TMC Trouble / ଭାଙ୍ଗୁଛି ଦିଦିଙ୍କ ଗଡ଼; ପୁତୁରାକୁ ଗୁରୁତ୍ଵ ଦେବା ପଡ଼ିଲା କି ମହଙ୍ଗା ? ଅସନ୍ତୁଷ୍ଟ ୬୦ ବିଧାୟକ
·2 hours ago·2 min read

Key Points
ଏବେ ଧ୍ଵଂସ ଅଭିମୁଖେ ଟିଏମସି
ପୁତୁରାକୁ ଗୁରୁତ୍ଵ ଦିଦିଙ୍କୁ ପଡ଼ିଲା ମହଙ୍ଗା
ରାଜନୈତିକ ଆଶ୍ରୟ ଆଶାରେ ୬୦ ଟିଏମସି ବିଧାୟକ
ପୁତୁରାକୁ ଗୁରୁତ୍ଵ ଦିଦିଙ୍କୁ ପଡ଼ିଲା ମହଙ୍ଗା
ରାଜନୈତିକ ଆଶ୍ରୟ ଆଶାରେ ୬୦ ଟିଏମସି ବିଧାୟକ
ତୃଣମୂଳ କଂଗ୍ରେସର ରାଜନୈତିକ ଦୁର୍ଗ ଏବେ ଦଳର ଆଭ୍ୟନ୍ତରୀଣ ବିଦ୍ରୋହ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଦୋହଲି ଯାଇଛି । ଏହା ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ନିଜସ୍ୱ ଭୁଲ୍ ନିଷ୍ପତ୍ତି ଏବଂ ରଣନୀତିକ ବିଫଳତାର ପରିଣାମ ବୋଲି କୁହାଯାଉଛି । ବରିଷ୍ଠ ଏବଂ ଦଳ ପାଇଁ ରକ୍ତଝାଳ ବୁହାଇଥିବା ନେତାମାନଙ୍କୁ କୋଣଠେସା କରି ନିଜ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦଳରେ ଅଧିକ ପ୍ରାଧାନ୍ୟ ଦେବା ମମତାଙ୍କ ପାଇଁ ଏବେ ବୁମେରାଙ୍ଗ ସଦୃଶ ହୋଇଛି ।
ଦଳର ବରିଷ୍ଠ ନେତା ହୁମାୟୁନ କବୀର ମମତା ବାନାର୍ଜୀଙ୍କ ଏହି ପରିବାରବାଦ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ଅଭିଷେକଙ୍କୁ ଅନ୍ୟ ଅଭିଜ୍ଞ ନେତାମାନଙ୍କ ଉପରେ ଲଦି ଦିଆଯାଉଥିବାରୁ ଖୋଲାଖୋଲି ଆକ୍ରମଣ କରିଛନ୍ତି । ଏହି କାରଣରୁ ଟିଏମସି ଆଜି ନିଜ ଲୋକଙ୍କ ଦ୍ୱାରା ହିଁ ଧ୍ୱଂସ ଅଭିମୁଖେ ଗତି କରୁଛି । ଅନ୍ୟପଟେ, ଦଳରୁ ବିତାଡ଼ିତ କିମ୍ବା ଅସନ୍ତୁଷ୍ଟ ଥିବା ପ୍ରାୟ ୬୦ ଜଣ ଟିଏମସି ବିଧାୟକ (MLAs) ଏବେ ରାଜନୈତିକ ଆଶ୍ରୟ ଖୋଜୁଛନ୍ତି । ପୂର୍ବରୁ ସେମାନେ ବିଜେପି ଆଡ଼କୁ ଆଶା ରଖିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ କ୍ଷମତାସୀନ ବିଜେପି ସରକାର ସେମାନଙ୍କ ପାଇଁ ଦ୍ୱାର ବନ୍ଦ କରିଦେଇଛନ୍ତି ।
ଟିଏମସିର ଏହି ଆଭ୍ୟନ୍ତରୀଣ ଅସ୍ଥିରତାର ସୁଯୋଗ ନେଇ ପ୍ରଦେଶ କଂଗ୍ରେସର ଟାଣୁଆ ନେତା ଅଧୀର ରଞ୍ଜନ ଚୌଧୁରୀ ଏବେ ସେହି ପ୍ରତ୍ୟାଖ୍ୟାତ ଟିଏମସି ବିଧାୟକମାନଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରିବା ପାଇଁ ଡାକରା ଦେଇଛନ୍ତି । ମମତା ବାନାର୍ଜୀ ଦିନେ ଯେଭଳି କଂଗ୍ରେସକୁ ଭାଙ୍ଗି ନିଜ ଦଳ ଗଢ଼ିଥିଲେ, ଆଜି ଠିକ୍ ସେହିପରି ମହାରାଷ୍ଟ୍ରର "ଏକନାଥ ସିନ୍ଦେ" ମଡେଲ ଭଳି ତାଙ୍କର ନିଜ ଦୁର୍ଗ ନିଜ ଲୋକଙ୍କ ବିଦ୍ରୋହ ଯୋଗୁଁ ଧୂଳିସାତ ହେବାକୁ ଯାଉଛି ।
ପରିବାରବାଦ ବିରୋଧରେ ହୁମାୟୁନ କବୀରଙ୍କ ଆକ୍ରମଣ: ମମତା ବାନାର୍ଜୀ ସିନିୟର ନେତାମାନଙ୍କୁ ଅଣଦେଖା କରି କେବଳ ଅଭିଷେକ ବାନାର୍ଜୀଙ୍କୁ ଆଗକୁ ବଢ଼ାଉଥିବାରୁ ହୁମାୟୁନ କବୀର ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଖୋଲାଖୋଲି ମମତାଙ୍କୁ ସମାଲୋଚନା କରିଛନ୍ତି ।
୨୦୨୬ ନିର୍ବାଚନର ବଡ଼ ବିପର୍ଯ୍ୟୟ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୧୯୧ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଥିବା ବେଳେ ଟିଏମସି ମାତ୍ର ୯୬ଟି ଆସନରେ ସୀମିତ ରହି ପରାଜୟର ସ୍ୱାଦ ଚାଖିଛି ।
୬୦ ବିଧାୟକଙ୍କ ବିଦ୍ରୋହ: ଦଳର ଶୀର୍ଷ ନେତୃତ୍ୱ ଉପରେ ବିରକ୍ତ ହୋଇ ଋତବ୍ରତ ବାନାର୍ଜୀଙ୍କ ଭଳି ପ୍ରମୁଖ ଚେହେରାଙ୍କ ସହ ପ୍ରାୟ ୬୦ ଜଣ ଟିଏମସି ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି ।
ଅଧୀର ରଞ୍ଜନ ଚୌଧୁରୀଙ୍କ ମାଷ୍ଟରଷ୍ଟ୍ରୋକ୍: ଟିଏମସିର ଏହି ଦୁର୍ବଳତାର ଫାଇଦା ଉଠାଇ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସେହି ସମସ୍ତ ଅସନ୍ତୁଷ୍ଟ ଓ ଟିଏମସିରୁ ପ୍ରତ୍ୟାଖ୍ୟାତ ବିଧାୟକମାନଙ୍କୁ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରସ୍ତାବ ଦେଇଛନ୍ତି ।
ଶୁଭେନ୍ଦୁ ଅଧିକାରୀଙ୍କ ପାୱାର ଗେମ୍: ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିବା ପରେ ଟିଏମସିର ବହୁ ବିଦ୍ରୋହୀ ନେତା ବିଜେପିରେ ସ୍ଥାନ ନପାଇ ଏବେ ରାଜନୈତିକ ଅସ୍ଥିରତା ମଧ୍ୟକୁ ଠେଲି ହୋଇଯାଇଛନ୍ତି ।
ପଢନ୍ତୁ ଏହି ଖବର: ବିଭାଜନ ମୁହାଁ ଦଳ; ପଦ ଛାଡି଼ଲେ କୋଲକାତା ମେୟର

- କାହିଁକି TMCରେ ଅନ୍ତଃକନ୍ଦଳ: ଜାଣନ୍ତୁ ପଏଣ୍ଟ-ଟୁ-ପଏଣ୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories