Regional Parties Leadership Crisis / ଆଞ୍ଚଳିକ ଦଳ ପାଇଁ ଅଡୁଆ ତୃତୀୟ ପୀଢି, ନେତୃତ୍ଵ ସଙ୍କଟ ପାଇଁ ଭାଙ୍ଗି ଯାଉଛି କି ଛୋଟ ଛୋଟ ପାର୍ଟି
·1 hour ago·2 min read

Key Points
ଆଞ୍ଚଳିକ ଦଳ ପାଇଁ ଅଡୁଆ ତୃତୀୟ ପୀଢି
ପଶ୍ଚିମବଙ୍ଗରେ ଅଭିଶେଖଙ୍କ ପାଇଁ ବିଭାଜନ ମୁହାଁ ଟିଏମସି
ସମାନ ଢଙ୍ଗରେ ପାଣ୍ଡିଆନଙ୍କ ପାଇଁ ଭୁଷୁଡୁଛି ବିଜେଡି

ଆଞ୍ଚଳିକ ଦଳର ଅଧୋଗତି ପାଇଁ ଉତ୍ତରାଧିକାରୀ କଣ୍ଟା । ପଶ୍ଚିମବଙ୍ଗରେ ଅଭିଷେକ, ତାମିଲନାଡୁରେ ଉଦୟନାଥ ଆଉ ଓଡ଼ିଶାରେ ଭିକେ ପାଣ୍ଡିଆନ । ଅଘୋଷିତ ଉତ୍ତରାଧିକାରୀ ଭାବେ କ୍ଷମତା ଦଖଲର ନିଶା ତିନି ରାଜ୍ୟରେ ତିନି ଆଞ୍ଚଳିକ ଦଳକୁ କରିଛି ତଳିତଳାନ୍ତ । ତୃତୀୟ ପୀଢିର କ୍ଷମତା ଲୋଭ କେମିତି ଆଞ୍ଚଳିକ ଦଳକୁ ବିଲୟ ପଥକୁ ନେଉଛି ଜାଣନ୍ତୁ...
ଅଘୋଷିତ ଉତ୍ତରାଧିକାରୀ ଭାବେ କ୍ଷମତା ଦଖଲ କରିବା କିଛି ଆଞ୍ଚଳିକ ଦଳ ପାଇଁ ମହଙ୍ଗା ପଡିଛି । ମମତା, ନବୀନ ଏବଂ ଷ୍ଟାଲିନଙ୍କ କ୍ଷେତ୍ରରେ ସମାନ ଦଶା ଦେଖିବାକୁ ମିଳିଛି । ରାଜ୍ୟରେ ବିଜେଡିରେ ଆଘୋଷିତ ମୁଖ୍ୟ ଭାବେ ପାଣ୍ଡିଆନଙ୍କ ଅଭ୍ୟୁଦୟ ରାଜ୍ୟ ରାଜନୀତିକୁ ଦେଇଥିଲା ନୂଆ ମୋଡ । ଦୁର୍ନୀତି, ପିସି, ଅପରାଧଠାରୁ ୨୪ ନିର୍ବାଚନରେ ବଡ଼ ପ୍ରସଙ୍ଗ ସାଜିଥିଲା ତାମିଲ ଉତ୍ତରାଧିକାରୀ । ଯେଉଁଥିପାଇଁ ୨୪ ବର୍ଷ ଶାସନ କରିଥିବା ବିଜେଡି ଚାଖିଥିଲା ପରାଜୟର ସ୍ଵାଦ । ଆଉ ନିର୍ବାଚନ ପଟ ପରିବର୍ତ୍ତନ ପରେ ନିଇତି ନେତା ବିଜେଡି ଛାଡୁଛନ୍ତି ।
ସମାନ ଟ୍ରେଣ୍ଡ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ମମତାଙ୍କ ପୁତୁରା ଅଭିଷେକଙ୍କ ପାଇ ଦଳ ଏଠି ଖାଲି କ୍ଷମତାରୁ ଯାଇଛି ତାହା ନୁହେଁ ବରଂ ଦଳ ୩ ଭାଗ ହୋଇଯାଇଛି । ୬୦ ବିଧାୟକଙ୍କ ସମର୍ଥନ ସହ ଦଳରେ ମଙ୍ଗ ଧରିବାକୁ ଅନ୍ୟ ନେତା ସାମ୍ନାକୁ ଆସିଛନ୍ତି । ତାମିଲନାଡୁ ନିର୍ବାଚନରେ ମଧ୍ୟ ଏମକେ ଷ୍ଟାଲିନଙ୍କ ପରାଜୟ ପଛରେ ପୁଅ ଉଦୟ ଏକ ବଡ଼ ଫ୍ୟାକ୍ଟର ଥିବା କୁହାଯାଉଛି ।
ଏଠି ପ୍ରଶ୍ନ ଉଠୁଛି ଲମ୍ବା ସମୟ ଧରି ରାଜନୀତି ଆଉ ଶାସନ ଅଭିଜ୍ଞତା ପରେ ବି ଉତ୍ତରାଧିକାରୀ ନିଷ୍ପତ୍ତି ନେବାରେ କାହିଁକି ଭୁଲ କରୁଛନ୍ତି ଆଞ୍ଚଳିକ ଦଳ । ଗ୍ରହଣୀୟତା ନଥିବା ନେତାଙ୍କୁ କାହିଁକି ଧରାଉଛନ୍ତି ମଙ୍ଗ । ଉତ୍ତରାଧିକାରୀ ନିଷ୍ପତ୍ତି ବେଳେ ଜନମତକୁ ଜାଣି ପାରୁ ନାହାନ୍ତି, ନା କ୍ଷମତା ଅନ୍ଧରେ ନିଜ ନିଷ୍ପତ୍ତିକୁ ଅନ୍ୟ ଉପରେ ଲଦି ଦେଉଛନ୍ତି । କିନ୍ତୁ ଆଞ୍ଚଳିକ ଦଳ ଭାଙ୍ଗିବା ପଛରେ ବିଜେପିକୁ ଦାୟୀ କରିଛନ୍ତି ବିଜଡେ ନେତା । ଯାହାର ଜବାବ ରଖିଛି ବିଜେପି । ଆଞ୍ଚଳିକ ଦଳ ମାନଙ୍କ ପାଇଁ ଏ ଟ୍ରେଣ୍ଡ ନୂଆ କ୍ରାଇସିସ ତିଆରି କରିଛି ।

ଅଧିକ ପଢ଼ନ୍ତୁ: ମମତା ଡାକିଥିବା ବୈଠକକୁ ଆସିଲେ ମାତ୍ର ୮ ବିଧାୟକ, ୬ ସାଂସଦ; କ'ଣ କହିଲା TMC ?
ସମାନ ଟ୍ରେଣ୍ଡ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ମମତାଙ୍କ ପୁତୁରା ଅଭିଷେକଙ୍କ ପାଇ ଦଳ ଏଠି ଖାଲି କ୍ଷମତାରୁ ଯାଇଛି ତାହା ନୁହେଁ ବରଂ ଦଳ ୩ ଭାଗ ହୋଇଯାଇଛି । ୬୦ ବିଧାୟକଙ୍କ ସମର୍ଥନ ସହ ଦଳରେ ମଙ୍ଗ ଧରିବାକୁ ଅନ୍ୟ ନେତା ସାମ୍ନାକୁ ଆସିଛନ୍ତି । ତାମିଲନାଡୁ ନିର୍ବାଚନରେ ମଧ୍ୟ ଏମକେ ଷ୍ଟାଲିନଙ୍କ ପରାଜୟ ପଛରେ ପୁଅ ଉଦୟ ଏକ ବଡ଼ ଫ୍ୟାକ୍ଟର ଥିବା କୁହାଯାଉଛି ।
ଏଠି ପ୍ରଶ୍ନ ଉଠୁଛି ଲମ୍ବା ସମୟ ଧରି ରାଜନୀତି ଆଉ ଶାସନ ଅଭିଜ୍ଞତା ପରେ ବି ଉତ୍ତରାଧିକାରୀ ନିଷ୍ପତ୍ତି ନେବାରେ କାହିଁକି ଭୁଲ କରୁଛନ୍ତି ଆଞ୍ଚଳିକ ଦଳ । ଗ୍ରହଣୀୟତା ନଥିବା ନେତାଙ୍କୁ କାହିଁକି ଧରାଉଛନ୍ତି ମଙ୍ଗ । ଉତ୍ତରାଧିକାରୀ ନିଷ୍ପତ୍ତି ବେଳେ ଜନମତକୁ ଜାଣି ପାରୁ ନାହାନ୍ତି, ନା କ୍ଷମତା ଅନ୍ଧରେ ନିଜ ନିଷ୍ପତ୍ତିକୁ ଅନ୍ୟ ଉପରେ ଲଦି ଦେଉଛନ୍ତି । କିନ୍ତୁ ଆଞ୍ଚଳିକ ଦଳ ଭାଙ୍ଗିବା ପଛରେ ବିଜେପିକୁ ଦାୟୀ କରିଛନ୍ତି ବିଜଡେ ନେତା । ଯାହାର ଜବାବ ରଖିଛି ବିଜେପି । ଆଞ୍ଚଳିକ ଦଳ ମାନଙ୍କ ପାଇଁ ଏ ଟ୍ରେଣ୍ଡ ନୂଆ କ୍ରାଇସିସ ତିଆରି କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories