Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହା ହାତରେ ରହିବ TMCର କ୍ଷମତା ? ମମତା କଲେ ବଡ଼ ପରିବର୍ତ୍ତନ

Politics

Mamata vs Rebels / କାହା ହାତରେ ରହିବ TMCର କ୍ଷମତା ? ମମତା କଲେ ବଡ଼ ପରିବର୍ତ୍ତନ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
କାହା ହାତରେ ରହିବ TMCର କ୍ଷମତା ? ମମତା କଲେ ବଡ଼ ପରିବର୍ତ୍ତନ
New Twist in TMC Power Struggle

Key Points

ଦଳରେ ଭିତରେ ବିଦ୍ରୋହ ଓ କ୍ଷମତା ହାତେଇବା ପାଇଁ ଦୌଡ଼ ଭିତରେ ନୂଆ ଗୋଟି ଚଳାଇଛନ୍ତି ମମତା ବାନାର୍ଜୀ । ଏବେ ଟିଏମ୍‌ସିର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଓ ମମତା ଭିନ୍ନ ଭିନ୍ନ ଦାବି କରିବା ପରେ ସମସ୍ତଙ୍କ ନଜର ନିର୍ବାଚନ କମିଶନଙ୍କ ଉପରେ ।
କୋଲକାତା: TMCରେ ଲାଗି ରହଛି ଛକାପଞ୍ଝା । ପଶ୍ଚିମବଙ୍ଗରେ ଦିଦି ସରକାରରୁ ଯିବା ପରେ ବେଳା ଆଉ ଭଲ ନାହିଁ । ଦିନେ ଘନିଷ୍ଠ ଥିବା ନେତା ଏବେ ବିଦ୍ରୋହୀ ସାଜିଛନ୍ତି । ଯାହାକୁ ନେଇ ପିଉସୀ, ପୁତୁରା ପ୍ରମାଦ ଗଣୁଛନ୍ତି ।

ଦଳରେ ଭିତରେ ବିଦ୍ରୋହ ଓ କ୍ଷମତା ହାତେଇବା ପାଇଁ ଦୌଡ଼ ଭିତରେ ନୂଆ ଗୋଟି ଚଳାଇଛନ୍ତି ମମତା ବାନାର୍ଜୀ । ଟିଏମ୍‌ସି ମୁଖ୍ୟ ମମତା ଦଳର ନୂଆ କାର୍ଯ୍ୟକର୍ତ୍ତ କମିଟିର ସଂଶୋଧିତ ତାଲିକା ନିର୍ବାଚନ କମିଶନଙ୍କୁ ପଠାଇଛନ୍ତି ।

ଏଥିସହ ପଢ଼ନ୍ତୁ: TMCର ବିଦ୍ରୋହୀ ବିଧାୟକଙ୍କ ବଡ଼ ନିଷ୍ପତ୍ତି; ଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା... 

ସୂତ୍ର ଅନୁସାରେ, ଜୁନ୍ ୨୨ ତାରି ସୋମବାର ତାଲିକା ପ୍ରସ୍ତୁତ କରାଯାଇ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି । ରାଜନୈତିକ ବିଶେଷଜ୍ଞଙ୍କ ମତରେ, ଟିଏମ୍‌ସିରେ ବଡ଼ ଧରଣର ବିଦ୍ରୋହ ପରେ ଦଳର ସଂଗଠନ ଉପରେ ମତା ନିଜ ନିୟନ୍ତ୍ରଣ ପୁଣି ଥରେ ଚାହୁଁଛନ୍ତି । ବିଦ୍ରୋହୀ ନେତାଙ୍କୁ ଦଳରୁ ବିଦା ଓ ନିର୍ବାଚନ କମିଶନଙ୍କ ପାଖରେ ଦଳ ଉପରେ ଆଇନତଃ ତାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଦୁଇ ସପ୍ତାହ ମଧ୍ୟରେ ଦ୍ଵିତୀୟ ଥରପାଇଁ ଜାତୀୟ କାର୍ଯ୍ୟକର୍ତ୍ତା କମିଟି ଗଠନ କରିଛନ୍ତି ।

ଗୋଟିଏ ଦିନରେ ଦିଦି ଓ ବିଦ୍ରୋହୀଙ୍କ ବୈଠକ

ସୋମବାର ଗୋଟିଏ ପଟେ ବିଦ୍ରୋହୀ ବିଧାୟକ ଗୋଷ୍ଠୀର ନେତା ଋତବ୍ରତ ନୂଆ କାର୍ଯ୍ଯକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି । ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କୁ କାର୍ଯ୍ୟକର୍ତ୍ତା ତାଲିକାରୁ ବାଦ୍ ଦେଇଛନ୍ତି ବିଦ୍ରୋହୀ ଗୋଷ୍ଠୀ ।

ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ ପୂର୍ବତନ ମନ୍ତ୍ରୀ ତଥା ମଧ୍ୟ ହାୱଡ଼ା ବିଧାୟକ ଅରୂପ ରୟଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରିଛି । ଏଥିସହ ବିଧାୟକ ଫିରହାଦ ହକିମ ଓ ରଥିନ ଘୋଷଙ୍କୁ ଉପାଧ୍ୟକ୍ଷ କରାଯାଇଛି । ଋତବ୍ରତ ବାନାର୍ଜୀ, ଜାବେଦ ଖାନ, ସନ୍ଦୀପାନ ସାହା ଓ ସବୀନ ୟାସ୍ମିନଙ୍କୁ ମହାସଚିବ ନିଯୁକ୍ତ କରାଯାଇଛି ।

କିଏ ଆଗ, କିଏ ପଛ ?

ତେବେ ବିଦ୍ରୋହୀ ଗୋଷ୍ଠୀର ଘୋଷଣା ପରେ ନା ପୂର୍ବରୁ ମମତା ବାନାର୍ଜୀ କାର୍ଯ୍ଯକର୍ତ୍ତାଙ୍କ ତାଲିକା ନିର୍ବାଚନ କମିଶନଙ୍କୁ ଦେଇଛନ୍ତି ସ୍ପଷ୍ଟ ହୋଇ ନାହିଁ । ସଂଶୋଧିତ ତାଲିକା ଅନୁସାରେ, ଏବେ ମମତା ଟିଏମ୍‌ସି ମୁଖ୍ୟ ଥିବା ବେଳେ ପୁତୁରା ଅଭିଷେକ ରାଷ୍ଟ୍ରୀୟ ମହାସଚିବ ଅଛନ୍ତି ।

ନିକଟରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ଟିଏମ୍‌ସି ଶୋଚନୀୟ ପ୍ରଦର୍ଶନ କରିଥିଲା । ଯାହା ପରେ ଦଳରେ ବିଦ୍ରୋହ ଦେଖା ଦେଇଛି । ବିଧାୟକ ଓ ସାଂସଦ ୨ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି ।

ବିଦ୍ରୋହକୁ ଦେଖି ମମତା ଜୁନ୍ ୫ରେ ଏକ କାର୍ଯ୍ଯକର୍ତ୍ତା ତାଲିକା କରିଥିଲେ । କିନ୍ତୁ ବିଗତ ଦିନରେ ବିଦ୍ରୋହ ବଢ଼ିବା ପରେ ସମୀକରଣ ବଦଳି ଯାଇଛି । କମିଟିରେ ଥିବା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ଗତ ସପ୍ତାହରେ ସବୁ ପଦ ଛାଡ଼ି ଦେଇଛନ୍ତି । ଯୁବ ଟିଏମ୍‌ସି ଅଧ୍ୟକ୍ଷ ସାୟୋନୀ ଘୋଷ ଓ ମହିଳା ଟିଏମ୍‌ସି ସଭାନେତ୍ରୀ ମାଲା ରାୟ ଏବେ ବିଦ୍ରୋହୀଙ୍କ ଶିବିରରେ । ବିଦ୍ରୋହୀ ସାଂସଦ NCPIରେ ବିଲୟ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ମମତାଙ୍କୁ ହଟାଇ TMCର ନୂଆ ସଭାପତି ହେଲେ ଅରୂପ ରାୟ… କିଏ ଏହି ଦିଗ୍ଗଜ ନେତା? 

ECଙ୍କ ଉପରେ ନଜର

ଏବେ ଟିଏମ୍‌ସିର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଓ ମମତା ଭିନ୍ନ ଭିନ୍ନ ଦାବି କରିବା ପରେ ସମସ୍ତଙ୍କ ନଜର ନିର୍ବାଚନ କମିଶନଙ୍କ ଉପରେ । କେଉଁ କାର୍ଯ୍ୟକର୍ତ୍ତା କମିଟିକୁ ନର୍ବାଚନ କମିଶନ ସ୍ଵୀକୃତି ଦେବା ସହ ବୈଧ ମାନୁଛନ୍ତି । ବିଶେଷଜ୍ଞଙ୍କ ମତରେ, ଏଭଳି କ୍ଷେତ୍ରରେ ଦଳର ଉପରେ ନିୟନ୍ତ୍ରଣ ପାଇ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପର ମାମଲା କୋର୍ଟରେ ପହଞ୍ଚିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored