NDA Two Third Majority in Parliament / ସଂସଦରେ ଏନଡ଼ିଏ ହାତେଇପାରେ ଦୁଇ-ତୃତୀୟାଂଶ ବହୁମତ; ହେଲ କିପରି?
·3 hours ago·4 min read

Key Points
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ଲୋକସଭାରେ ମଧ୍ୟ ଫଳପ୍ରଦ ହେଉଥିବା ପରି ମନେ ହେଉଛି। ୨୦ ଜଣ ବିଦ୍ରୋହୀ ଟିଏମସି ସାଂସଦ ଏନଡିଏ ସରକାରକୁ ସମର୍ଥନ ଘୋଷଣା କରିଛନ୍ତି। ଯାହା ଶାସକ ମେଣ୍ଟକୁ ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବାର ସମ୍ଭାବନା ସୃଷ୍ଟି କରିପାରେ।
NDA will get Two-Third Majority in Parliament: ଦଳ ବିରୋଧରେ ୨୦ ଟିଏମସି ସାଂସଦଙ୍କ କେନ୍ଦ୍ରରେ କ୍ଷମତାସୀନ ଏନଡ଼ିଏ ମେଣ୍ଟ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଲୋକସଭାରେ ଏନଡିଏ ଦୁଇ-ତୃତୀୟାଂଶ ବହୁମତରୁ ବଞ୍ଚିତ ହେବା କାରଣରୁ ଗତ ଅପ୍ରେଲ ମାସରେ ମହିଳା ସଂରକ୍ଷଣ ସାମ୍ବିଧାନିକ ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇ ପାରିନଥିଲା। ହେଲେ ବର୍ତ୍ତମାନ ୨୦ ଟିଏମସି ସାଂସଦଙ୍କ ଶାସକ ମେଣ୍ଟକୁ ସମର୍ଥନ ଘୋଷଣା କରିବା ପରେ, ବର୍ତ୍ତମାନର ଅଷ୍ଟାଦଶ ଲୋକସଭାରେ ପ୍ରଥମ ଥର ପାଇଁ ଏନଡିଏକୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିବାକୁ ଯାଉଛି। ଏନଡି଼ଏ, ଡିଏମକେ ପାଖରୁ ସର୍ତ୍ତମୂଳକ ସମର୍ଥନ ପାଇବା ପାଇଁ ମଧ୍ୟ ଆଲୋଚନା କରୁଛି। ଯଦି ଟିଏମସି-ଡିଏମକେ ସମର୍ଥନ ଘୋଷଣା କରନ୍ତି, ତାହେଲେ ଏନଡିଏ ଦୁଇ-ତୃତୀୟାଂଶ ବହୁମତ ଅଙ୍କ ନିକଟତର ହୋଇଯିବ।
ମୌସୁମୀ ଅଧିବେଶନ ପାଇଁ ଏନଡ଼ିଏ ସରକାରଙ୍କ ପ୍ରମୁଖ ପ୍ରସ୍ତୁତି
ଜଣେ ବରିଷ୍ଠ ବିଜେପି ନେତାଙ୍କ କହିବା କଥା ଯେ ସରକାର ଚଳିତ ବର୍ଷ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ୨୦୨୯ ଲୋକସଭା ନିର୍ବାଚନରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲ୍ ଏବଂ "ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ" ବିଲ୍ ଅନ୍ତର୍ଭୂକ୍ତ ରହିଛି। ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧିନ ଏନଡ଼ିଏ (NDA) ମେଣ୍ଟ ଦୁଇ-ତୃତୀୟାଂଶ ବହୁମତ ହାସଲ ପାଇଁ ଅପେକ୍ଷା କରିଛି। ଦୁଇ-ତୃତୀୟାଂଶ ବହୁମତ ହାସଲ ହେବା ମାତ୍ରେ, ସରକାର ଏହି ବିଲ୍ ଆଗତ କରିବେ।
ଗତ ଅପ୍ରେଲରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ମୋଦି ସରକାର
ଗତ ଅପ୍ରେଲରୁ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ନ ହୋଇପାରିବା ପରେ, ମୋଦି ସରକାର ଦୁଇ-ତୃତୀୟାଂଶ ବହୁମତ ହାସଲ କରିବା ପାଇଁ ପ୍ରୟାସକୁ ତୀବ୍ର କରିଛନ୍ତି। ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ଏନଡ଼ିଏ ସ୍ଥିତି ଆହୁରି ମଜବୁତ ହୋଇଛି। ତାମିଲନାଡୁରେ ଡିଏମକେର (DMK) ପରାଜୟ ଏବଂ କଂଗ୍ରେସ ସହିତ ମେଣ୍ଟ ସମ୍ପର୍କ ଭାଙ୍ଗିବା ପରେ, ଦଳର (ଡିଏମକେ) ୨୨ ଜଣ ସାଂସଦଙ୍କ ଠାରୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ପାଇବାର ସମ୍ଭାବନାକୁ ବୃଦ୍ଧି କରିଛି। ଏହି ସମୟରେ ପଶ୍ଚିମବଙ୍ଗରେ ପରାଜୟ ପରେ ତୃଣମୂଳ କଂଗ୍ରେସର ବିଭାଜନ ଏନଡ଼ିଏ ସ୍ଥିତିକୁ ଆହୁରି ମଜବୁତ କରିଦେଇଛି।
ଏହା ସହ ପଢନ୍ତୁ: ଭାଙ୍ଗିଯିବ ମେଣ୍ଟ; ସଂସଦରେ ଅଲଗା ହୋଇଯିବେ ଡିଏମକେ-କଂଗ୍ରେସ!
ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ
ସଂଖ୍ୟାବଳ ଆଧାରରେ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ ସଂଖ୍ୟା ହେଉଛି ୩୬୨। ହେଲେ ବର୍ତ୍ତମାନ ତିନୋଟି ଆସନ ଖାଲି ଅଛି। ତାହା ହେଉଛି ପଶ୍ଚିମବଙ୍ଗର ବସିରହାଟ, ମେଘାଳୟର ଶିଲଂ ଏବଂ ଆସାମର ନୌଗାଓଁ ଆସନ। ଏହି ତିନୋଟି ଆସନକୁ ବାଦ ଦେଲେ ଲୋକସଭାରେ ବର୍ତ୍ତମାନ ଦୁଇ-ତୃତୀୟାଂଶ ପାଇଁ ବହୁମତ ସଂଖ୍ୟା ହେଉଛି ୩୬୦। ଶାସକ ଏନଡ଼ିଏ ମେଣ୍ଟ ପାଖରେ ବର୍ତ୍ତମାନ ୨୯୩ ସାଂସଦଙ୍କ ସମର୍ଥନ ରହିଛି। ଯଦି ବିଦ୍ରୋହୀ ୨୨ ଟିଏମସି (TMC) ସାଂସଦଙ୍କ ଏକ ଗୋଷ୍ଠୀ, NDA (National Democratic Alliance) ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରନ୍ତି, ତାହେଲରେ ଏହି ସଂଖ୍ୟା ୩୧୫ ହୋଇଯିବ। ଯଦି ପ୍ରସଙ୍ଗ ଭିତ୍ତିରେ ୨୨ DMK ସାଂସଦଙ୍କ ସମର୍ଥନ ମିଳେ, ତାହେଲେ ଏହି ସଂଖ୍ୟା ୩୩୭ କୁ ବୃଦ୍ଧି ପାଇବ। ମୋଦି ସରକାର ୯ ଜଣ ଶିବସେନା ଉଦ୍ଧବ ଠାକରେଙ୍କ (Shiv Sena UBT) ଗୋଷ୍ଠୀର ସାଂସଦଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି Shiv Sena UBT ସଂସଦୀୟ ଦଳରେ ବିଭାଜନ ହୁଏ ଏବଂ ସେମାନଙ୍କ ମଧ୍ୟରୁ ୬ ଜଣ ସାଂସଦ NDA ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରନ୍ତି, ତାହେଲେ ଏହି ସଂଖ୍ୟା ବୃଦ୍ଧି ପାଇ ୩୪୩ ହୋଇଯିବ।
ସ୍ୱାଧିନ ସାଂସଦଙ୍କ ଉପରେ ମଧ୍ୟ ରହିଛି ନଜର
ଗତ ଅପ୍ରେଲରେ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ହୋଇଥିବା ଭୋଟ୍ ସମୟରେ NDA ୨୯୮ ସାଂସଦଙ୍କ ସମର୍ଥନ ପାଇଥିଲା। ଅର୍ଥାତ୍ ଶାସକ ମେଣ୍ଟକୁ କିଛି ଅତିରିକ୍ତ ଭୋଟ୍ ମିଳିଥିଲା। ଯଦି ଏହି ୫ ଭୋଟ୍ ଯୋଡି଼ ଦିଆଯାଏ, ତାହେଲେ NDA ସଂଖ୍ୟା ୩୪୮ ହୋଇଯିବ। ଯାହା ଦୁଇ-ତୃତୀୟାଂଶ ବହୁମତ ଠାରୁ ମାତ୍ର ୧୨ କମ୍। ଅନ୍ୟ ଛୋଟ ଦଳ, ସ୍ୱାଧିନ ପ୍ରାର୍ଥୀ ଏବଂ କ୍ରସ୍-ଭୋଟିଂ ମାଧ୍ୟମରେ ସରକାର ଏହି ସଂଖ୍ୟା ଯୋଗାଡ଼ କରିବା ଯୋଜନାରେ ରହିଛନ୍ତି।
କ'ଣ ରହିଛି ଏନଡ଼ିଏ ସରକାରଙ୍କ ଯୋଜନା?
ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା ପାଇଁ ଏକ ବିଶେଷ ବହୁମତ ଆବଶ୍ୟକ। ଏହାର ଅର୍ଥ ହେଉଛି ମୋଟ ସଦସ୍ୟ ସଂଖ୍ୟାର ଅତି କମରେ ଅଧା ଗୃହରେ ଉପସ୍ଥିତ ରହିବା ଏବଂ ଦୁଇ-ତୃତୀୟାଂଶ ବହୁମତ ରହିବା ଆବଶ୍ୟକ। ଅପ୍ରେଲରେ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଭୋଟ୍ ଦେବା ସମୟରେ ୫୨୮ ଜଣ ସାଂସଦ ଉପସ୍ଥିତ ରହିଥିଲେ ଏବଂ ଦୁଇ-ତୃତୀୟାଂଶ ବହୁମତ ସଂଖ୍ୟା ଥିଲା ୩୫୨। ଏହି ବିଲ୍ ସମର୍ଥନରେ ୨୯୮ ଏବଂ ବିରୋଧରେ ୨୩୦ ଭୋଟ୍ ମିଳିଥିଲା। ଏହାର ଅର୍ଥ ହେଉଛି ଏହି ବିଲ୍ ୫୪ ଭୋଟ୍ କମ ପାଇବାରୁ ସଂସଦରେ ପାରିତ ହୋଇ ପାରିନଥିଲା। ବର୍ତ୍ତମାନ ସରକାର ଏହି ବ୍ୟବଧାନକୁ ବହୁ ପରିମାଣରେ ପୂରଣ କରିବା ଯୋଜନାରେ ଅଛନ୍ତି।
ଏହା ସହ ପଢନ୍ତୁ: କଂଗ୍ରେସ ରେକର୍ଡ ଭାଙ୍ଗିଲା ବିଜେପି; ୨୧ ରାଜ୍ୟରେ ଶାସନ କରୁଛି ଏନଡ଼ିଏ ସରକାର
ରାଜ୍ୟ ସଭାରେ ବହୁମତ
ରାଜ୍ୟସଭାରେ NDA ମଧ୍ୟ ଦୁଇ-ତୃତୀୟାଂଶ ବହୁମତ ପାଇବାକୁ ଯାଉଛି। ସଂସଦର ଉଚ୍ଚ ସଦନରେ TMC ର ୧୩ ଜଣ ସାଂସଦ ଥିଲେ। ସେମାନଙ୍କ ମଧ୍ୟରୁ ସୁଖେନ୍ଦୁ ଶେଖର ରାୟ ଇସ୍ତଫା ଦେଇଛନ୍ତି। ଯିଏ ଏବେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତି। ରାଜ୍ୟସଭାରେ ଆହୁରି କିଛି ସାଂସଦ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ଯିଏ ଉପ-ନିର୍ବାଚନ ମାଧ୍ୟମରେ ପୁନର୍ବାର ରାଜ୍ୟସଭାକୁ ଯିବେ। ପୂର୍ବରୁ ରାଜ୍ୟସଭାରେ NDA ସଂଖ୍ୟା ହୋଇସାରିଛି। DMK ର ୮ ଜଣ ସାଂସଦ ମଧ୍ୟ NDA ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ପ୍ରଦାନ କରିପାରନ୍ତି। ରାଜ୍ୟସଭାରେ ଦୁଇ-ତୃତୀୟାଂଶ ବହୁମତ ସଂଖ୍ୟା ହେଉଛି ୧୬୪। ଅନ୍ୟ ଛୋଟ ଦଳର ସମର୍ଥନ ସହିତ NDA ଏହି ସଂଖ୍ୟାରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହେଉଥିବରା ମନେ ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories