Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମମତାଙ୍କୁ ବଡ଼ ଝଟ୍‌କା; TMCର ୨୦ ବିଦ୍ରୋହୀ ସାଂସଦଙ୍କ ତାଲିକାରେ ସାୟୋନୀ ଘୋଷ ବି ସାମିଲ୍

Politics

TMC Crisis Deepens / ମମତାଙ୍କୁ ବଡ଼ ଝଟ୍‌କା; TMCର ୨୦ ବିଦ୍ରୋହୀ ସାଂସଦଙ୍କ ତାଲିକାରେ ସାୟୋନୀ ଘୋଷ ବି ସାମିଲ୍

Sushanta Sahoo
Browse all articles by Sushanta Sahoo
·4 hours ago·2 min read
ମମତାଙ୍କୁ ବଡ଼ ଝଟ୍‌କା; TMCର ୨୦ ବିଦ୍ରୋହୀ ସାଂସଦଙ୍କ ତାଲିକାରେ ସାୟୋନୀ ଘୋଷ ବି ସାମିଲ୍
20 MPs Write to Om Birla, Sayani Ghosh Included

Key Points

ପଶ୍ଚିମବଙ୍ଗ ନିର୍ବାଚନରେ ଧରିଥିଲେ TMC ପ୍ରଚାରର ମଙ୍ଗ । ରାଜ୍ୟରେ ଦଳ ହାରିଲା, ଦିଦି କ୍ଷମତାରୁ ଗଲେ । ତାପରେ ମନ ବଦଳାଇ ଦେଲେ ସାୟୋନୀ ଘୋଷ ।
କୋଲକାତା: ପଶ୍ଚିମବଙ୍ଗରେ ବିଧାୟକ ଦଳ ପରେ ଟିଏମ୍‌ସିର ସଂସଦୀୟ ଦଳରେ ଫାଟ ସ୍ପଷ୍ଟ ହୋଇଛି । ଟିଏମ୍‌ସିର ୨୦ ଲୋକସଭା ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ପତ୍ର ଲେଖି ସଂସଦରେ ଅଲଗା ବ୍ୟବସ୍ଥା ଦେବାକୁ ଦାବି କରିଛନ୍ତି । ଯେଉଁଥିରେ ସାୟୋନୀ ଘୋଷଙ୍କ ନାମ ମଧ୍ୟ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଦିଆଯାଇଥିବା ପତ୍ରରେ ରହିଛି ସାୟୋନୀ ଘୋଷଙ୍କ ନାଁ ।

ଯାହା ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ପାଇଁ ସବୁଠୁ ବଡ଼ ଝଟ୍‌କା ବିବେଚନା କରାଯାଉଛି । ସାୟୋନୀ ଘୋଷ ହେଉଛନ୍ତି ପଶ୍ଚିମବଙ୍ଗର ପସିଦ୍ଧ ଅଭିନେତ୍ରୀ, ଗାୟିକା ଓ ତୃଣମୂଳ କଂଗ୍ରେସର ସାଂସଦ । ସେ ଏବେ ଜାଦବପୁର ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ପ୍ରତିନିଧିତ୍ଵ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ଦିଦିଙ୍କ ଦଳରେ ବଡ଼ ଫାଟ; NDAକୁ ସମର୍ଥନ ଘୋଷଣା କଲେ TMCର ୨୦ ସାଂସଦ 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ସାୟୋନୀ ଘୋଷ ବେଶ୍ ଚର୍ଚ୍ଚାରେ ଥିଲେ । ମମତାଙ୍କ ପରେ ଯଦି TMCରେ କାହାର ଅଧିକ ଚର୍ଚ୍ଚା ହେଉଥିଲା, ସିଏ ଥିଲେ ସାୟୋନୀ ଘୋଷ । ବିଧାନସଭା ନିର୍ବାଚନ ବେଳେ ସାୟୋନୀ ଗାଇଥିବା 'ମେରେ ଦିଲ୍ ମେଁ ହେ କାବା ଔର୍ ଆଙ୍ଖୋ ମେଁ ମଦିନାଟ'କୁ ନେଇ ଚର୍ଚ୍ଚା ଓ ବିବାଦରେ ରହିଥିଲେ ।

