Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Assembly / ବିଧାନସଭାରେ ବିରୋଧୀ ଦଳ ନେତା ଅନୁପସ୍ଥିତ କାହିଁକି ? ପ୍ରଶ୍ନ ଉଠାଇଲେ ଜୟ ନାରାୟଣ

Sushanta Sahoo
Browse all articles by Sushanta Sahoo
·9 months ago·3 min read
ବିଧାନସଭାରେ ବିରୋଧୀ ଦଳ ନେତା ଅନୁପସ୍ଥିତ କାହିଁକି ? ପ୍ରଶ୍ନ ଉଠାଇଲେ ଜୟ ନାରାୟଣ

Key Points

ବିଧାନସଭାରେ ହେଉ କି ବାହାରେ ସରକାରଙ୍କୁ ସବୁବେଳେ ବିରୋଧୀ ଦଳ ଗଠନ ମୂଳକ ପ୍ରସ୍ତାବ ସହ ଭୁଲ୍ କଲେ ସମାଲୋଚନା କରିବା କଥା । କିନ୍ତୁ ବିରୋଧୀ ଦଳ ନେତା ବିଧାନସଭା ଆସୁ ନଥିବାରୁ ବିଜେଡି ବିରୋଧୀ ଦଳର ଦାୟିତ୍ଵ ସଠିକ୍ ଭାବେ ତୁଲାଇ ପାରୁ ନାହିଁ ।

ଭୁବନେଶ୍ଵର: ଯେବେ ମୁଖ୍ୟମନ୍ତ୍ରୀ ଥିଲେ ସେବେ ନିୟମିତ ଆସୁ ନଥିଲେ, ଏବେ ବିରୋଧୀ ଦଳ ନେତା ଅଛନ୍ତି । ଅଥଚ ବିଧାନସଭା ଆସୁ ନାହାନ୍ତି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ ଏଭଳି ପ୍ରଶ୍ନ କରିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ପାଞ୍ଚ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଚଳିତ ବିଧାନସଭା ମୌସୁମୀ ଅଧିବେଶନକୁ ଆଦୌ ଆସି ନାହାନ୍ତି । ମୋହନ ସରକାରର ଚତୁର୍ଥ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ପୂର୍ବ ତିନିଥର ମଧ୍ୟ ନବୀନ କ୍ଵଚିତ୍ ବିଧାନସଭା ଆସିଥିଲେ । ଗଣତାନ୍ତ୍ରିକ ସରକାରରେ ବିରୋଧୀ ଦଳର ବଡ଼ ଭୂମିକା ରହିଥିବା ବେଳେ ଗୃହକୁ ନେତା ଆସୁ ନଥିବାରୁ ଦଳ ଗଠନମୂଳକ ପରାମର୍ଶ ନ ଦେଇ ବିଧାନସଭା ଅଚଳ କରୁଥିବା ଅଭିଯୋଗ ହୋଇଛି ।

ବିଧାନସଭାରେ ହେଉ କି ବାହାରେ ସରକାରଙ୍କୁ ସବୁବେଳେ ବିରୋଧୀ ଦଳ ଗଠନ ମୂଳକ ପ୍ରସ୍ତାବ ସହ ଭୁଲ୍ କଲେ ସମାଲୋଚନା କରିବା କଥା । କିନ୍ତୁ ବିରୋଧୀ ଦଳ ନେତା ବିଧାନସଭା ଆସୁ ନଥିବାରୁ ବିଜେଡି ବିରୋଧୀ ଦଳର ଦାୟିତ୍ଵ ସଠିକ୍ ଭାବେ ତୁଲାଇ ପାରୁ ନାହିଁ । ଏନେଇ ନିକଟରେ ଖୋଦ୍ ବିଜେଡିର ଅନେକ ନେତା ଗଣମାଧ୍ୟମରେ ମୁହଁ ଖୋଲିଥିଲେ ବି ନବୀନଙ୍କୁ ପ୍ରଶ୍ନ କରିବାର ସାହାସ ସେମାନଙ୍କ ପାଖରେ ନାହିଁ ।


