UP Congress Clash Lucknow Office / କିଏ ଏହି ମମତା ଚୌଧୁରୀ? ଯାହାଙ୍କ ପାଇଁ ଚିହିଁକି ଉଠିଲେ ଅଜୟ ରାୟ?
·3 hours ago·3 min read

Key Points
ରବିବାର ରାଜଧାନୀ ଲକ୍ଷ୍ନୌ ସ୍ଥିତ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ହାତାହାତି ଘଟଣା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି।
ରବିବାର (୧୧ ଅକ୍ଟୋବର) ରାଜଧାନୀ ଲକ୍ଷ୍ନୌ ସ୍ଥିତ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟ ପାଲିଟିଥିଲା ରଣକ୍ଷେତ୍ର। ଗତକାଲି ନବନିଯୁକ୍ତ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷା ଆରାଧନା ମିଶ୍ର ମୋନାଙ୍କ ଶପଥ ଗ୍ରହଣ ଉତ୍ସବ ସମୟରେ, ଯେଉଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ତାହା ସମସ୍ତ ସୀମା ଅତିକ୍ରମ କରିଗଲା। ପୂର୍ବତନ ରାଜ୍ୟ ସଭାପତି ଅଜୟ ରାୟଙ୍କ ସମର୍ଥକ ତାତି ଉଠିଥିଲେ। ଏପରିକି ଦଳୀୟ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ସହ ଠେଲାପେଲି, ଧସ୍ତାଧସ୍ତି, ହାତାହାତି, ଠେଲାପେଲା ହୋଇଥିବାର ଖବର ଆସିଥିଲା। ଏହାକୁ ନେଇ ପରିସ୍ଥିତି ଏପରି ବିଗିଡ଼ିଗଲା ଯେ ଜୋତା ଫିଙ୍ଗାଫିଙ୍ଗି ହୋଇଥିଲା। ଦଳର ବରିଷ୍ଠ ନେତା ଏବଂ ରାଜ୍ୟ ଅଧ୍ୟକ୍ଷା ଆରାଧନା ମିଶ୍ରଙ୍କ ପିତା ପ୍ରମୋଦ ତିୱାରୀ ହାତ ଯୋଡ଼ି ଅଜୟ ରାୟଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ତଥାପି ଅଜୟ ରାୟ କ୍ରୋଧିତ ହୋଇଉଠିବା ସହ ଦଳୀୟ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଏହି ସମ୍ପୂର୍ଣ୍ଣ ବିବାଦ ପଛରେ ମମତା ଚୌଧୁରୀଙ୍କ ନାମ ସାମ୍ନାକୁ ଆସିଛି।
ଅଜୟ ରାୟଙ୍କ ସମର୍ଥକଙ୍କୁ କ୍ରୋଧିତ କରିଥିବା ମମତା ଚୌଧୁରୀ କିଏ?
ମମତା ଚୌଧୁରୀ ଲକ୍ଷ୍ନୌ ନଗର ନିଗମର ମାଲବ୍ୟ ନଗର ୱାର୍ଡ କର୍ପୋରେଟର। ଯିଏ ହେଉଛନ୍ତି ଦଳର ମଧ୍ୟ କ୍ଷେତ୍ରର ମହିଳା ଶାଖା ଅଧ୍ୟକ୍ଷା। ଅଜୟ ରାୟଙ୍କ ସମର୍ଥକ ଅଭିଯୋଗ କରିଛନ୍ତି ଯେ ମମତା ଚୌଧୁରୀ ତାଙ୍କ ଉପରେ ଅପମାନଜନକ ଭାଷା ପ୍ରୟୋଗ କରିଥିଲେ। ଯାହା ଫଳରେ ଦଳୀୟ କାର୍ଯ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ପ୍ରକୃତରେ କ’ଣ ଘଟିଥିଲା? ଅଜୟ ରାୟ କ’ଣ ପାଇଁ କ୍ରୋଧିତ ହୋଇଗଲେ?
ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟଙ୍କ ନିକଟତମ ସହଯୋଗୀ କହିଛନ୍ତି ଯେ ଅଜୟ ରାୟ ରବିବାର ଅପରାହ୍ନରେ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶିତ ଫଟୋ ଚିତ୍ରକୁ ପ୍ରଣାମ କରୁଥିଲେ। ଏହି ସମୟରେ କେହି ଜଣେ କହିଥିଲେ ଯେ, "ସେ ଏଠାରେ କ’ଣ କରୁଛନ୍ତି? କେହି ତାଙ୍କ ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ।" ଅଜୟ ରାୟଙ୍କ ନିକଟତମ ସହଯୋଗୀଙ୍କ କହିବା ଅନୁଯାୟୀ ଏକଥା ମମତା ଚୌଧୁରୀ କହିଥିଲେ। ଏକଥା ଶୁଣିବା ପରେ ଅଜୟ ରାୟ ତାଚି ଉଠିଥିଲେ। ଏକଥା ଜାଣିବା ପରେ ତାଙ୍କ ସମର୍ଥକ କ୍ରୋଧିତ ହୋଇଗଲେ।
ବିବାଦକୁ ନେଇ କ'ଣ କହିଲେ ମମତା ଚୌଧୁରୀ?
ଏହି ବିବାଦୀୟ ଘଟଣାରେ ମମତା ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି "ପ୍ରଥମେ ମୁଁ ଏହା କହିବାକୁ ଚାହେଁ ଯେ ମୁଁ କେବେ ଆଶା କରି ନଥିଲି ଯେ ଆମର ପୂର୍ବତନ ସଭାପତି ଏପରି କରିବେ। ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ସହ ମୋର କେବେ କୌଣସି ଝଗଡ଼ା ହୋଇନଥିଲା। ମୁଁ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଆସିବାର ମଧ୍ୟ ଦେଖି ନଥିଲି। ମୁଁ ଦଳୀୟ କାର୍ଯ୍ୟାଳୟରେ ଦଳର ମହିଳା କର୍ମକର୍ତ୍ତାଙ୍କୁ ଏକାଠି କରୁଥିଲି। ଗଣମାଧ୍ୟମ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲା। ଯଦି ମୁଁ ସେମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି, ତାହେଲେ କେହି ଜଣେ ଏହାକୁ ରେକର୍ଡ କରିଥାନ୍ତେ କିମ୍ବା କାହାର ମୋବାଇଲ୍ ଫୋନ୍ ରେ ଏହି ଘଟଣାର ଭିଡି଼ଓ ରେକର୍ଡ଼ ହୋଇଥାନ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: କଂଗ୍ରେସ କାର୍ଯ୍ୟାଳୟରେ ଗଣ୍ଡଗୋଳ ପରେ ହୋଇଗଲା ମୁହାଁମୁହିଁ; ନାରାଜ ହୋଇ ବାହାରି ଆସିଲେ ଅଜୟ ରାୟ
"ନିଜ ସୀମା ମଧ୍ୟରେ ରୁହ", ଅଜୟ ରାୟଙ୍କ ଏପରି ବୟାନରେ କ୍ରୋଧିତ ହୋଇଉଠିଲେ ମମତା ଚୌଧୁରୀ
ମମତା ଚୌଧୁରୀ ଆହୁରି କହିଥିଲେ ଯେ ଦଳୀୟ କାର୍ଯ୍ୟାଳୟରେ ଦଳର ମହିଳା କର୍ମକର୍ତ୍ତା ସେଠାରେ ପୁଷ୍ପଗୁଚ୍ଛ ଏବଂ ଅନ୍ୟାନ୍ୟ ଜିନିଷ ସଜାଉଥିଲେ। ଅଜୟ ରାୟ ସାମ୍ନାରୁ ଫେରି ଆସି ମୋ ଉପରେ ଚିତ୍କାର କରିବାକୁ ଲାଗିଲେ। ସେ ମୋତେ କହିଲେ, "ଆପଣ ନିଜ ସୀମା ମଧ୍ୟରେ ରୁହନ୍ତୁ। ଆପଣଙ୍କର କୌଣସି ସ୍ଥାନ ନାହିଁ।" ଯେତେବେଳେ ସେ ମୋତେ ବାରମ୍ବାର ସୀମା ରହିବା କଥା କହିଲେ ସେତେବେଳେ ମୁଁ ରାଗି ଯାଇଥିଲି। ଏଠାରେ କୌଣସି ଗୋଷ୍ଠୀ ନଥିଲା। ଏହା ସବୁ ଏକ ମନଗଢ଼ା କଥା।
ଆପଣଙ୍କୁ କାହିଁକି କରାଯାଉଛି ଟାର୍ଗେଟ୍?
ତାଙ୍କୁ କାହିଁକି ଟାର୍ଗେଟ କରାଯାଉଛି, ଏହାର ଜବାବରେ ମମତା ଚୌଧୁରୀ କହିଛନ୍ତି, ମୋର କୌଣସି ବିବାଦ ନଥିଲା। ଯଦି ବିବାଦ ଥାନ୍ତା, ତାହେଲେ ସେ ଦଳର ଅଧ୍ୟକ୍ଷ ରହିଥିବା ସମୟରେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ। ସେ ଆହୁରି କହିଛନ୍ତି, ସେ ହେଉଛନ୍ତି ଆମର ବରିଷ୍ଠ ନେତୃବୃନ୍ଦ। ସେ ଗାଳି ମଧ୍ୟ ଦେଇପାରନ୍ତି। ହେଲେ ଯଦି ସେ ତାଙ୍କ ସମର୍ଥକଙ୍କ ସହାୟତାରେ ମୋ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି, ତାହେଲେ ଏହା ଗ୍ରହଣୀୟ ନୁହେଁ। କଂଗ୍ରେସ ଦଳର ଗାନ୍ଧୀବାଦୀ ରାଜନୀତିରେ ଏହାର କୌଣସି ସ୍ଥାନ ନାହିଁ।"
ଘଟଣାକୁ ନେଇ କ'ଣ କହିଲେ ଅଜୟ ରାୟ?
ଅଜୟ ରାୟ ଏପର୍ଯ୍ୟନ୍ତ ଏହି ବିବାଦୀୟ ଘଟଣା ମାମଲାରେ ଖୋଲାଖୋଲି ଭାବରେ କିଛି କହିନାହାଁନ୍ତି। ଅନୁପଯୁକ୍ତ ମନ୍ତବ୍ୟ ଦେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ବିଷୟରେ ପଚରାଯିବାରୁ ସେ କହିଥିଲେ, "ନିଶ୍ଚିତ ଭାବରେ କିଛି ଲୋକ ଅଛନ୍ତି ଯେଉଁମାନେ ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।"
କମିଟି ଗଠନ କରିବା ବିଷୟରେ ହେଉଛି ଆଲୋଚନା
ରବିବାର ଲକ୍ଷ୍ନୌ କଂଗ୍ରେସ କାର୍ଯ୍ୟାଳୟରେ କ’ଣ ଘଟିଥିଲା ତାହାର ତଦନ୍ତ ପାଇଁ ଏକ କମିଟି ଗଠନ କରିବା ବିଷୟରେ ଆଲୋଚନା ହେଉଛି। ଏହା ମଧ୍ୟ ଜଣାପଡିଛି ଯେ ମମତା ଚୌଧୁରୀଙ୍କୁ ସୋମବାର ଦିଲ୍ଲୀ ଡକାଯାଇଛି। ଏବେ ଏହି ମାମଲାରେ ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବା ବାକି ରହିଲା।

Related Topics
Explore more stories