TMC Crisis Deepens / ବିଧାୟକଙ୍କ ପରେ ମମତାଙ୍କ ହାତ ଛାଡ଼ିବେ TMC ସାଂସଦ ! ଶୁଭେନ୍ଦୁଙ୍କ ଉପସ୍ଥିତିରେ ରୁଦ୍ଧ ଦ୍ଵାର ବୈଠକ
·3 months ago·2 min read

Key Points
ଟିଏମ୍ସି କ୍ଷମତାରୁ ଯିବା ପରେ ଦଳ ଭାଙ୍ଗିବାରେ ଲାଗିଛି । ପ୍ରଥମ ଦଫାରେ ୫୮ ଜଣ ବିଧାୟକ ମମତା ବାନାର୍ଜୀଙ୍କ ହାତ ଛାଡ଼ିଥିବା ବେଳେ ଏବେ ଏହି ବିଦ୍ରୋହ ସାଂସଦଙ୍କ ପର୍ଯ୍ୟନ୍ତ ପହଞ୍ଚିଛି ।
କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଲାଗି ରହିଛି ଅସ୍ଥିରତା । ଟିଏମ୍ସି କ୍ଷମତାରୁ ଯିବା ପରେ ଦଳ ଭାଙ୍ଗିବାରେ ଲାଗିଛି । ପ୍ରଥମ ଦଫାରେ ୫୮ ଜଣ ବିଧାୟକ ମମତା ବାନାର୍ଜୀଙ୍କ ହାତ ଛାଡ଼ିଥିବା ବେଳେ ଏବେ ଏହି ବିଦ୍ରୋହ ସାଂସଦଙ୍କ ପର୍ଯ୍ୟନ୍ତ ପହଞ୍ଚିଛି ।
ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସୁଖେନ୍ଦୁଙ୍କ ସମେତ ୧୦ ଜଣ ସାଂସଦ ଭୂପେନ୍ଦ୍ର ଯାଦବଙ୍କ ଘରେ ରୁଦ୍ଧ ଦ୍ଵାର ବୈଠକରେ ସାମିଲ୍ ହୋଇଛନ୍ତି । ଆଉ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ହାର ପରେ ଅଡୁଆରେ ମମତା ବାନାର୍ଜୀ; ଗୋଟିଏ ଦିନରେ ଖାଇଲେ ଡବଲ୍ ଝଟକା
କେଉଁ କେଉଁ TMC ସାଂସଦ ବୈଠକରେ ସାମିଲ୍ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁଖେନ୍ଦୁଙ୍କ ଘରେ ବସିଥିବା ରୁଦ୍ଧ ଦ୍ଵାର ବୈଠକରେ ଶତାବ୍ଦୀ ରାୟ, କାକୋଳି ଘୋଷ, ଅବୁ ତାହିର୍, ଖଲିଲୁର ରହମାନ, ଅସିତ୍ ମଲ, ଅରୂପ ଚକ୍ରବର୍ତ୍ତୀ, କାଳୀପଦ ସୋରେନ, ଜଗଦୀଶ ବସୁନିଆ, ପ୍ରସୂନ ବାନାର୍ଜୀ, ଶର୍ମିଳା ସରକାର ସାମିଲ୍ ହୋଇଛନ୍ତି । ଏମାନଙ୍କ ସହ ଟିଏମ୍ସିର ବିଦ୍ରୋହୀ ବିଧାୟଖ ଅଖଋର ଜମା ଉପସ୍ଥିତ ଥିଲେ ।
ଗୋଟିଏ ପଟେ ଟିଏମ୍ସି ସାଂସଦ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପଟେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକର ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଘନଉଛି TMC ସଂକଟ; ବିଦ୍ରୋହୀ ଗୋଷ୍ଠୀ ସମ୍ପର୍କରେ ୨୩ ସାଂସଦ, ମମତା ଡାକିଲେ ଜରୁରୀ ବୈଠକ
ସୂଚନାଯୋଗ୍ୟ, ସୁଖେନ୍ଦୁ ଶେଖର ଟିଏମ୍ସିର ପ୍ରାଥମିକ ସଦସ୍ୟତା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସୁଖେନ୍ଦୁ କହିଛନ୍ତି, "ନିକଟରେ ହୋଇଥିବା ନିର୍ବାଚନରେ ରାଜ୍ୟର ଜନତା ୧୫ ବର୍ଷ ଧରି କ୍ଷମତାରେ ଥିବା ଟିଏମ୍ସି ଉପରେ ପୂର୍ଣ୍ଣ ଅବିଶ୍ଵାସ ବ୍ୟକ୍ତ କରିଛନ୍ତି । ଦଳରେ ବ୍ୟାପକ ଦୁର୍ନୀତି, ମହିଳା ଦମନ, ଶିକ୍ଷା, ସ୍ଵାସ୍ଥ୍ୟ, ଶିଳ୍ପ, ରୋଜଗାର ଓ ଆଇନ୍ ଶୃଙ୍ଖଳା ଆଦି ବିପର୍ଯ୍ୟସ୍ତ ପାଇଁ ଲୋକେ କ୍ଷମତାରୁ ଅନ୍ତର କରିଛନ୍ତି ।"
ସେ ଆହୁରି କହିଛନ୍ତି, "ପଶ୍ଚିମବଙ୍ଗର ଇତିହାସରେ ପ୍ରଥମଥର ପାଇଁ ବିଜେପି ବହୁମତ ସହ ବିଜୟୀ ହୋଇଛି । ନବ ନିର୍ବାଚିତ ସରକାର ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ସମଗ୍ର ବିକାଶ ଓ ପୁନଃ ନିର୍ମାଣ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଲାଗୁ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଜନତାଙ୍କ ନିଷ୍ପତ୍ତିକୁ ସ୍ଵୀକାର କରି TMC ଛାଡ଼ିବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଉଛି ।"

Related Topics
Explore more stories