନ୍ତପୁରମର କେରଳ ଲ' ଏକାଡେମୀର ଆଇନ ପାଠ ପଢି ଏଲଏଲବି ହାସଲ କରିଛନ୍ତି । ଏହାପରେ ସେ ସରକାରୀ ଆଇନ କଲେଜରେ ଏଲଏଲଏମ ଅର୍ଥାତ୍ ଆଇନ ଡିଗ୍ରୀରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

- 'କେରଳ ହେବ ସଭ୍ୟ ସମାଜର ମଡେଲ'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories