Bengal Political History / ନିର୍ବାଚନ ବେଳେ ସାବ୍ୟସ୍ତ କରିବେ ନାଗରିକତାର ପ୍ରମାଣ; ଭୋଟ ଦେବାରୁ ହୋଇପାରନ୍ତି ବଞ୍ଚିତ!
·1 hour ago·5 min read

Key Points
ପଶ୍ଚିମବଙ୍ଗରେ ହୋଇଥିବା ଏସଆଇଆର ପରେ ଭୋଟର ତାଲିକାରୁ ମୀର ଜାଫରଙ୍କ ବଂଶ ସହିତ ଜଡିତ ପ୍ରାୟ ୩୪୬ ଜଣଙ୍କ ନାମ ବାଦ ପଡ଼ିଥିବା ଜଣାପଡ଼ିଛି।
Mir Jafar Current Descendants Citizenship Controversy: ୨୦୨୬ ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଥିବା ବେଳେ, ଏବେ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ନିର୍ବାଚନ କମିଶନ ଭୋଟର ତାଲିକାରୁ ମୀର ଜାଫରଙ୍କ ବଂଶ ସହିତ ଜଡିତ ପ୍ରାୟ ୩୪୬ ଜଣଙ୍କ ନାମକୁ ବାଦ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଐତିହାସିକ ବଙ୍ଗ ସାମ୍ରାଜ୍ୟର ଶାସନ ଗାଦିରେ ବସିଥିବା ଏହି ପୂର୍ବତନ ରାଜବଂଶର ୧୫ ତମ ପିଢ଼ିର ସଦସ୍ୟ ଏବେ ଚିନ୍ତା ବଢିଯାଇଛି। କାରଣ ସେମାନଙ୍କୁ ଏବେ ସେମାନଙ୍କର ନାଗରିକତା ପ୍ରମାଣ କରିବାକୁ ଚାପ ପଡୁଛି।
ମୁର୍ଶିଦାବାଦ ଜିଲ୍ଲାର ଲାଲବାଗର ବୁଥ ନମ୍ବର ୧୨୧ ପାଇଁ ନୂତନ ସପ୍ଲିମେଣ୍ଟାରୀ ଭୋଟର ତାଲିକା ପ୍ରକାଶିତ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ତାଲିକାରେ ୮୨ ବର୍ଷୀୟ ସୟଦ ରଜା ଅଲୀ ମିର୍ଜା ଏବଂ ତାଙ୍କ ପୁଅ ତଥା ତୃଣମୂଳ କଂଗ୍ରେସର ମୁନିସପାଲ କାଉନସିଲରଙ୍କ ନାଁ ମଧ୍ୟ ରହିଛି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ପ୍ରଶାସନ କହିଛି ଯେ ରାଜ ପରିବାର ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ଅନ୍ୟପଟେ ରାଜ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ସେମାନଙ୍କର ଭାରତୀୟ ନାଗରିକତା ଐତିହାସିକ ଏବଂ ଆଇନଗତ ଭାବରେ ପ୍ରତିଷ୍ଠିତ। ଯାହାକୁ ପୂର୍ବରୁ ସୁପ୍ରିମକୋର୍ଟ ସ୍ୱୀକୃତି ପ୍ରଦାନ କରିଛି। ଏହି ଘଟଣା ଏବେ ପରିବାର ପାଇଁ ନୂତନ ଅସୁବିଧା ସୃଷ୍ଟି କରିଛି। କାରଣ ଆସନ୍ତା ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଯାଉଛି। ସମସ୍ତଙ୍କ ନଜର ଏବେ ଟ୍ରିବ୍ୟୁନାଲ୍ ନିଷ୍ପତ୍ତି ଉପରେ ରହିଛି।
ଭୋଟର ତାଲିକାରୁ ନିଖୋଜ ଅଛନ୍ତି ଛୋଟେ ନବାବଙ୍କ ପରିବାରର ୯ ଜଣ ସଦସ୍ୟ
ପରିବାର ମୁଖ୍ୟ ସୟଦ ରାଜା ଅଲ୍ଲୀ ମିର୍ଜା, ଯିଏ ସ୍ଥାନୀୟ ଅଞ୍ଚଳରେ 'ଛୋଟେ ନବାବ' ନାମରେ ଜଣାଶୁଣା। ଏନେଇ ମତ ରଖି କହିଛନ୍ତି ସେ କହିଛନ୍ତି ତାଙ୍କ ପରିବାରର ୯ ଜଣଙ୍କ ନାମ ମଧ୍ୟ ଭୋଟର ତାଲିକାରୁ ବାଦ ପଡ଼ିଛି। ସେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି ଯେ ଶୁଣାଣି ସମୟରେ ସେ ବ୍ୟକ୍ତିଗତ ଭାବରେ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇଥିଲେ। ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ତାଙ୍କ ପୁଅ ସୟଦ ମହମ୍ମଦ ଫହିମ ମିର୍ଜା ଯିଏ ଏବେ ୧୦ ନମ୍ବର ୱାର୍ଡ୍ ରୁ ତୃଣମୂଳ କଂଗ୍ରେସର କାଉନସିଲର୍ ଅଛନ୍ତି ସେ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ତାଙ୍କ ପରିବାରର ନାଣ ଭୋଟର ତାଲିକାରୁ ହଟାଯିବା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇ ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅତି କମରେ ୨୦୦୨ ମସିହାରୁ ତାଙ୍କ ପରିବାରର ସଦସ୍ୟଙ୍କ ନାମ ଭୋଟର ତାଲିକାରେ ଲଗାତାର ଭାବେ ଅନ୍ତର୍ଭୂକ୍ତ ହୋଇଆସିଛି।
ବିଭାଜନ ସମୟରେ ଘଟିଥିଲା ସମାନ ତ୍ରୁଟି
ଏହି ରାଜ ପରିବାର ପରିବାର (ମୀର ଜାଫରଙ୍କ ବଂଶ) ଐତିହାସିକ ତଥ୍ୟ ଏବଂ ଆଇନଗତ ସ୍ୱୀକୃତି ଉଭୟକୁ ଆଧାର କରି ସେମାନଙ୍କ ପାଖରେ ଆଇନଗତ ଭାବେ ଭାରତୀୟ ନାଗରିକତା ରହିଥିବାର ଦାବି କରିଛନ୍ତି। ସୟଦ ରାଜା ଅଲୀ ମିର୍ଜାଙ୍କ ଅନୁଯାୟୀ ତାଙ୍କ ପୂର୍ବପୁରୁଷ ୱାସିଫ ଅଲୀ ମିର୍ଜାଙ୍କୁ ବିଭାଜନ ସମୟରେ ପାକିସ୍ତାନର ରାଷ୍ଟ୍ରପତି ପଦ ପ୍ରଦାନ କରା ଯାଇଥିଲା। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପରିବାର ଆହୁରି ମଧ୍ୟ ଦାବି କରିଛି ଯେ ସ୍ୱାଧିନତା ପରେ ପ୍ରାରମ୍ଭିକ ଦିନରେ ମୁର୍ଶିଦାବାଦକୁ ଭୁଲ ବଶତଃ ପାକିସ୍ତାନର ଏକ ଅଂଶ ଭାବରେ ବିବେଚନା କରାଯାଇଥିଲା। ହେଲେ ତଥାପି ସେମାନଙ୍କ ପୂର୍ବପୁରୁଷଙ୍କ ହସ୍ତକ୍ଷେପ ପରେ ଯାଇ ପରିସ୍ଥିତି ସ୍ପଷ୍ଟ ହୋଇଥିଲା। ଯାହା ପରେ ମୁର୍ଶିଦାବାଦ ଭାରତରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ଏହି ଘଟଣା ଏବେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି
ଏହି ସମୟରେ ସୟଦ ମହମ୍ମଦ ଫହିମ ମିର୍ଜା ତାଙ୍କ ନାମ ଭୋଟର ତାଲିକାରୁ ହଟାଇବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ କହିଛନ୍ତି ଯେ କୋର୍ଟ ପୂର୍ବରୁ ତାଙ୍କ ବଂଶ (ପରିବାର) କୁ ସ୍ୱୀକୃତି ଦେଇ ସାରିଛନ୍ତି। ଏ ସମ୍ପର୍କିତ ଏକ ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ଉଲ୍ଲେଖ କରି ସେ ଯୁକ୍ତି ଦର୍ଶାଇଛନ୍ତି ଯେ ବର୍ତ୍ତମାନର ନିଷ୍ପତ୍ତିର ପୁନର୍ବିଚାର କରାଯିବା ଆବଶ୍ୟକ। ଏହି ସମ୍ପୂର୍ଣ୍ଣ ଘଟଣା ନିର୍ବାଚନ ପ୍ରକ୍ରିୟା ଏବଂ ପ୍ରଶାସନିକ କାର୍ଯ୍ୟକାରିତାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି। ସମସ୍ତଙ୍କ ନଜର ଏବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଏବଂ ପ୍ରଭାବିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଉପରେ ରହିଛି।
ଏହା ସଲହ ପଢନ୍ତୁ: ନିର୍ବାଚନ ଲଢିପାରିବେ ନାହିଁ ଟିଏମସି ନେତା ଗୁଲାମ ରବାନୀ; ସାମ୍ନାକୁ ଆସିଲା କାରଣ
ମୀର ଜାଫର କିଏ?
