Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେରଳରେ ଭୁଶୁ଼ଡ଼ିବ କି ବାମ ଗଡ଼ ? ପୁଡୁଚେରୀର ପୁଣି NDA !

Politics

Kerala Exit Poll / କେରଳରେ ଭୁଶୁ଼ଡ଼ିବ କି ବାମ ଗଡ଼ ? ପୁଡୁଚେରୀର ପୁଣି NDA !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କେରଳରେ ଭୁଶୁ଼ଡ଼ିବ କି ବାମ ଗଡ଼ ? ପୁଡୁଚେରୀର ପୁଣି NDA !
UDF Gains Edge Over LDF in Exit Polls

Key Points

କେରଳ ଓ ପୁଡୁଚେରୀରେ କିଏ ଗଢ଼ିବ ସରକାର ? ଏକଜିଟ୍ ପୋଲ ଆକଳନରେ କିଏ ଆଗୁଆ ? 
ନୂଆଦିଲ୍ଲୀ: ବଦଳିଥିଲା ରାଜ୍ୟ ନାଁ । ଏବେ ବଦଳିବାକୁ ଯାଉଛି କ୍ଷମତା । ଏକଜିଟ୍ ପୋଲର ଆକଳନ ଅନୁସାରେ, କେରଳର ନାଁ ବଦଳି କେରଳମ୍ ହୋଇଥିବା ବେଳେ ବଦଳିପାରେ ଶାସନଭାର ।

ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ସର୍ଭେ ଅନୁସାରେ, କେରଳ ବିଧାନସଭାରେ କଂଗ୍ରେସ ମେଣ୍ଟ UDF ବାଜି ମାରି ନେବ । ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ UDFକୁ ମିଳିପାରେ ୭୮ରୁ ୯୦ ଆସନ । ଆଉ ଏହି ଅଙ୍କ ହିଁ କହୁଛି, କେରଳରେ ମଜଭୁତ୍ ହେଉଛି UDF ।

ଏଥିସହ ପଢ଼ନ୍ତୁ: ରାଜନୀତିର ନୂଆ 'ସୁପରଷ୍ଟାର'; ବିଜୟ ଦୋହରାଇବେ କି MGR ଓ NTRଙ୍କ ଇତିହାସ ? 

ସେହିଭଳି LDFକୁ ଏଠି ୪୯ରୁ ୬୨ ଆସନ ମିଳିପାରେ । ବିଜେପିକୁ ମିଳିପାରେ ୩ଟି ଆସନ । ପିପୁଲ୍ସ ଇନସାଇଟ୍ ଅନୁସାରେ, କେରଳରେ UDF ୬୬ରୁ ୭୬ ଆସନ ପାଇବ । LDFକୁ ମିଳିବ ୫୮ରୁ ୬୮ଟି ସିଟ୍ । ବିଜେପି ଖାତାକୁ ଯିବ ୧୦ରୁ ୧୪ ଆସନ ।

ସମସ୍ତ ଏକଜିଟ୍ ପୋଲ ଆକଳନ ଦେଖିଲେ କେରଳରେ ପରିବର୍ତ୍ତନର ଆଭାସ ଆସୁଛି । ଅର୍ଥାତ୍ କ୍ଷମତା ପରିବର୍ତ୍ତନର ଇସାରା ଦେଉଛି ବୁଥ୍ ବାହୁଡ଼ା ମତ । ତେବେ କେରଳରେ କିଏ ବାଜିମାତ୍ କରିବ ତାହା ମେ ୪ ତାରିଖରେ ଜଣାପଡ଼ିବ ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଭାଙ୍ଗିବ TMC ଗଡ଼; ବିଜେପି ଏକାକୀ ସରକାର ଗଢ଼ିବା ନେଇ Exit Pollର ଆକଳନ 

ପୁଡୁଚେରୀ ଏକଜିଟ୍ ପୋଲ

ସେପଟେ ପୁଡୁଚେରୀରେ କ୍ଷମତାସୀନ ମେଣ୍ଟକୁ ଜନତା ପସନ୍ଦ କରୁଥିବା ଏକଜିଟ୍ ପୋଲରେ ଆକଳନ କରାଯାଇଛି । କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀରେ ମୋଟ ୩୦ଟି ଆସନ ଥିବାବେଳେ ବହୁମତ ହେଉଛି ୧୭ ।

ବିଜେପି ମେଣ୍ଟକୁ ବହୁମତ

ପୁଡୁଚେରୀ ବିଧାନସଭା ନିର୍ବାଚନ ଏକଜିଟ୍ ପୋଲରେ ଏନଡିଏକୁ ବହୁମତ ମିଳିବା ଆକଳନ କରାଯାଇଛି । ଆକ୍ସିସ୍ ମାଇଁ ଇଣ୍ଡିଆ ସର୍ଭେରେ ଏନଡିଏକୁ ୧୬ରୁ ୨୦ ଆସନ ମିଳିବା ଅନୁମାନ କରାଯାଇଥିବା ବେଳେ କଂଗ୍ରେସ ୬ରୁ ୮ଟି ଏବଂ ଅନ୍ୟମାନଙ୍କୁ ୩ରୁ ୭ଟି ସିଟ୍ ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kerala Exit Poll 2026: Congress-Led UDF Likely to Defeat LDF | Argus News | Argus News