Supreme Court To Mahua / TMC ନେତ୍ରୀ ମହୁଆଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା; 'ଅଣ୍ଡାକୁ କାହିଁକି ଆପଣଙ୍କର ଏତେ ଭୟ ?'
·2 weeks ago·2 min read

Key Points
ଟିଏମସି ନେତ୍ରୀ ମହୁଆଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
କହିଲେ ଅଣ୍ଡାକୁ ଆପଣଙ୍କର କାହିଁକି ଏତେ ଭୟ
ସ୍ଵାଧୀନତା ସଂଗ୍ରାମୀମାନେ ଛାତିରେ ଗୁଳି ଖାଇଥିଲେ
କହିଲେ ଅଣ୍ଡାକୁ ଆପଣଙ୍କର କାହିଁକି ଏତେ ଭୟ
ସ୍ଵାଧୀନତା ସଂଗ୍ରାମୀମାନେ ଛାତିରେ ଗୁଳି ଖାଇଥିଲେ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC) ସାଂସଦ ମହୁଆ ମୋଇତ୍ରାଙ୍କ ବିରୁଦ୍ଧରେ ଫେସବୁକରେ ଉତ୍ତେଜନାମୂଳକ ପୋଷ୍ଟ ଅପଲୋଡ୍ କରିବା ମାମଲା । ପୋଲିସ ସମ୍ମୁଖରେ ଭର୍ଚୁଆଲ୍ ଭାବରେ ହାଜର ହେବା ପାଇଁ ଅନୁମତି ପାଇଁ ମହୁଆ ମୋଇତ୍ରାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ ଜଷ୍ଟିସ ଦୀପଙ୍କର ଦତ୍ତା ଶୁଣାଣି ସମୟରେ ତାଙ୍କୁ ଓ ଅନ୍ୟ ନେତା ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ଯେ "ଆପଣଙ୍କୁ ଅଣ୍ଡାକୁ ଏତେ ଭୟ କାହିଁକି ?"
ସାଂସଦ ମହୁଆ ମୋଇତ୍ରା ନିଜ ଆବେଦନରେ ଯୁକ୍ତି ବାଢ଼ିଥିଲେ ଯେ ଯଦି ସେ ବ୍ୟକ୍ତିଗତ ଭାବରେ ସେଠାକୁ ଯାଆନ୍ତି ତେବେ ତାଙ୍କ ଉପରେ ଭିଡ଼ ଆକ୍ରମଣ କରିବ ଏବଂ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗାଯାଇପାରେ । ଏହାପରେ ବିଚାରପତି ଦୀପଙ୍କର ଦତ୍ତା ଏବଂ ଶୀଲ୍ ନାଗୁଙ୍କ ଖଣ୍ଡପୀଠ କହିଥିଲେ, "ଆପଣ ଜଣେ ସାଂସଦ? ରାଜନୀତିରେ ପ୍ରବେଶ କରିବା ପରେ, ଆପଣ ଅଣ୍ଡାକୁ ଭୟ କରୁଛନ୍ତି..ଯେତେବେଳେ କି ଆମର ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଛାତିରେ ଗୁଳି ଖାଇଛନ୍ତି ? ଏଗୁଡ଼ିକ ଏପରି ଆବେଦନ ଯାହା ଏହି କୋର୍ଟରେ ଆଦୌ ଆସିବା ଉଚିତ ନୁହେଁ। "

- ମହୁଆଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ
- କଣ ପୂରା ଘଟଣା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟାକାଣ୍ଡର ପର୍ଦ୍ଦାଫାଶ; ମାଷ୍ଟରମାଇଣ୍ଡ କିଏ ଜଣାପଡ଼ିଲା..
- ଆବେଦନ ଫେରାଇନେଲେ ମହୁଆଙ୍କ ଓକିଲ
Related Topics
Explore more stories