Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ ବାସଭବନ ଖାଲି କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...

Politics

Bihar CM Samrat Choudhary / ସରକାରୀ ବାସଭବନ ଖାଲି କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...

Subhramjit Ray
Browse all articles by Subhramjit Ray
·1 hour ago·3 min read
ସରକାରୀ ବାସଭବନ ଖାଲି କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
Bihar CM Samrat Choudhary

Key Points

ରାଜଧାନୀ ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ସରକାରୀ ବାସଭବନ ଖାଲି କରିବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ଚେତାବନୀ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ।
CM Samrat Choudhary on Govt Residence: ସରକାରୀ ବାସଭବନ ଖାଲି କରିବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ସ୍ପଷ୍ଟ ଭାବରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ କୌଣସି ରାଜତନ୍ତ୍ର ନାହିଁ। ଏବେ ଗଣତନ୍ତ୍ରର ଶାସନ ଚାଲିଛି। ଗଣନନ୍ତ୍ରରେ କାହାର କୌଣସି ପୈତୃକ ସମ୍ପତ୍ତି ନାହିଁ। କିଛି ଲୋକଙ୍କ ମନରେ ମୋହ ରହିଛି। ପୁଅ ଏକ ପୃଥକ ଘର ଚାହୁଁଛି ଏବଂ ମାଆ ମଧ୍ୟ ଅନ୍ୟ ଏକ ପୃଥକ ଘର ଚାହୁଁଛି। ସେମାନେ ସାଧାରଣ ଲୋକଙ୍କ ବିଷୟରେ କିଛି ଚିନ୍ତା କରୁନାହାଁନ୍ତି।

"ମୁଁ ୧୦ ବର୍ଷ ଧରି ମୋର ବ୍ୟକ୍ତିଗତ ଘରେ ରହୁଥିଲି"
ମଙ୍ଗଳବାର ରାଜ୍ୟ ଶେଖପୁରା ଜିଲ୍ଲାର ବାରବିଘା ବ୍ଲକ ଠାରେ ଆୟୋଜିତ ଏକ ସହଯୋଗ ଶିବିରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବ୍ୟଙ୍ଗାତ୍ମକ ଶୈଳୀରେ କହିଥିଲେ ଯେ କିଛି ଲୋକ ଭାବୁଛନ୍ତି ଯେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ କେବେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ନିଜର ଉଦାହରଣ ଦେଇ ସେ କହିଛନ୍ତି, "ବିଗତ ୧୦ ବର୍ଷ ମଧ୍ୟରେ, ମୁଁ ଗୃହମନ୍ତ୍ରୀ ସମେତ ଅନେକ ଥର ବିଭାଗର ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛି। ହେଲେ ମୁଁ କେବେ ସରକାରୀ ବାସଭବନରେ ରହିନାହିଁ। ମୁଁ ମୋର ବ୍ୟକ୍ତିଗତ ଘରେ ରହିଆସିଛି।

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ତାଙ୍କୁ କୌଣସି ନୋଟିସ ଦିଆଯାଇ ନଥିଲା। ହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ମାତ୍ରେ ତାଙ୍କର ସରକାରୀ ବାସଭବନ ଖାଲି କରି ଅନ୍ୟ ଏକ ଘରକୁ ଚାଲିଯାଇଥିଲେ। ଗଣତନ୍ତ୍ରରେ ଲୋକେ ଜନସାଧାରଣଙ୍କ ସେବା କରୁଥିବା ଲୋକଙ୍କୁ ଦେଖିବାକୁ ଚାହାଁନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ "ଜନସେବକଙ୍କ ବାସଭବନ" ଶବ୍ଦ ମଧ୍ୟ ଲେଖିଦେଇଛି।

ଏହା ସହ ପଢନ୍ତୁ: ସରକାରୀ ବାସଭବନରେ ଦଳ ବଳ ସହ ପହଞ୍ଚିଲା ପ୍ରଶାସନ; କ'ଣ କହିାଲେ ରାବ୍ରି ଦେବୀ?

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, "ଏଠାରେ କାହାର କୌଣସି ପୈତୃକ ସମ୍ପତ୍ତି ନାହିଁ। ସରକାରୀ ବାସଭବନର କେହି ଉତ୍ତରାଧିକାର ନାହାଁନ୍ତି। ଏବେ କୌଣସି ରାଜତନ୍ତ୍ର ଚାଲୁନାହିଁ ଯେ ଯେଉଁଠାରେ ଆପଣଙ୍କୁ ଯେଉଁ ଘର ବାସଭବନ ଦିଆଯାଇଛି, ଆପଣ କେବଳ ସେଠାରେ ରହିବେ। ମୁଁ ୧୯୯୯ ମସିହାରେ ମନ୍ତ୍ରୀ ହୋଇଥିଲି। ଏବେ ମୁଁ ଯେଉଁ ଘରେ ରହୁଛି ତାହା ମୋର ୧୧ ତମ ବାସଭବନ। ମୁଁ ନିଜେ ତିନୋଟି ଘରେ ରହୁଛି, ହେଲେ ମୁଁ ଅନ୍ୟ ଘରକୁ ମୁଁ ମୋ କାର୍ଯ୍ୟାଳୟ ଭାବରେ ବ୍ୟବହାର କରିଛି।"

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ କିଛି ଲୋକଙ୍କ ମୋହ ରହୁଛି। ପୁଅ ଏକ ଅଲଗା ଘର ଚାହୁଁଛି, ଆଉ ମାଆ ମଧ୍ୟ ଏକ ଅଲଗା ଘର ଚାହୁଁଛି। ସାଧାରଣ ଲୋକଙ୍କ ସେମାନଙ୍କର କୌଣସି ଚିନ୍ତା ନାହିଁ। ସେ ଚେତାବନୀ ଦେଇ କହିଥିଲେ ଯେ, "ଆମେ ଏଠାରେ ଲୋକଙ୍କ ପାଇଁ କାମ କରିବାକୁ ଆସିଛୁ। ଆପଣ ସରକାରୀ ବାସଭବନ କଥା ଭୁଲିଯାନ୍ତୁ।"

ସେ ଲୋକଙ୍କୁ ଆଶ୍ୱାସନା ଦେଇ କହିଥିଲେ, "ଯେଉଁ ଦିନ ମୋତେ ଦଳ ଏବଂ ଆମର ନେତା କହିବେ ଯେ, ଆପଣଙ୍କ କାମ ସରିଗଲା ମୁଁ ୨୪ ଘଣ୍ଟା ମଧ୍ୟରେ ମୋ ଘରକୁ ଚାଲିଯିବି। ମୁଁ ସରକାରୀ ବାସଭବନରେ ରହିବି ନାହିଁ। ଆମେ ଏଠାରେ ଲୋକଙ୍କ ସେବା କରିବା ପାଇଁ ଆସିଛୁ, ନିଜ କଲ୍ୟାଣ ପାଇଁ ନୁହେଁ। ଆମକୁ ଲୋକଙ୍କ କଲ୍ୟାଣ ପାଇଁ ଚିନ୍ତିତ ରହିବା ଆବଶ୍ୟକ।"

ନିକଟରେ ବିହାର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ରାଜଧାନୀ ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ଜାରି କରିଛନ୍ତି। ଏହାର ପ୍ରତିବଦଳରେ ତାଙ୍କୁ ୩୯ ହାର୍ଡିଂ ରୋଡ୍ ସ୍ଥିତ ବଙ୍ଗଳା ପ୍ରଦାନ କରାଯାଇଛି। ହେଲେ ତଥାପି ରାବ୍ରୀ ଦେବୀ ୧୦ ସର୍କୁଲାର ରୋଡ୍ ସ୍ଥିତ ସରକାରୀ ବାସଭବନ ଛାଡିବାକୁ ମନା କରିଦେଇଛନ୍ତି। ସେବେଠାରୁ ଏହି ପ୍ରସଙ୍ଗକୁ ନେଇ ଶାସକ ଏବଂ ବିରୋଧି ପକ୍ଷ ମୁହାଁମୁହିଁ ହୋଇଛନ୍ତି।










Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samrat Choudhary Slams Rabri Devi Over Bihar Bungalow Row | Argus News