ମୀର ଜାଫରଙ୍କ ଜନ୍ମ ୧୬୯୧ ମସିହାରେ ଦିଲ୍ଲୀରେ ହୋଇଥିଲା। ତାଙ୍କ ଜେଜେବାପା ସୟଦ ହୁସେନ ତବତବାଇ ଥିଲେ। ଯିଏ ଇରାକର ନଜଫ (ସେତେବେଳେ ସଫାଭିଦ ସାମ୍ରାଜ୍ୟର ଅଂଶ) ଅଞ୍ଚଳରୁ ଆସିଥିଲେ। ପରେ ୨୪ ଅପ୍ରେଲ ୧୬୭୫ ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିମନ୍ତ୍ରଣରେ ଦିଲ୍ଲୀରେ ବସବାସ କରିବା ଆରମ୍ଭ କରିଥିଲେ। ତବତବାଇ ସମ୍ରାଟଙ୍କ ଭାଣିଜୀଙ୍କୁ ବିବାହ କରିଥିଲେ ଏବଂ ମୋଗଲ ଦରବାରରେ ଜଣେ କାଜି (ନ୍ୟାୟଧିଶ) ଭାବରେ କାର୍ଯ୍ୟ କରିଥିଲେ। ଜାଫରଙ୍କ ପିଉସୀ, ବେଗମ ଶରଫୁନ୍ନିସା, ସେତେବେଳର ବଙ୍ଗର ନବାବ ଅଲିବର୍ଦ୍ଦୀ ଖାନଙ୍କ ପତ୍ନୀ ଥିଲେ। ମୀର ଜାଫର ପଲାସୀ ଯୁଦ୍ଧ ସମୟରେ ସେତେବେଳର ବଙ୍ଗର ଶାସକ ସିରାଜ ଉଦ୍ଦୌଲାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ।
୧୭୫୭ ମସିହାରେ ହୋଇଥିବା ଏହି ଐତିହାସିକ ପଲାସୀ ଯୁଦ୍ଧ ସେତେବେଳର ବଙ୍ଗ ସାମ୍ରାଜ୍ୟ ଏବଂ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ହୋଇଥିଲା। ଏହି ଯୁଦ୍ଧରେ ସିରାଜ-ଉଦ୍ଦୌଲାଙ୍କ ପରାଜୟ ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବ ପରେ, ମୀର ଜାଫର ବଙ୍ଗ ସାମ୍ରାଜ୍ୟର ସିଂହାସନ ଆରୋହଣ କରିଥିଲେ। ଯାହା ପରେ ପୂର୍ବ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ତାଙ୍କୁ ଏକ ସଖି କଣ୍ଢେଇ ନବାବ ଭାବରେ ଅବସ୍ଥାପିତ କରାଯାଇଥିଲା। ମୀର ଜାଫର କଲିକତା ଆକ୍ରମଣ ପାଇଁ କମ୍ପାନୀ ଏବଂ ସହରର ବ୍ୟବସାୟୀଙ୍କୁ ୧୭,୭୦୦,୦୦୦ ଟଙ୍କା କ୍ଷତିପୂରଣ ଦେଇଥିଲେ। ଏହା ବ୍ୟତୀତ ସେ କମ୍ପାନୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ। ଉଦାହରଣ ସ୍ୱରୂପ, ରବର୍ଟ କ୍ଲାଇବ୍ ୨୦ ଲକ୍ଷ ଟଙ୍କାରୁ ଅଧିକ ଏବଂ ୱିଲିୟମ୍ ୱାଟ୍ସ ୧୦ ଲକ୍ଷ ଟଙ୍କାରୁ ଅଧିକ ପାଇଥିଲେ।
ମୀର ଜାଫରଙ୍କୁ ଭାରତୀୟ ଇତିହାସର ସର୍ବଶ୍ରେଷ୍ଠ ବିଶ୍ୱାସଘାତକଙ୍କ ମଧ୍ୟରେ ଗଣନା କରାଯାଏ
ସୟଦ ମୀର ମହମ୍ମଦ ଜାଫର ଅଲି ଖାନ ବାହାଦୂରଙ୍କୁ ଭାରତୀୟ ଇତିହାସର ସର୍ବଶ୍ରେଷ୍ଠ ବିଶ୍ୱାସଘାତକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ମୀର ଜାଫର, ୧୭୫୭ ମସିହାରେ ହୋଇଥିବା ପଲ୍ଲାସୀ ଯୁଦ୍ଧ ସମୟରେ ବ୍ରିଟ୍ରିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସମର୍ଥନ ରହିବା ବଙ୍ଗର ନବାବ ସିରାଜ-ଉଦ୍ଦୌଲାଙ୍କ ସହ ବିଶ୍ୱାସ ଘାତକତା କରିଥିଲେ। ଏହି ଯୁଦ୍ଧରେ ସେ ତାଙ୍କ ସୈନ୍ୟବାହିନୀ ସହିତ ବ୍ରିଟିଶ ସୈନ୍ୟ ଅଧିକାରୀ ରବର୍ଟ କ୍ଲାଇବଙ୍କୁ ସହଯୋଗ କରିଥିଲେ। ଯାହାର ଫଳ ସ୍ୱରୂପ ବ୍ରିଟିଶ ସରକାରଙ୍କ ସେନା ବାହିନୀ ଏହି ଯୁଦ୍ଧରେ ନବାବ ସିରାଜ-ଉଦ୍-ଦୌଲାଙ୍କୁ ପରାସ୍ତ କରିଥିଲା। ଯୁଦ୍ଧ ପରେ ନବାବଙ୍କୁ ହତ୍ୟା କରାଯିବା ସହ ପୁରସ୍କାର ସ୍ୱରୂପ ମୀର ଜାଫରଙ୍କୁ ବଙ୍ଗର ନବାବ ଘୋଷଣା କରିଥିଲେ ବ୍ରିଟିଶ ସରକାର। ଅନେକ ଐତିହାସିକ ତାଙ୍କ ଶାସନକୁ ଭାରତୀୟ ଇତିହାସରେ ଭାରତୀୟ ଉପମହାଦେଶରେ ବ୍ରିଟିଶ ନିୟନ୍ତ୍ରଣର ବିସ୍ତାରର ଆରମ୍ଭ ବୋଲି ମତବ୍ୟକ୍ତ କରିଥାନ୍ତ। ମୀର ଜାଫର ୧୭୬୦ ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ ତାଙ୍କୁ ସେ ପର୍ଯ୍ୟନ୍ତ ସାମରିକ ସହାୟତା ମିଳିଥିଲା, ଯେପର୍ଯ୍ୟନ୍ତ ସେ ବ୍ରିଟିଶ ସରକାରଙ୍କ ଦାବି ପୂରଣ କରୁଥିଲେ। ଏହା ପରେ ୧୭୫୮ ମସିହାରେ ବ୍ରିଟିଶ ତାଙ୍କୁ ତାଙ୍କ ପଦବୀରୁ ହଟାଇ ତାଙ୍କ ଜ୍ୱାଇଁ ମୀର କାସିମଙ୍କୁ ନବାବ ଭାବରେ ନିଯୁକ୍ତି ଦେଇଥିଲେ। ଏହା ପରେ ୧୭୬୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସମର୍ଥନରେ ପୁନର୍ବାର ମୀର ଜାଫର ବଙ୍ଗର ନବାବ ନିଯୁକ୍ତ ହୋଇଥି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Mir Jafar Current Descendants Citizenship ControversyBengal Political HistoryMir Jafar descendants voter list exclusionMurshidabad SIR 2026 supplementary listCitizenship proof for voter list 2026Special Intensive Revision (SIR) West BengalSyed Reza Ali Meerza Chhote Nawab15th generation descendants of Mir JafarKilla Nizamat Lalbagh MurshidabadNawab of Bengal family citizenshipLalbaghBooth No 121Trinamool Councillor Syed Mohammad Fahim Meerza