Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

RS Election / ବିନା ପ୍ରତିଦ୍ୱନ୍ଦ୍ୱିତାରେ ନେତା ଗଲେ ରାଜ୍ୟସଭା

Subhramjit ray
Browse all articles by Subhramjit ray
·4 months ago·2 min read
ବିନା ପ୍ରତିଦ୍ୱନ୍ଦ୍ୱିତାରେ ନେତା ଗଲେ ରାଜ୍ୟସଭା
RS Election 2026

Key Points

୨୦୨୬ ମାର୍ଚ୍ଚରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସାରିଛନ୍ତି।  
RS Poll 2026 Winners List March: ଦେଶର ବିଭିନ୍ନ ରାଜ୍ୟରେ ୨୦୨୬ ରାଜ୍ୟସଭା ନିର୍ବାଚନର ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଲାଣି।
ମୋଟ ୩୭ ସିଟ୍ ମଧ୍ୟରୁ ୨୬ ଆସନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇ ସାରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ଅନେକ ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ଅଛନ୍ତି। ଯେଉଁମାନଙ୍କ କାର୍ଯ୍ୟକାଳ ଆସନ୍ତା ଅପ୍ରେଲ ୨ ତାରିଖରେ ଶେଷ ହେଉଛନ୍ତି।

ଯେଉଁ ସାଂସଦ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେମାନେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି, ଏନସିପି (ଏସପି) ନେତା ଶରଦ ପାୱାର। ମହାରାଷ୍ଟ୍ରର ୭, ତାମିଲନାଡୁର ୬, ପଶ୍ଚିମବଙ୍ଗର ୫, ଆସାମର ୩, ତେଲେଙ୍ଗାନାର ୨, ଛଡ଼ିଶଗଡ଼ର ୨, ହିମାଚଳ ପ୍ରଦେଶ ଗୋଟିଏ ଆସନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ସମସ୍ତ ରାଜ୍ୟରେ ଯେତିକି ଆସନରେ ନିର୍ବାଚନ ହେଉଥିଲା ସେଠାରେ ସମାନ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ।

ଏହା ସହ ପଢନ୍ତୁ: ରାଜ୍ୟସଭାର ସେହି ୧୧ ଆସନ ଯେଉଁଠି ହେବ ସାମ୍ନାସାମ୍ନି ଲଢେଇ

ମହାରାଷ୍ଟ୍ରରୁ ବିନୋଦ ତାୱଡେ, ମାୟା ଚିନ୍ତାମଣ ଏବଂ ରାମଦାସ ବଡକୁଟ୍ ବିଜେପି ପ୍ରାର୍ଥୀ ଭାବରେ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏନସିପି (ଏପି) ପକ୍ଷରୁ ପାର୍ଥ ପାୱାର, ଶିବସେନା ସିନ୍ଦେ ଗୋଷ୍ଠୀରୁ ଜ୍ୟୋତି ୱାଘମାରେ ଏବଂ ଏନସିପି ଏସପି ଗୋଷ୍ଠୀରୁ ଶରଦ ପାୱାର ମଧ୍ୟ ନିର୍ବାଚିତ ହୋଇଛନ୍ତି।

ତାମିଲନାଡୁରେ ଶାସକ ଡିଏମକେ ପକ୍ଷରୁ ଥିରୁଚି ଶିବା ଏବଂ ସି.ରବୀଦ୍ରନ୍, କଂଗ୍ରେସରୁ ଏମ.କ୍ରିଷ୍ଟୋଫର୍ ତିଲକ, ପିଏମକେରୁ ଅମ୍ବୁମଣି ରାମଦାସ, ଡିଏମଡେକରୁ ଏଲ.କେ ସୁଧିଶ, ଏଆଇଏଡିଏମକେ ପକ୍ଷରୁ ଏମ.ଥମ୍ବିଦୁରାଇ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭାରେ ତାମିଲନାଡୁର ୬ ଆସନ ଅପ୍ରେଲ ମାସରେ ଖାଲି ହେଉଛି।

ପଶ୍ଚିମବଙ୍ଗରୁ ରାଜ୍ୟ ବିଜେପି ଶାଖାର ପୂର୍ବତନ ଅଧ୍ୟକ୍ଷ ରାହୁଲ ସିହ୍ନା ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜ୍ୟରେ କ୍ଷମତାସୀନ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ମେନକା ଗୁରୁସ୍ୱାମୀ, ବାବୁଲ ସୁପ୍ରିୟୋ, କୋୟଲ ମଲ୍ଲିକ, ରାଜୀବ କୁମାର ରାଜ୍ୟସଭାକୁ ଯିବେ।

ଏହା ସହ ପଢନ୍ତୁ: ୧୦ ରାଜ୍ୟର ୩୭ ସିଟ୍; କିଏ କେଉଁଠୁ ମାରିବ ବାଜି?

ଆସାମରୁ ବିଜେପିର ତେରାଶ ଗୋୱାଲା ଓ ଜୋଗେଶ ମୋହନ ଏବଂ ୟୁପିପିଏଲ ପକ୍ଷରୁ ପ୍ରମୋଦ ବୋରୋ ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବେ। ଛତିଶଗଡ଼ରୁ ଲକ୍ଷ୍ମୀ ବର୍ମା ଏବଂ କଂଗ୍ରେସର ଫୁଲୋଦେବୀ ନେତାମ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ହିମାଚଳ ପ୍ରଦେଶରୁ କଂଗ୍ରେସ ପ୍ରାର୍ଥୀ ଅନୁରାଗ ଶର୍ମା ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତେଲେଙ୍ଗାନାରୁ କଂଗ୍ରେସ ପ୍ରାର୍ଥୀ ଅଭିଷକେ ମନୁ ସିଘଭୀ ଏବଂ ବେମ୍ ନରେନ୍ଦ୍ର ରେଡ୍ଡୀ ରାଜ୍ୟସଭାକୁ ଯିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Leader Elected Unopposed to Rajya Sabha | Argus News