Videos
|
Politics

Nitin Nabin Election Mantra / ସରକାରରେ ରହି କେମିତି ଜିତି ହେବ ନିର୍ବାଚନ, ବୈଠକରେ ମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଭାପତି

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ସରକାରରେ ରହି କେମିତି ଜିତି ହେବ ନିର୍ବାଚନ, ବୈଠକରେ ମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଭାପତି
Nitin Nabin

Key Points

ରାଜ୍ୟ ବିଜେପି କ୍ୟାମ୍ପରେ ଯୋଶ ଭରିଲା ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ମନ୍ତ୍ର
୩ ମାସର ଟାସ୍କ ଧରାଇଲେ ନିତିନ ନବୀନ
ପୁଣି ଥରେ ଜୁଲାଇରେ ଆସି କରିବେ ସମୀକ୍ଷା
ନୂଆ ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ମନ୍ତ୍ର ନେଇ, ନୂଆ ଯୋଶରେ ରାଜ୍ୟ ବିଜେପି କ୍ୟାମ୍ପ । ମିଶନ ପଞ୍ଚାୟତ, ଆଉ ତା ପୂର୍ବରୁ ୩ ମାସର ଟାସ୍କ ଧରାଇଛନ୍ତି ନିତିନ ନବୀନ । ପୁଣି ଥରେ ଜୁଲାଇରେ ଓଡ଼ିଶା ଆସି କରିବେ ସମୀକ୍ଷା । ଏହା ସହ ବଢିଛି ବୋର୍ଡ ନିଗମ ନିଯୁକ୍ତି ଆଉ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ।

ସରକାରରେ ରହି କେମିତି ଜିତି ହେବ ନିର୍ବାଚନ । ମାରାଥନ ବୈଠକ କରି ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । ମିଶନ ପଞ୍ଚାୟତ ଆଉ ସୋସିଆଲ ମିଡିଆ ପାଇଁ ନେତାଙ୍କୁ ବି ଦେଇଛନ୍ତି ଟାକ୍ସ । ପ୍ରବାସ କରିବାକୁ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ୩ ମାସ ପରେ ପୁଣି ଓଡ଼ିଶା ଆସି କରିବେ ସମୀକ୍ଷା । ଦୁଇ ଦିନିଆ ଗସ୍ତରେ ମାରାଥନ ବୈଠକ କରି ନେତାଙ୍କୁ ବାଣ୍ଟିଲେ ଅଲଗା ଅଲଗା ଦାୟିତ୍ଵ । ସରକାର ଏବଂ ସଙ୍ଗଠନ ଭିତରେ ସମନ୍ବୟକୁ ଗୁରୁତ୍ଵ ଦେଇ ନିତିନ ନବୀନ କହିଥିଲେ ବାରମ୍ବାର ବୈଠକରେ ଏକାଠି ବସିବେ ଜନ ପ୍ରତିନିଧି ଓ ସଙ୍ଗଠନ ଦାୟିତ୍ଵରେ ଥିବା ନେତା ।

ଅଧିକ ପଢ଼ନ୍ତୁ: ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍‌ ମ୍ୟାପ୍‌ ନେଇ ୫ ପରାମର୍ଶ ଦେଲେ ନିତିନ ନବୀନ


ମାସର ପ୍ରଥମ ସପ୍ତାହରେ ମଣ୍ଡଳ, ଦ୍ଵିତୀୟ ସପ୍ତାହରେ ଜିଲ୍ଲା, ତୃତୀୟ ସପ୍ତାହରେ ଶକ୍ତି କେନ୍ଦ୍ର ଏବଂ ଚତୁର୍ଥ ସପ୍ତାହରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ନିଜେ ସାମିଲ ହେବାକୁ ବିଧାୟକ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଜିତିବାକୁ ନିୟମିତ ଲୋକ ସଂପର୍କ ପାଇଁ ପ୍ରବାସ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵ ଦେଇଛନ୍ତି । ମାସର ପ୍ରଥମ ସପ୍ତାହରେ ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରବାସ କରିବେ ସାଂସଦ । ପଦାଧିକାରୀ ବୈଠକରେ ବି ପଦପଦବୀରେ ଥିବା ନେତାଙ୍କୁ ବି ପ୍ରବାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ।

ପ୍ରଶିକ୍ଷିଣ ଶିବିର ଓ ପଦାଧିକରାରୀ ବୈଠକରେ ସୋସିଆଲ ମିଡିଆ ଉପରେ ଗୁରୁତ୍ଵ ଦେଇଥିଲେ ନିତିନ ନବୀନ । ସୋସିଆଲ ମିଡିଆରେ ବିଧାୟକ ସାଂସଦମାନେ କେତେ ଆକ୍ଟିଭ । ଦିନକୁ କେତେ ପୋଷ୍ଟ କରୁଛନ୍ତି, ରାଜ୍ୟ ଏବଂ କେନ୍ଦ୍ରର କେତେ ଯୋଜନା ସେୟାର କରୁଛନ୍ତି ପଚାରି ବୁଝିଥିଲେ । ତଳ ସ୍ତରର କର୍ମୀଙ୍କୁ ବି ସୋସିଆଲ ମିଡିଆରେ ଆକ୍ଟିଭ ରଖିବାକୁ ନେତାଙ୍କୁ ଦେଇଥିଲେ ନିର୍ଦ୍ଦେଶ । ବିରୋଧୀଙ୍କ ଫେକ୍ ନେରେଟିଭକୁ କାଉଣ୍ଟର କରିବା ସହ ସୋସିଆଲ ମିଡିଆରେ ସରକାରଙ୍କ ଛବିକୁ ଜଗିବାକୁ ଆହ୍ଵାନ ଦେଇଥିଲେ ନିତିନ ନବୀନ । ଯାହାକୁ ପାଥେୟ କରି ଆଗକୁ କାମ କରିବେ ବୋଲି କହିଛନ୍ତି ବିଜେପି ନେତା ଓ କର୍ମୀ । ନିତିନ ନବୀନଙ୍କ ନୂଆ ମନ୍ତ୍ର ଆଗାମୀ ଦିନରେ ବିଜେପି ସଙ୍ଗଠନ ପାଇଁ କେତେ ଶକ୍ତି ବର୍ଦ୍ଧକ ହେଉଛି ତାଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nitin Nabin Gives Election Mantra To Odisha BJP Leaders | Argus News