ସାୟୋନୀ ଘୋଷଙ୍କ ଏହି ଗୀତକୁ ନେଇ ବିଜେପି ନେତା ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ । ମୁସଲିମ୍ ତୁଷ୍ଟୀକରଣ ଅଭିଯୋଗ ଆଣିଥିଲେ । ଏବେ NDA ଅର୍ଥାତ୍ ବିଜେପିକୁ ସମର୍ଥନ ଦେବା ପାଇଁ ଘୋଷଣା କରିଥିବା ୨୦ ସାଂସଦଙ୍କ ମଧ୍ୟରେ ସାୟୋନୀ ଘୋଷ ଥିବା ଜଣାପଡ଼ିଛି ।

ରାଘବଙ୍କୁ ଚିଡ଼ିଥିଲେ, ଏବେ…

ଆମ୍ ଆଦମୀ ପାର୍ଟି ଛାଡ଼ି ରାଘବ ଚଢ଼ା ବିଜେପିରେ ସାମିଲ୍ ହେବାକୁ ନେଇ ଟାର୍ଗେଟ୍ କରିଥିଲେ ସାୟୋନୀ ଘୋଷ । ଏକ ନିର୍ବାଚନୀ ସଭାରେ ସାୟୋନୀ ଘୋଷ କହିଥିଲେ, "ମୁଁ ଚଢ଼ା ନୁହେଁ... ଘୋଷ ସବୁବେଳେ ଘୋଷ ହିଁ ରହିବ ।"

ରାଜନୀତିରେ ସାୟୋନୀ

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସାୟୋନୀ ଘୋଷ ଟିଏମ୍‌ସିରେ ସାମିଲ୍ ହୋଇଥିଲେ । ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଲୋକ ପସନ୍ଦ କରୁଥିଲେ । ରାଜନୀତିକ ଆସିବା ପୂର୍ବରୁ ସାୟୋନୀ ଚର୍ଚ୍ଚାରେ ଥିଲେ ।

ଏଥିସହ ପଢ଼ନ୍ତୁ: ହାର ପରେ ଅଡୁଆରେ ମମତା ବାନାର୍ଜୀ; ଗୋଟିଏ ଦିନରେ ଖାଇଲେ ଡବଲ୍ ଝଟକା 

ଟିଏମ୍‌ସିରେ ସାୟୋନୀ ଘୋଷ ସାମିଲ୍ ହେବା ପରେ ମମତା ବାନାର୍ଜୀ ତାଙ୍କ ଆସନସୋଲ୍ ବିଧାନସଭା ଆସନରୁ ଟିକେଟ୍ ଦେଇଥିଲେ । କିନ୍ତୁ ସାୟୋନୀ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତଥାପି ପଛକୁ ନ ଫରେ ରାଜନୀତିରେ ଆଗକୁ ବଢ଼ିଥିଲେ ।

୨୦୨୪ରେ ଜାଦବପୁରରୁ ସାଂସଦ

ପରେ ୨୦୨୩ରେ ସାୟୋନୀ ଘୋଷ ଟିଏମ୍‌ସିର ଯୁବ ୱିଙ୍ଗର ସଭାପତି ହୋଇଥିଲେ । ଯାହା ପରେ ପଶ୍ଚିମବଙ୍ଗ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ସାୟୋନୀଙ୍କୁ ୧୦ ଘଣ୍ଟା ଜେରା କରିଥିଲା । ୨୦୨୪ରେ ସାୟୋନୀ ଘୋଷ ଜାଦବପୁରରୁ ଟିଏମ୍‌ସି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ି ଜିତିଥିଲେ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସାୟୋନୀ ଘୋଷ ଥିଲେ ଦଳର ତାରକା ପ୍ରଚାରକ । ଏବେ ଦିଦିଙ୍କ ହାତରୁ କ୍ଷମତା ଯିବା ସହ ସାୟୋନୀ ଘୋଷ ମନ ବଦଳାଇ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored