|
logo
Live

Argus News - ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତିଶ କୁମାର, ସମ୍ରାଟ ଚୌଧୁରୀ ହୋଇପାରନ୍ତି ବିହାରର ନୂଆ CM

Politics

Nitish Kumar Resigns / ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତିଶ କୁମାର, ସମ୍ରାଟ ଚୌଧୁରୀ ହୋଇପାରନ୍ତି ବିହାରର ନୂଆ CM

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତିଶ କୁମାର,  ସମ୍ରାଟ ଚୌଧୁରୀ ହୋଇପାରନ୍ତି ବିହାରର ନୂଆ CM
Bihar CM Nitish Kumar Steps Down

Key Points

  • ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାରଙ୍କ ଇସ୍ତଫା
  • ଲୋକଭବନରେ ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ନୀତିଶ
  • ଅପରାହ୍ଣ ୪ଟାରେ NDA ବିଧାୟକ ଦଳ ବୈଠକ
  • ବିଜେପିର ସମ୍ରାଟ ଚୌଧୁରୀ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ
ପାଟନା: ବିହାରର ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ତା' ପୂର୍ବରୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପାଟନା ସ୍ଥିତ ଲୋକଭବନ ପହଞ୍ଚି ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନରାଲ ଅତା ହସନୈନଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ନୀତିଶ କୁମାର ।

ମଙ୍ଗଳବାର ଅପରାହ୍ଣ ୪ଟାରେ NDAର ବିଧାୟକ ଦଳ ବୈଠକ ବସିବ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଶିବରାଜ ସିଂହ ଚୌହାନ ପର୍ଯ୍ୟବେକ୍ଷକ ଥିବାବେଳେ ପାଟନାରେ ପହଞ୍ଚି ସାରିଛନ୍ତି । ଶିବରାଜହ୍କ ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ମହାସଚିବ ବିଏଲ୍ ସନ୍ତୋଷ ମଧ୍ୟ ପହଞ୍ଚିଛନ୍ତି ।

ଏଥିସହ ପଢ଼ନ୍ତୁ: ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ; କିଏ ହେବେ ପରବର୍ତ୍ତୀ CM?

ସିଏମ୍ ରେସ୍‌ରେ ସମ୍ରାଟ ଆଗରେ

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ବିଜେପିର ସମ୍ରାଟ ଚୌଧୁରୀ ସବୁଠୁ ଆଗରେ ଅଛନ୍ତି । କିନ୍ତୁ ନିଷ୍ପତ୍ତି ଏନଡିଏର ବିଧାୟକ ଦଳ ବୈଠକରେ ନିଆଯିବ । ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପରେ ଶପଥଗ୍ରହଣ ବୁଧବାର ହେବ ।

ନୀତିଶଙ୍କ ରାଜନୈତିକ ଯାତ୍ରା

ପ୍ରଥମଥର ୨୪ ନଭେମ୍ବର ୨୪ରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପି-ଜେଡିୟୁ ମେଣ୍ଟରେ ନୀତିଶ ନେଇଥିଲେ ମୁଖ୍ୟମନ୍ତ୍ରୀ ପଦର ଶପଥ । ଶପଥର ଠିକ୍ ଦିନକ ପରେ ନୀତିଶ ପ୍ରଥମ କ୍ୟାବିନେଟ୍ ବୈଠକ ଡାକିଥିଲେ ।

ସୁଶାସନ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ନୀତିଶ କୁମାର । ଯେତେବେଳେ ବିହାରରେ ଅପରାଧ ଚରମରେ ପହଞ୍ଚିଥିଲା... ସେତେବେଳେ ନୀତିଶ କହିଥିଲେ- "ଅଧିକାଂଶ ଅପରାଧ ଓ ଅରାଜକାର କାରଣ ଜମି ଝଗଡ଼ା ।" ସେ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ବିଭାଗର କ୍ୟାମ୍ପ କରି ମାମଲାର ତ୍ଵରିତ ସମଧାନ କରିବାକୁ ଗୁରୁତ୍ଵ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ୪୭ ବର୍ଷରେ ପହଞ୍ଚିଲା ବିଜେପି; ଜାଣନ୍ତୁ ଦଳ ସହ ଜଡ଼ିତ କିଛି ରୋଚକ ପୂର୍ଣ୍ଣ ତଥ୍ୟ

୨୦ ବର୍ଷ ଧରି ବିହାର ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ ନିଜକୁ ସୁଶାସନ ବାବୁ ଭାବେ ପ୍ରତିଷ୍ଠିତ କରିଛନ୍ତି । କ୍ଷମତା ପାଇଁ ବାରମ୍ବାର ବିଜେପି-ଆରଜେଡି ସହ ନୀତିଶ ହାତ ମିଳାଇଛନ୍ତି ।

ନୀତିଶଙ୍କ ଶେଷ କ୍ୟାବିନେଟ୍ ବୈଠକ

ଇସ୍ତଫା ପୂର୍ବରୁ ଆଜି ମଙ୍ଗଳବାର ୨୦୨୬ ଏପ୍ରିଲ୍ ୧୪ରେ ନୀତିଶ କୁମାର ଶେଷ କ୍ୟାବିନେଟ୍ ବୈଠକ କରିଛନ୍ତି । ଯେଉଁ ବୈଠକରେ କୌଣସି ବିକାଶମୂଳକ ଯୋଜନାର ଘୋଷଣା ହୋଇନି । ବରଂ ସରକାର ଭାଙ୍ଗିବା ଏବଂ ଇସ୍ତଫାର ଔପଚାରିକତା ପ୍ରକ୍ରିୟାକୁ ମଞ୍ଜୁରୀ ଦିଆଯାଇଛି । କ୍ୟାବିନେଟ୍‌ରେ ସର୍ବସମ୍ମତି କ୍ରମେ ସରକାର ଭଙ୍ଗ କରିବା ପ୍ରସ୍ତାବ ଗୃହିତ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nitish Kumar Resigns: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତିଶ କୁମାର, ସମ୍ରାଟ ଚୌଧୁରୀ ହୋଇପାରନ୍ତି ବିହାରର ନୂଆ CM | Argus News