Videos
|
Politics

TMC Rebel MPs / NCPI ନେତାଙ୍କ ଦାବି; ବିଜେପିରେ ମିଶିବେ TMCର ବିଦ୍ରୋହୀ ସାଂସଦ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
NCPI ନେତାଙ୍କ ଦାବି; ବିଜେପିରେ ମିଶିବେ TMCର ବିଦ୍ରୋହୀ ସାଂସଦ
17 to Join BJP, 3 to Stay With NCPI and Support NDA

Key Points

ବିଦ୍ରୋହୀ ସାଂସଦ ଜଗଦୀଶ ବସୁନିଆ କହିଛନ୍ତି ଯେ, "୨୦ ସାଂସଦଙ୍କ ମଧ୍ୟରୁ ୧୭ ସାଂସଦ ବିଜେପିରେ ମିଶିବେ । ବାକି ୩ ଜଣ ମୁସଲିମ୍ ସାଂସଦ NCPIରେ ରହି NDAକୁ ସମର୍ଥନ ଜାରି ରଖିବେ ।"
କୋଲକାତା: ତୃଣମୂଳ କଂଗ୍ରେସ (TMC) ଛାଡ଼ି NCPIରେ ସାମିଲ୍ ହୋଇଥିଲେ ୨୦ ବିଦ୍ରୋହୀ ସାଂସଦ । କୋଲକାତାରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ହଲଚଲ୍ । ଆଉ ଏବେ ପୁଣି ଥରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବିଦ୍ରୋହୀ ସାଂସଦ ଗୋଷ୍ଠୀରେ ଥିବା ସାଂସଦ ଜଗଦୀଶ ବସୁନିଆଙ୍କ ଦାବି ହେଲା- ୧୭ ଜଣ ସାଂସଦ ବିଜେପିରେ ସାମିଲ୍ ହେବେ ।

ବିଦ୍ରୋହୀ ସାଂସଦ ଜଗଦୀଶ ବସୁନିଆ କହିଛନ୍ତି ଯେ, "୨୦ ସାଂସଦଙ୍କ ମଧ୍ୟରୁ ୧୭ ସାଂସଦ ବିଜେପିରେ ମିଶିବେ । ବାକି ୩ ଜଣ ମୁସଲିମ୍ ସାଂସଦ NCPIରେ ରହି NDAକୁ ସମର୍ଥନ ଜାରି ରଖିବେ ।" ୨୦ ବିଦ୍ରୋହୀ ସାଂସଦଙ୍କ ଦଳ ଅଦଳବଦଳ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି ।

ଏଥିସହ ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ନିକଟରେ TMCର ଚିହ୍ନ ପାଇଁ ଲଢ଼େଇ; ମମତାଙ୍କୁ ଦସ୍ତାବିଜ୍ ମାଗିଲେ ECI 

ଜଗଦୀଶ ବସୁନିଆ କହିଛନ୍ତି, "ଆମ ଉଦ୍ଦେଶ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଶି କାମ କରିବା । ତେଣୁ ଆମେ ୨୦ ସାଂସଦ NDA ସହ ଯିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏବେ ବିଜେପିରେ ମିଶିବା ସାମିଲ୍ ହେବାକୁ ନିଷ୍ପତ୍ତି ନେଇଛୁ, ଏଥିପାଇଁ ସ୍ଵଳ୍ପ ସମୟ ଲାଗିପାରେ ।"

ସେ କହିଛନ୍ତି ଯେ, "ସାଂସଦଙ୍କ ବିରୋଧରେ ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ TMC ଅଭିଯୋଗ କରିଥିଲା । ଯାହାର ଜବାବ ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ୨୦ ସାଂସଦଙ୍କୁ ଦେବାକୁ ପଡ଼ିବ ।" ଜଗଦୀଶଙ୍କ ଦାବି ହେଲା- ଉତ୍ତର ରଖିବା ଓ ଆଇନ୍‌ଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆଗକୁ ରାସ୍ତା ପରିସ୍କାର ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦ୍ରୋହୀ ୨୦ ସାଂସଦଙ୍କ ମଧ୍ୟରୁ ୧୭ ଜଣ ବିଜେପିରେ ସାମିଲ୍ ହେବେ । ଅବୁ ତାହେର ଖାନ, ଖଲୀଲୁର ରହମାନ ଓ ୟୁସୁଫ୍ ପଠାନ NCPIରେ ରହିବେ । ଜଗଦୀଶଙ୍କ ଅନୁସାରେ, ୩ ସାଂସଦ NCPIରେ ରହି NDA ଅଂଶ ରହିବେ ଏବଂ ବୈଠକରେ ସାମିଲ୍ ହେବ । କିନ୍ତୁ, ବିଜେପିର ସଦସ୍ୟତା ନେବେ ନାହିଁ ।

ଏଥିସହ ପଢ଼ନ୍ତୁ: ମୃତ୍ୟୁର ୫ ବର୍ଷ ପରେ ଖୋଳିଲେ କଙ୍କାଳ, ହେବ ପୋଷ୍ଟମର୍ଟମ; ଖୋଲିବ BJP କର୍ମୀଙ୍କ ମୃତ୍ୟୁ ରହସ୍ୟ 

ଏହା ପଛର କାରଣ ୩ ସାଂସଦଙ୍କ ନିର୍ବାଚନ କ୍ଷେତ୍ରରେ ସାମାଜିକ-ରାଜନୈତିକ ପରିସ୍ଥିତି ବୋଲି କହିଛନ୍ତି ଜଗଦୀଶ ବସୁନିଆ । ସେ କହିଛନ୍ତି, ଅଞ୍ଚଳରେ ସଂଖ୍ୟାଲଘୁ ଜନସଂଖ୍ୟା ଅଧିକ ହୋଇଥିବାରୁ ୩ ସାଂସଦ ସିଧାସଳଖ ବିଜେପିରେ ମିଶିବେ ନାହିଁ । ବରଂ NDAରେ ରହି ବିଜେପିକୁ ସମର୍ଥନ କରିବେ ।

ସୂଚନାଯୋଗ୍ୟ, ୨୦ ସାଂସଦ NCPIରେ ସାମିଲ୍ ହୋଇଛନ୍ତି । NCPI ଏକ ପଞ୍ଜୀକୃତ ଅଣ-ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ । ବିଦ୍ରୋହୀ ସାଂସଦ NDAକୁ ସମର୍ଥନ ଘୋଷଣା କରିଛନ୍ତି । କିନ୍ତୁ ଲୋକସଭା ରେକର୍ଡରେ ଏବେବି ସେମାନେ TMCର ସାଂସଦ ଅଛନ୍ତି । କାରଣ ଦଳ ବଦଳକୁ ବାଚସ୍ପତି ଅନୁମୋଦନ କରି ନାହାନ୍ତି । ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ଯାହାର ଶୁଣାଣି କୋର୍ଟ ଆସନ୍ତା ୨୨ ତାରିଖରେ କରିବେ ।

Related Topics

Explore more stories