ଏଥିସହ ପଢ଼ନ୍ତୁ: ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି


ଶନିବାର ବିଜେଡି ବିଧାୟକ ଗୃହ ଅଚଳ କରିବା ପରେ ନବୀନ କାହିଁକି ଗୃହକୁ ଆସୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସମ୍ବଲପୁରର ବିଜେପି ବିଧାୟକ କହିଛନ୍ତି, "ତାଙ୍କ ନେତା କ'ଣ ଅସୁସ୍ଥ ଅଛନ୍ତି, ସେ ଆସି ପାରିବେ ନାହିଁ । ନେତା ଆସୁ ନଥିବାରୁ ଦଳର ବିଧାୟକ ଗୃହକୁ ଅଚଳ କରୁଛନ୍ତି । ଲୋକଙ୍କ ପଇସାରେ ବିଧାନସଭା ତାଲୁଛି, ସେମାନେ ଗୃହ ବନ୍ଦ କରୁଛନ୍ତି । ଲୋକେ ସେମାନଙ୍କୁ ଜବାବ ଦେବେ ।"

ଜୟ ନାରାୟଣ ଆହୁରି କହିଛନ୍ତି, "ବିଜେଡି କେଉଁ ଆକାରରେ ଆଲୋଚନା କରିବାକୁ ଚାହୁଁଛି, କହୁ । ସରକାର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସମ୍ପୂର୍ଣ୍ଣ ଅଧିବେଶନ ଆଲୋଚନା ହେଉ । ଗୃହ ବ୍ୟବସ୍ଥାରେ ଚାଲେ, ଯେଉଁଥିରେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ରହିଛି । ତାଙ୍କ ସମୟରେ ଗୃହ ଯେମିତି ଚାଲୁଥିଲା ସେହି ଅନୁସାରେ ଚାଲିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ବିଧାନସଭାକୁ ଆଜି ବି ଚଳାଇ ଦେଲେନି ବିରୋଧୀ, ୪ଟା ଯାଏଁ ମୁଲତବି


ତେବେ କାହିଁକି ବିରୋଧୀ ଗୃହକୁ ଅଚଳ କରୁଛନ୍ତି ପ୍ରଶ୍ନରେ ଜୟ ନାରାୟଣ କହିଛନ୍ତି, "ଆମେ ଗୋଲ୍ଡ ପାଇଛୁ, ସିଲଭର ଓ ବ୍ରୋଞ୍ଜ ପାଇଁ ସେମାନେ ଲଢ଼ୁଛନ୍ତି । ଅନାସ୍ଥା ଆଣନ୍ତୁ, ଆମେ ଜବାବ ଦେବାକୁ ପ୍ରସ୍ତୁତ ଅଛୁ । କଂଗ୍ରେସକୁ ଲୋକେ ତିରଷ୍କାର କରିଛନ୍ତି । ସଂଖ୍ୟା ନାହିଁ, ଅନାସ୍ଥା କ'ଣ ସେମାନେ ଆଣିବେ" କହି କଂଗ୍ରେସକୁ କଟାକ୍ଷ କରିଛନ୍ତି ଜୟ ନାରାୟଣ ମିଶ୍ର ।

ତେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନେଇ ଜୟ ନାରାୟଣଙ୍କ ମନ୍ତବ୍ୟ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଏନେଇ ଖୋଦ୍ ନବୀନ ସୋସିଆଲ୍ ମିଡିଆରେ ସେପ୍ଟେମ୍ବର ୭ରେ ପୋଷ୍ଟ କରି ଜଣାଇଥିଲେ ନବୀନ ।

ଆଉ ନବୀନଙ୍କ ଦିଲ୍ଲୀ ଗସ୍ତ ପୋଷ୍ଟକୁ ଇତି ମଧ୍ୟରେ ୧୩ ଦିନରୁ ଅଧିକ ବିତିଲାଣି । କିନ୍ତୁ ବିରୋଧୀ ଦଳ ନେତା ଏବେ ଦିଲ୍ଲୀରେ ଅଛନ୍ତି ନା ଭୁବନେଶ୍ଵର ଫେରିଲେଣି ? ତାହା ଅସ୍ପଷ୍ଟ ରହିଥିବା ବେଳେ ଯଦି ଓଡ଼ିଶା ଫେରିଲେଣି ତାହେଲେ କାହିଁକି ବିଧାନସଭା ଆସୁ ନାହାନ୍ତି ତା'କୁ ନେଇ ଖୋଦ୍ ବିଜେଡି ନେତା ବି ସନ୍ଧିହାନରେ ଅଛନ୍ତି ।

Sponsored
Naveen Patnaik Absent from Odisha Assembly, BJP MLA Raises Questions | Argus News | Argus News