TMC Split Row / ଘନଉଛି TMC ସଂକଟ; ବିଦ୍ରୋହୀ ଗୋଷ୍ଠୀ ସମ୍ପର୍କରେ ୨୩ ସାଂସଦ, ମମତା ଡାକିଲେ ଜରୁରୀ ବୈଠକ
·1 hour ago·2 min read

Key Points
ଟିଏମ୍ସି ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି- ୨୩ ଜଣ ଟିଏମ୍ସି ସାଂସଦ ଏବେ ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପର୍କରେ ରହିଛନ୍ତି ।
କୋଲକାତା: ସରକାର ଗଲା, ଦିଦି କ୍ଷମତାରୁ ଗଲେ ଏବେ ଦଳୀୟ ଟିକେଟ୍ରେ ନିର୍ବାଚନ ଜିତିଥିବା ନେତା ଦୂରେଇ ଯାଉଛନ୍ତି । ୧୫ ବର୍ଷ ପରେ ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି କ୍ଷମତାରୁ ହଟିଛି । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦିଦିଙ୍କ ଦଳ ୮୦ ଆସନରେ ବିଜୟୀ ହୋଇଥିଲା ।
ତେବେ ନିର୍ବାଚନ ହାରିବାର ମାତ୍ର ମାସକ ଭିତରେ ବଡ଼ ଧରଣର ଓଲଟ ପାଲଟ ହୋଇ ଯାଇଛି । ଟିଏମ୍ସିର ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବିଦ୍ରୋହ କରି ମମତାଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଟିଏମ୍ସିରୁ ବହିଷ୍କୃତ ସନ୍ଦୀପନ ସାହା ଏବଂ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ଵ ଉପରେ ଭରସା କରିଛନ୍ତି ୫୮ ବିଧାୟକ ।
ଏଥିସହ ପଢ଼ନ୍ତୁ: ଭାଙ୍ଗୁଛି ଦିଦିଙ୍କ ଗଡ଼; ପୁତୁରାକୁ ଗୁରୁତ୍ଵ ଦେବା ପଡ଼ିଲା କି ମହଙ୍ଗା ? ଅସନ୍ତୁଷ୍ଟ ୬୦ ବିଧାୟକ
ଟିଏମ୍ସିର ବିଦ୍ରୋହୀ ଗୋଷ୍ଠୀ ରିତବ୍ରତ ବାନାର୍ଜୀଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରିଛନ୍ତି । ଯାହାକୁ ବିଧାନସଭା ବାଚସ୍ପତି ମଧ୍ୟ ସରକାରୀ ସ୍ଵୀକୃତି ପ୍ରଦାନ କରିଛନ୍ତି ।
ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ସାଂସଦ
ଟିଏମ୍ସି ବିଧାୟକଙ୍କ ପରେ ଏବେ ସାଂସଦଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି ୨୩ ଜଣ ଟିଏମ୍ସି ସାଂସଦ ଏବେ ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପର୍କରେ ରହିଛନ୍ତି । ଏପରିକି ସେଥିରୁ ୨୦ ଜଣ ସାଂସଦ ଟିଏମ୍ସି ଛାଡ଼ି ବିଜେପିରେ ସାମିଲ୍ ହେବା ଆକଳନ କରାଯାଉଛି ।
କେନ୍ଦ୍ର ସହ ଏବେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାରେ ରହିଛି । ଟିଏମ୍ସି ସାଂସଦ ଦଳ ଛାଡ଼ିବା ଚର୍ଚ୍ଚା ଭିତରେ ବିଦ୍ରୋହୀ ଗୋଷ୍ଠୀର ନେତା ରିତବ୍ରତ ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଦୟାକରି ଧୈର୍ଯ୍ୟ ଧରନ୍ତୁ, ଅନେକ କିଛି ଘଟିବାକୁ ଯାଉଛି ।"
ଦ୍ଵନ୍ଦ୍ଵ ବଢ଼ାଇଲେ ରିତବ୍ରତ
ଶୁକ୍ରବାର ରିତବ୍ରତ ବାନାର୍ଜୀ କୋଲକାତାରେ ଗଣମାଧ୍ୟମକୁ କହିଛନ୍ତି, "ମୁଁ ଗତ ୭ ଦିନ ମଧ୍ୟରେ କୌଣସି ସାଂସଦଙ୍କ ସହ କଥା ହୋଇ ନାହିଁ । ତେଣୁ ସେମାନଙ୍କ ନିଷ୍ପତ୍ତି ଉପରେ କୌଣସି ମତାମତ ଦେଇ ପାରିବି ନାହିଁ । ବର୍ତ୍ତମାନ ଉପରେ ନଜର ଅଛି, ଆଗକୁ କଣ ହେବ କହି ହେବନି ।"
ସପ୍ତାହକରେ ବଡ଼ ଫାଟ !
ସୂତ୍ର ଅନୁସାରେ, ଆଗାମୀ ସପ୍ତାହକ ମଧ୍ୟରେ ଟିଏମ୍ସିରେ ବଡ଼ ଧରଣର ଫାଟ ଦେଖିବାକ ମିଳିପାରେ । ରିପୋର୍ଟ ଅନୁସାରେ, ୨୩ ଜଣ ଟିଏମ୍ସି ସାଂସଦ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ ଦେଇ ପାରନ୍ତି । ଆଉ ଏହି ସମୟରେ ମମତା ବାନାର୍ଜୀ ସକ୍ରିୟ ହେବା ସହ ସଂକଟ ଟାଳିବାକୁ କୋଲକାତା କାଳିଘାଟ ସ୍ଥିତ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଛନ୍ତି ।
ଏଥିସହ ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଋତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା
ଯେଉଁ ବୈଠକକୁ ଟିଏମ୍ସିର ବରିଷ୍ଠ ନେତାଙ୍କୁ ଡକା ଯାଇଛି । ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ମାନ୍ୟତା ମିଳିବା ପରେ ଏହା ହେଉଛି ମମତାଙ୍କ ପ୍ରଥମ ବୈଠକ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।
TMCର ଭବିଷ୍ୟତକୁ ନେଇ ପ୍ରଶ୍ନ
ବିଦ୍ରୋହୀ ବିଧାୟକଙ୍କ ପରେ ଏବେ ସାଂସଦ ଦଳ ଛାଡ଼ିବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଆଗକୁ ଟିଏମ୍ସିର ଭବିଷ୍ୟତ କ'ଣ ହେବ ପ୍ରଶ୍ନ ଉଠୁଛି । ମମତା ବାନାର୍ଜୀ ତାଙ୍କ ରାଜନୈତିକ କ୍ୟାରିୟରରେ ସବୁଠୁ ବଡ଼ ଆହ୍ଵାନର ସାମ୍ନା କରୁଛନ୍ତି । ୨୮ ବର୍ଷ ତଳେ ମମତା ପ୍ରତିଷ୍ଠା କରିଥିବା ଦଳ, ଚିହ୍ନର ସୁରକ୍ଷା ପାଇଁ ଏବେ ସଂଘର୍ଷ କରୁଥିବା ନଜର ଆସୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories