TMC Crisis / ମମତା ଡାକିଥିବା ବୈଠକକୁ ଆସିଲେ ମାତ୍ର ୮ ବିଧାୟକ, ୬ ସାଂସଦ; କ'ଣ କହିଲା TMC ?
·37 mins ago·2 min read

Key Points
ଭାଙ୍ଗୁଛି କି ତୃଣମୂଳ କଂଗ୍ରେସ ? ମମତା ବାନାର୍ଜୀଙ୍କ ଠାରୁ ଦୂରେଇ ଯାଉଛନ୍ତି କି ବିଧାୟକ ଓ ସାଂସଦ । ଦଳ ପାଖରେ ଲୋକସଭାରେ ୨୮ ଜଣ ବିଧାୟକ ଥିବାବେଳେ ମମତାଙ୍କ ବୈଠକରେ ମାତ୍ର ୪ ଜଣ ଯୋଗ ଦେବା ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
କୋଲକାତା: ପ୍ରଥମେ ମମତାଙ୍କ ବୈଠକକୁ ୮୦ରୁ ଆସିଲେ ମାତ୍ର ୨୦ ବିଧାୟକ । ଏବେ ସେହି ସଂଖ୍ୟା ୨୦ରୁ ୮କୁ ଖସିଛି । ଶୁକ୍ରବାର ମମତା ବାନାର୍ଜୀ ତାଙ୍କ କାଳୀଘାଟ ବାସଭବନରେ ଟିଏମ୍ସିର ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଥିବା ବେଳେ ଦଳରେ ବିଦ୍ରୋହ ଜଳ ଜଳ ଦିଶୁଛି ।
ଏବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାଖରେ ଲୋକସଭାରେ ୨୮ ସାଂସଦ ଅଛନ୍ତି । ସେଥିମଧ୍ୟରୁ ଶୁକ୍ରବାର ମମତାଙ୍କ ବାସଭବନରେ ହୋଇଥିବା ବୈଠକରେ ମାତ୍ର ୪ ଜଣ ଉପସ୍ଥିତ ଥିଲେ । ସେହିଭଳି ୧୩ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୧୧ ଜଣ ଆସି ନଥିଲେ ।
ଏଥିସହ ପଢ଼ନ୍ତୁ: ଭାଙ୍ଗୁଛି ଦିଦିଙ୍କ ଗଡ଼; ପୁତୁରାକୁ ଗୁରୁତ୍ଵ ଦେବା ପଡ଼ିଲା କି ମହଙ୍ଗା ? ଅସନ୍ତୁଷ୍ଟ ୬୦ ବିଧାୟକ
ବୈଠକରେ ସାମିଲ୍ ହୋଇଥିବା ସାଂସଦଙ୍କ ମଧ୍ଯରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଅଛନ୍ତି । ରାଜ୍ୟସଭା ସାଂସ ଡେରେକ ଓ ବ୍ରାଏନ୍ ଏବଂ ଦୋଲ ସେନଙ୍କୁ ବୈଠକରେ ଦେଖିବାକୁ ମିଳିଥିଲା ।
ବୈଠକରେ ୮ ବିଧାୟକ
ମମତା ବାନାର୍ଜୀ ଡାକିଥିବା ଟିଏମ୍ସିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୮ ଜଣ ବିଧାୟକ ଉପସ୍ଥିତ ଥିଲେ । ସେମାନେ ହେଲେ ମଦନ ମିତ୍ର, ବୀଣା ମଣ୍ଡଳ, ଅସୀମା ପାତ୍ର, ଫୀରହଦ ହାକିମ, କୁନାଲ ଘୋଷ, ସୋଭନଦେବ ଚଟ୍ଟୋପାଧ୍ୟାୟ, ବିମନ ବାନାର୍ଜୀ ଏବଂ ଅଶୋକ ଦେବ ।
ଦିଦିଙ୍କ ଘରେ ବସିଥିବା ଟିଏମ୍ସିର ବଡ଼ ବୈଠକରେ ଏଧିକାଂଶ ବିଧାୟକ, ସାଂସଦ ସାମିଲ୍ ନ ହେବା ନେଇ ଦଳ ପ୍ରତିକ୍ରିୟା ରଖିଛି । ଟିଏମ୍ସି ପକ୍ଷରୁ କୁହାଯାଇଛି, "ଏହା ଜାତୀୟ କାର୍ଯ୍ୟକାରୀ କମିଟି ବୈଠକ ଥିଲା । ଏହା ସମସ୍ତ ବିଧାୟକ କିମ୍ବା ସାଂସଦଙ୍କ ବୈଠକ ନଥିଲା । ମହୁଆ ମୋଇତ୍ର, ସୁଶ୍ମିତା ଦେବ, ମୁକୁଲ ସାଙ୍ଗମା ଏବଂ ରାଜେଶ ତ୍ରିପାଠୀ ପ୍ରମୁଖ ଭିସିରେ ବୈଠକରେ ସାମିଲ୍ ହୋଇଥିଲେ ।"
ଏଥିସହ ପଢ଼ନ୍ତୁ: ଘନଉଛି TMC ସଂକଟ; ବିଦ୍ରୋହୀ ଗୋଷ୍ଠୀ ସମ୍ପର୍କରେ ୨୩ ସାଂସଦ, ମମତା ଡାକିଲେ ଜରୁରୀ ବୈଠକ
ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ TMC ସାଂସଦ
ଟିଏମ୍ସି ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି ୨୩ ଜଣ ଟିଏମ୍ସି ସାଂସଦ ଏବେ ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପର୍କରେ ରହିଛନ୍ତି । ଏପରିକି ସେଥିରୁ ୨୦ ଜଣ ସାଂସଦ ଟିଏମ୍ସି ଛାଡ଼ି ବିଜେପିରେ ସାମିଲ୍ ହେବା ଆକଳନ କରାଯାଉଛି ।
କେନ୍ଦ୍ର ସହ ଏବେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାରେ ରହିଛି । ଟିଏମ୍ସି ସାଂସଦ ଦଳ ଛାଡ଼ିବା ଚର୍ଚ୍ଚା ଭିତରେ ବିଦ୍ରୋହୀ ଗୋଷ୍ଠୀର ନେତା ରିତବ୍ରତ ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଦୟାକରି ଧୈର୍ଯ୍ୟ ଧରନ୍ତୁ, ଅନେକ କିଛି ଘଟିବାକୁ ଯାଉଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories