Bengal Politics / ଫୋନ୍ କରି ଚାଲିଥିଲେ ଦିଦି, ସମର୍ଥନ କରିବାକୁ ମନା କରି କଂଗ୍ରେସ ରଖିଲା ସର୍ତ୍ତ
·2 hours ago·2 min read

Key Points
ଉପନିର୍ବାଚନରେ ସମର୍ଥନ ପାଇଁ ଦିଦି, କଂଗ୍ରେସ ସହ ସମ୍ପର୍କ କରିଛନ୍ତି । କିନ୍ତୁ ଟିଏମସିର ସଂକଟ ଘଡ଼ିରେ ମମତାଙ୍କ ପ୍ରସ୍ତାବ ମାନିବାକୁ ମନା କରି ଦେଇଛି କଂଗ୍ରେସ ।
କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି ସରକାରରୁ ଯିବା ପରେ ବିପଦ ଘନେଇ ଚାଲିଛି । ପ୍ରଥମ ଦଳ ୩ ଭାଗ ହେବା ପରେ ଏବେ ଦିଦିଙ୍କୁ ମିଳୁନି ସହଯୋଗୀଙ୍କ ସମର୍ଥନ । ରେଜିନଗର ଓ ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନ ଏବେ ଦିଦିଙ୍କ ତଣ୍ଟିରେ କଣ୍ଟା ଭଳି ଫୁଟିଛି ।
ଇଣ୍ଡି ମେଣ୍ଟରେ ମମତାଙ୍କ ଟିଏମସି ରହିଛି । ଦୁଇଟି ଯାକ ଆସନରେ ଉପନିର୍ବାଚନରେ ସହାୟତା ପାଇଁ ଦିଦି, କଂଗ୍ରେସ ସହ ସମ୍ପର୍କ କରିଛନ୍ତି । କିନ୍ତୁ ଟିଏମସିର ସଂକଟ ଘଡ଼ିରେ କଂଗ୍ରେସ, ମମତାଙ୍କ ପ୍ରସ୍ତାବ ମାନିବାକୁ ମନା କରି ଦେଇଛି ।
ଏନେଇ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ଅନ୍ୟପକ୍ଷେ କଂଗ୍ରେସ ରେଜିନଗର ଓ ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦେଇଛି । ଯାହା ବଢ଼ାଇ ଦେଇଛି ମମତା ବାନାର୍ଜୀଙ୍କ ଚିନ୍ତା ।
ଏଥିସହ ପଢ଼ନ୍ତୁ: NCPI ନେତାଙ୍କ ଦାବି; ବିଜେପିରେ ମିଶିବେ TMCର ବିଦ୍ରୋହୀ ସାଂସଦ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ମମତା ବାନାର୍ଜୀ ଉପନିର୍ବାଚନରେ କଂଗ୍ରେସକୁ ସମର୍ଥନ ମାଗିଥିଲେ । ଏନେଇ ମମତା, ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ସହ ଆଲୋଚନା କରିଥିଲେ । ରେଜିନଗର ଆସନରେ ଟିଏମସି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ କହିଥିଲେ ।
ଏଥିସହ ନନ୍ଦିଗ୍ରାମ ଆସନକୁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ ମମତା ବାନାର୍ଜୀ । ଯାହା ସୂଚାଉଛି କଂଗ୍ରେସ ସହ ମେଣ୍ଟ ପାଇଁ ମମତା ପ୍ରୟାସ କରିଥିଲେ । ନନ୍ଦିଗ୍ରାମରେ ଟିଏମସି ଦେଇଥିବା ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ବି କହିଥିଲେ । ତେବେ, ମମତାଙ୍କ ସମସ୍ତ ପ୍ରସ୍ତାବକୁ କଂଗ୍ରେସ ଏଡ଼ାଇ ଦେଇଛି । ଏହାକୁ ନେଇ କଂଗ୍ରେସ ଓ ଟିଏମସି ପକ୍ଷରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଆସି ନାହିଁ ।
କ'ଣ କହିଲା କଂଗ୍ରେସ ?
ରିପୋର୍ଟ ଅନୁସାରେ, ଟିଏମସି ଶାସନ ସମୟରେ କଂଗ୍ରେସ କାର୍ଯ୍ଯକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦଳ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଛି । ପିସିସି ଅଧ୍ୟକ୍ଷ ଶୁଭଙ୍କର ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ, ଯଦି ଟିଏମସି ମେଣ୍ଟ ଚାହୁଁଛି । ତାହେଲେ ଟିଏମସିକୁ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନରେ କଂଗ୍ରେସ ସହ ସାଥ୍ ଦେବାକୁ ପଡ଼ିବ ।
ଅକ୍ଟୋବରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଟିଏମସି ନନ୍ଦିଗ୍ରାମ ଆସନରୁ ସଞ୍ଚିତା ପ୍ରଧାନଙ୍କୁ ଟିକେଟ୍ ଦେଇଛି । ସେହିଭଳି ରେଜିନଗରରୁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି ଟିଏମସି । ସେହିଭଳି କଂଗ୍ରେସ ରେଜିନଗରରୁ ମହମ୍ମଦ ଅବ୍ଦୁଲ୍ଲାହିଲ କଫିଙ୍କୁ ପ୍ରାର୍ଥୀ କରିଥିବା ବେଳେ ନନ୍ଦିଗ୍ରାମରେ ମିଲନ ପ୍ରଧାନଙ୍କୁ ଟିକେଟ୍ ଦେଇଛି । ଉଭୟ ଆସନରେ ଅକ୍ଟୋବର ୬ରେ ମତଦାନ ଓ ଅକ୍ଟୋବର ୯ରେ ଗଣତି ହେବ ।
ଟିଏମସି ଚିହ୍ନକୁ ନେଇ ଛିଡ଼ିନି ଲଢ଼େଇ

ଗୋଟିଏ ପଟେ ପଶ୍ଚିମବଙ୍ଗର ଦୁଇଟି ଆସନରେ ଉପନିର୍ବାଚନ ହେଉଛି । ଅନ୍ୟପଟେ ମମତାଙ୍କ ଠାରୁ ଅଲଗା ହୋଇଥିବା ଋତବ୍ରତ ଗୋଷ୍ଠୀ ଦଳର ନାଁ ସହ ଚିହ୍ନ ଉପରେ ଦାବି କରିଛନ୍ତି । ମାମଲା ସୁପ୍ରିମକୋର୍ଟଙ୍କ ସହ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି । ଆଶା କରାଯାଉଛି, ସେପ୍ଟେମ୍ବର ୧୭ ପୂର୍ବରୁ ନିର୍ବାଚନ କମିଶନ ନିଷ୍ପତ୍ତି ଶୁଣାଇ ପାରନ୍ତି ।
ଏଥିସହ ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ନିକଟରେ TMCର ଚିହ୍ନ ପାଇଁ ଲଢ଼େଇ; ମମତାଙ୍କୁ ଦସ୍ତାବିଜ୍ ମାଗିଲେ ECI
ଉଭୟ ନନ୍ଦିଗ୍ରାମ ଓ ରେଜିନଗର ଆସନରୁ ଋତବ୍ରତଙ୍କ ଗୋଷ୍ଠୀ ମଧ୍ୟ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ନନ୍ଦିଗ୍ରାମର ମହମ୍ମଦ ଏତେଶାମୁଲ ହକ୍ ଓ ରେଜିନଗରରୁ ସଫିଉଜ୍ଜମା ଶେଖଙ୍କୁ ଛିଡ଼ା କରିବାକୁ ଋତବ୍ରତଙ୍କ ଗୋଷ୍ଠୀ ସ୍ଥିର କରିଛି । ତେଣୁ ଟିଏମସି ଚିହ୍ନରେ ମମତା ନା ଋତବ୍ରତ ଗୋଷ୍ଠୀର ପ୍ରାର୍ଥୀ ଉପନିର୍ବାଚନ ଲଢ଼ିବେ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

Related Topics
Explore more stories