Videos
|
Politics

Nandigram Bypoll / ମମତାଙ୍କ ଠାରୁ ମୁହଁ ଫେରାଇ ନେଲେ ସଞ୍ଚିତା; ଏବେ କଂଗ୍ରେସକୁ ଦେବେ ଅଯାଚିତ ସମର୍ଥନ

Sushanta Sahoo
Browse all articles by Sushanta Sahoo
·41 mins ago·2 min read
ମମତାଙ୍କ ଠାରୁ ମୁହଁ ଫେରାଇ ନେଲେ ସଞ୍ଚିତା; ଏବେ କଂଗ୍ରେସକୁ ଦେବେ ଅଯାଚିତ ସମର୍ଥନ
Mamata Backs Congress in Nandigram Bypoll After Sanchita Withdraws

Key Points

ମମତା ବାନାର୍ଜୀଙ୍କ ଗୋଷ୍ଠୀରୁ ନନ୍ଦିଗ୍ରାମରେ ପ୍ରାର୍ଥୀ ହୋଇଥିବା ସଞ୍ଚିତା ପ୍ରଧାନ ଦେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଯାହା ପରେ ଦିଦି, କଂଗ୍ରେସକୁ ଅଯାଚିତ ସମର୍ଥନ ଘୋଷଣା କରିଛନ୍ତି ।
କୋଲକାତା: ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନକୁ ନେଇ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ ରାଜନୀତି । ମମତା ବାନାର୍ଜୀଙ୍କ ଗୋଷ୍ଠୀରୁ ନନ୍ଦିଗ୍ରାମରେ ପ୍ରାର୍ଥୀ ହୋଇଥିବା ସଞ୍ଚିତା ପ୍ରଧାନ ଦେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଯାହା ପରେ ଦିଦି, କଂଗ୍ରେସକୁ ଅଯାଚିତ ସମର୍ଥନ ଘୋଷଣା କରିଛନ୍ତି ।

ମମତା ବାନାର୍ଜୀଙ୍କ ଘୋଷଣା ଅନୁସାରେ, ତାଙ୍କ ଦଳ ଏବେ ନନ୍ଦିଗ୍ରାମ ଆସନରେ ଉପନିର୍ବାଚନ ପାଇଁ ସଞ୍ଚିତାଙ୍କ ସ୍ଥାନରେ ଆଉ କାହାରିକୁ ଟିକେଟ୍ ଦେବ ନାହିଁ । ବରଂ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଦଳ ସମର୍ଥନ କରିବ । ସଞ୍ଚିତା ପ୍ରଧାନ ଦେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବା ପରେ ଦିଦି ଏହି ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ନନ୍ଦିଗ୍ରାମରେ ମମତାଙ୍କୁ ବଡ଼ ଝଟ୍‌କା; 'ଫୁଟବଲ୍ ଖେଳାଳି' ଚିହ୍ନରେ ଲଢ଼ିବେନି ସଞ୍ଚିତା 

ଏହା ପୂର୍ବରୁ ମମତାଙ୍କ ଗୋଷ୍ଠୀରୁ ନନ୍ଦିଗ୍ରାମରେ ପ୍ରାର୍ଥୀ ହୋଇଥିବା ସଞ୍ଚିତା ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିର୍ବାଚନୀ ମଇଦାନରୁ ସଞ୍ଚିତା ଓହରିଯିବା ଦିଦିଙ୍କୁ ଅଚାନକ ବଡ଼ ଝଟ୍‌କା ଦେଇଥିଲା । ଯାହାପରେ ମମତା ବାନାର୍ଜୀ, କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି ବାଜି ପଲଟାଇବାକୁ ଚେଷ୍ଟା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଞ୍ଚିତା ପ୍ରଧାନ ଦେ ପ୍ରାର୍ଥିତ୍ଵ ପ୍ରତ୍ୟାହାର କରିବା ପରେ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଦି କହିଛନ୍ତି, "କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଫୋନ୍‌ରେ କଥା ହୋଇଛନ୍ତି । ଇଣ୍ଡି ମେଣ୍ଟ ଏକାଠି ହୋଇ ଲଢ଼େଇ କରିବ ।"

ମମତାଙ୍କ ଅଭିଯୋଗ

ନନ୍ଦିଗ୍ରାମ ଓ ରେଜୀନଗର ବିଧାନସଭା ଉପନିର୍ବାଚନ ବେଳେ ବଦଳୁଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଦିଦି ବର୍ଷିଛନ୍ତି । କହିଛନ୍ତି, "ମୋ ଦଳକୁ ହରାଇବା ଲାଗି SIRରେ ବ୍ୟବହାର କରାଯାଇଛି ଏବଂ EVM ହାଇଜ୍ୟାକ କରାଯାଇଛି ।"

ସୂଚନାଯୋଗ୍ୟ, ନନ୍ଦିଗ୍ରାମ ଉପନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ଵାଧିନ ଗୋଷ୍ଠୀ, ସଞ୍ଚିତା ପ୍ରଧାନ ଦେଙ୍କୁ ପ୍ରାର୍ଥୀ କରିଥିଲା । ବିଜେପି ନନ୍ଦିଗ୍ରାମର ହସିରାନୀ ରଥଙ୍କୁ ଟିକେଟ୍ ଦେଇଛି । ହସିରାନୀ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କୁ ପୂର୍ବତନ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ମାଆ । ଋତବ୍ରତ ଗୋଷ୍ଠୀ ପରୁ ମହମ୍ମଦ ଏତେଶାମୂଳ ହକଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ମିଲନ ପ୍ରଧାନଙ୍କୁ ଛିଡ଼ା କରିଛି ।

ଏଥିସହ ପଢ଼ନ୍ତୁ: ଫୋନ୍ କରି ଚାଲିଥିଲେ ଦିଦି, ସମର୍ଥନ କରିବାକୁ ମନା କରି କଂଗ୍ରେସ ରଖିଲା ସର୍ତ୍ତ 

ଅକ୍ଟୋବର ୬ରେ ଭୋଟିଂ ପଶ୍ଚିମବଙ୍ଗର ଉଭୟ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ । ଅକ୍ଟୋବର ୯ରେ ହେବ ଭୋଟ୍ ଗଣତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁର ଉଭୟ ଆସନରୁ ଜିତିବା ପରେ ନନ୍ଦିଗ୍ରାମ ଆସନ ଛାଡ଼ି ଦେଇଥିଲେ । ସେପଟେ AJUPର ହୁମାୟୁଁ କବୀର ନୌଦା ସହ ରେଜିନଗର ଆସନରୁ ଜିତିଥିଲେ । ରେଜିନଗର ଆସନରୁ ଇସ୍ତଫା ଦେଇଥିଲେ ହୁମାୟୁଁ କବୀର । ଫଳରେ ଦୁଇ ଆସନରେ ଉପନିର୍ବାଚନ ହେଉଛି ।