Videos
|
Politics

Lucknow Buffalo Auction Controversy / ୨୪୩ ମଇଁଷି ନିଲାମୀକୁ ନେଇ ହଙ୍ଗାମା; ସପା ବିରୋଧରେ ରୁଜୁ ହେଲା ମାମଲା

Subhramjit Ray
Browse all articles by Subhramjit Ray
·1 hour ago·2 min read
୨୪୩ ମଇଁଷି ନିଲାମୀକୁ ନେଇ ହଙ୍ଗାମା; ସପା ବିରୋଧରେ ରୁଜୁ ହେଲା ମାମଲା
Lucknow Buffalo Auction Controversy

Key Points

ରାଜଧାନୀ ଲକ୍ଷ୍ନୌରେ, ନଗର ନିଗମ ସ୍ଥାନୀୟ ପାରା ଅଞ୍ଚଳରୁ ଜବତ କରିଥିବା ମଇଁଷିକୁ ନିଲାମ କରିଥିଲା। ହେଲେ ଲକ୍ଷ୍ନୌ ନଗର ନିଗମ ଦ୍ୱାରା ହୋଇଥିବା ଏହି ନିଲାମୀ ସମୟରେ ସମାଜବାଦୀ ପାର୍ଟି (ସପା) ଏହାର ବିରୋଧ କରିଥିଲେ। ଏହି ମାମଲାରେ ହଜରତଗଞ୍ଜ ଥାନାରେ ସପା କର୍ମକର୍ତ୍ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।
LMC auctioned 243 buffaloes: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ କରାଯାଇଛି ୨୪୩ ମଇଁଷି ନିଲାମ କରିଛି ନଗର ନିଗମ। ଏହି ମଇଁଷି ନିଲାମୀରୁ ଲକ୍ଷ୍ନୌ ନଗର ନିଗମ (LMC) ମୋଟ ୫୮ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରିଛି। ଗତ ସୋମବାର (ଅଗଷ୍ଟ ୨୪) ଦିନ ସକାଳ ୧୧ ଘଟିକାରୁ ନିଲାମ ଆରମ୍ଭ ହୋଇ ଅପରାହ୍ନ ପ୍ରାୟ ୧ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ହେଲେ ନିଲାମୀକୁ ବିରୋଧ କରିଥିଲା ସମାଜବାଦୀ ପାର୍ଟି (ସପା) ଯୁବ ଶାଖା। ଏନେଇ ସପା ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ମଇଁଷି ନିଲାମୀରେ ଭାଗ ନେବା ଲକ୍ଷ୍ନୌ ବାହାରରୁ ଲୋକ ଆସିଥିଲେ। ଯେଉଁଥିରେ ଅନେକ କଂସେଇ ମଧ୍ୟ ସାମିଲ ହୋଇଥିଲେ।

ବିବାଦ ବଢୁଥିବା ଦେଖି ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା। ପରିସ୍ଥିତି ବିଗିଡ଼ିବା ପରେ ଲକ୍ଷ୍ନୌ ପଶ୍ଚିମ ବିଧାନସଭା ଆସନର ସପା ବିଧାୟକ ଅରମାନ ଖାନ ଘଟଣାସ୍ଥଳରେ ପହଞ୍ଚି ଦଳୀୟ କର୍ମୀଙ୍କ ସହିତ ଧାରଣାରେ ବସିଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ହଟାଇ ଦେଇଥିଲେ। ସେମାନଙ୍କୁ ବସ୍ ଯୋଗେ ଇକୋ ଗାର୍ଡେନ୍ ପଠାଇଥିଲେ। ଏହି ସମୟରେ ସପା ବିଧାୟକ LMC ଅତିରିକ୍ତ କମିଶନର ଡକ୍ଟର ଅରବିନ୍ଦ କୁମାର ରାଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ସେ ମଇଁଷି ନିଲାମୀକୁ ବନ୍ଦ କରିବାକୁ ଦାବି ଜଣାଇଥିଲା।

ଏହା ସହ ପଢନ୍ତୁ: ବନ୍ଧୁକ ମୁନରେ ଲୁଟିଲେ ୬୦ ମଇଁଷି, ମାଡ଼ି ବସିଲା ଡ୍ରୋନ୍ କ୍ୟାମେରା

ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ନଗର ନିଗର ଅଧିନସ୍ଥ ପାରା ଅଞ୍ଚଳରେ ଅନେକ ବେଆଇନ ଗୋପାଳନ କେନ୍ଦ୍ର (Dairy) ଚାଲୁଥିଲା। ଗତ ୧୬ ତାରିଖରେ, ପୋଲିସ ଅଧିକାରୀଙ୍କ ସହିତ ନଗର ନିଗମର ଏକ ଦଳ ଜବରଦଖଲ ହଟାଇବା ପାଇଁ ସେଠାରେ ପହଞ୍ଚିଥିଲା। ପାରା ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ ଅଭିଯାନ ସମୟରେ ସ୍ଥାନୀୟ ବାସିନ୍ଦା ଜଣେ ପୋଲିସ ସବ-ଇନ୍ସପେକ୍ଟରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପ୍ରଶାସନ। ସବ-ଇନ୍ସପେକ୍ଟରଙ୍କ ଉପରେ ହୋଇଥିବା ଆକ୍ରମଣ ପରେ, ସେହି ବେଆଇନ ଗୋପାଳନ କେନ୍ଦ୍ରରୁ ଜବତ ହୋଇଥିବା ୨୪୩ ମଇଁଷି ନିଲାମ କରିଥିଲା ଲକ୍ଷ୍ନୌ ନଗର ନିଗମ।

ନିଲାମରେ ବାଧା ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ରୁଜୁ ହେଲା ମାମଲା
ନଗର ନିଗମ କାର୍ଯ୍ୟାଳୟ ପରିସରରେ ବିନା ଅନୁମତିରେ ରାସ୍ତା ଅବରୋଧ ଏବଂ ସରକାରୀ କାମରେ ବାଧା ସୃଷ୍ଟି କରିବା ଅଭିଯୋଗରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହଜରତଗଞ୍ଜ ଥାନା ଅଧିନସ୍ଥ ଲାଲବାଗ ଫାଣ୍ଡି ଅଧିକାରୀ ପ୍ରଦୀପ କୁମାରଙ୍କ ଦ୍ଵାରା ଦାୟର ହୋଇଥିବା ଅଭିଯୋଗରେ ସପବା କର୍ମକର୍ତ୍ତା ଅନୀସ ରାଜ ଏବଂ ଅନ୍ୟ ୧୦ ଜଣଙ୍କ ସମେତ ମୋଟ ୫୦ ଜଣ ଅଜ୍ଞାତଙ୍କ ନାମ ଉଲ୍ଲେଖ କରାଯାଇଛି। ଆନ୍ଦୋଳନକାରୀ ନଗର ନିଗମ ଦ୍ୱାରା ଜବତ ହୋଇଥିବା ମଇଁଷି ନିଲାମୀରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଭାରତୀୟ ନ୍ୟାୟସଂହିତା (BNS) ଧାରା ୩(୫), ୨୮୫, ୧୯୦ ଏବଂ ୨୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: