Naveen Patnaik Court Notice / ଉଡି ଉଡି ପାଣ୍ଡିଆନ ଉଡାଇ ଦେଲେ ୩୦୦ କୋଟି ! କୋର୍ଟଙ୍କ ସମନ ପରେ ବଢିଲା ଉଭୟ ନବୀନ-ପାଣ୍ଡିଆନଙ୍କ ଅଡୁଆ
·2 hours ago·2 min read

Key Points
ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲାର ହେବ କି ତଦନ୍ତ !
ନବୀନ, ପାଣ୍ଡିଆନଙ୍କ ବିରୋଧରେ ରୁଜୁ ହୋଇପାରେ ମାମଲା
କୋର୍ଟରୁ ଆସିଲା ସମନ, ଜୁଲାଇ 15 ଭିତରେ ରଖ ଉତ୍ତର

ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚିଂ ପାଇଁ ପାଣି ଭଳି ଟଙ୍କା ବୁହାଇ ଥିଲେ ବିଜେଡି ସରକାର । ଏବେ ଲାଗିଲା କୋର୍ଟର ସମନ । ସରକାରୀ ଟଙ୍କା ଅପଚୟ ନେଇ କାହିଁକି ନବୀନ ଏବଂ ପାଣ୍ଡିଆନଙ୍କ ବିରୋଧରେ ଅପରାଧିକ ମାମଲା ନ ହେବ ସେନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା କୋର୍ଟ । ଆଇନଜୀବୀ ସୁଧୀର ମହାନ୍ତିଙ୍କ ଅଭିଯୋଗର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଯାହା ପରେ ଉଭୟ ନବୀନ ଏବଂ ପାଣ୍ଡିଆନଙ୍କ ପାଇଁ ଅଡୁଆ ବଢିଥିବା କୁହାଯାଉଛି ।
ନିର୍ବାଚନ ପୂର୍ବରୁ ହେଲିକେପ୍ଟରରେ ବୁଲି ନିର୍ବାଚନ ସଭା କରିବା ଭୈରବଙ୍କୁ ପଡିପାରେ ମହଙ୍ଗା । ତତକାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେ କାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ଭୈରବ ପାଣ୍ଡିଆନଙ୍କୁ କୋର୍ଟରୁ ଆସିଛି ନୋଟିସ୍ । ହେଲିକେପ୍ଟରେ ବୁଲି ପାଣ୍ଡିଆନ ସରକାରୀ ଅର୍ଥ ଅପଚୟ କରିଥିବାରୁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ହେଉ ବୋଲି ଆଇନଜୀବୀ ସୁଧୀର ମହାନ୍ତିଙ୍କ ଅଭିଯୋଗ ଶୁଣାଣି କରି ନବୀନ ଏବଂ ପାଣ୍ଡିଆନଙ୍କୁ ନୋଟିସ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା କୋର୍ଟ । ଜୁଲାଇ ୧୫ ଭିତରେ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇଛି । ଅଭିଯୋଗକାରୀ କହିଛନ୍ତି ମୁଁ ୪୦୦ ପୃଷ୍ଠାରେ ପ୍ରମାଣ ସହ ଅଭିଯୋଗ ଦେଇଛି ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ଯାଏଁ ଯିବି ।
ଅଧିକ ପଢ଼ନ୍ତୁ: କଂଗ୍ରେସର ଗୋଡ ଟଣା ରାଜନୀତି: ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଅନ୍ୟପଟେ ଏହାକୁ ନେଇ ତେଜିଛି ରାଜନୀତି । ବିଜେଡି କହିଛି ପାଣ୍ଡିଆନ ପିକ୍ନିକ୍ କରୁ ନଥିଲେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । କୋର୍ଟରେ ଉତ୍ତର ରଖାଯିବ । ବିଜେପି କହିଛି ଆଇନ ତା ବାଟରେ ଯିବ ।
ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲା ନେଇ ରାଜ୍ୟ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେନେଇ ବାରମ୍ବାର ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ବି ଦେଉ ନଥିଲେ ନବୀନ ସରକାର । ତେବେ ଏନେଇ ପ୍ରଥମେ ଆଇନଜୀବୀ ସୁଧୀର ମହାନ୍ତି ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଉଭୟଙ୍କ ବିରୋଧରେ ମାମଲା ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ଅନୁମତି ମାଗି ପରେ ଏହାକୁ କୋର୍ଟ ରିଜେକ୍ଟ କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଧୀର। ତେବେ ଜିଲ୍ଲା କୋର୍ଟ କ'ଣ ରାୟ ଦେଉଛନ୍ତି ତା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories