Nuapada By Election / ନୂଆପଡ଼ା ବ୍ୟାଟେଲ: ମଇଦାନକୁ ଓହ୍ଲାଇଲେ ୩ ଯୋଦ୍ଧା, ଶୋଭାଯାତ୍ରା କରି କଲେ ଶକ୍ତି ପ୍ରଦର୍ଶନ
·11 months ago·2 min read

Key Points
ନୂଆପଡ଼ା ବ୍ୟାଟେଲ ପାଇଁ ମଇଦାନକୁ ଓହ୍ଲାଇଲେ ୩ ଯୋଦ୍ଧା । ବିଜେପିରୁ ଜୟ ଢୋଲକିଆ ଓ କଂଗ୍ରେସରୁ ଘାସିରାମ ମାଝୀ କଲେ ନାମାଙ୍କନ । ଶୋଭାଯାତ୍ରା କରି କଲେ ଶକ୍ତି ପ୍ରଦର୍ଶନ ।
ନୂଆପଡ଼ା ବ୍ୟାଟେଲ ପାଇଁ ମଇଦାନକୁ ଓହ୍ଲାଇଲେ ତିନି ଯୋଦ୍ଧା । ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଜି କଲେ ନାମାଙ୍କନ । ନାମାଙ୍କନ ଆଳରେ ଶୋଭାଯାତ୍ରା କରି ଦୁହେଁ କଲେ ଶକ୍ତି ପ୍ରଦର୍ଶନ । ସରକାରଙ୍କ ବିକାଶର ଧାରାକୁ ନୂଆପଡ଼ାରେ ଆଗକୁ ନେବାକୁ ବିଜେପି ଦେଲା ପ୍ରତିଶ୍ରୁତି । ମାଟିର ପୁଅ ଘାସିରାମକୁ ବାଛିବାକୁ ଆହ୍ବାନ ଦେଲା କଂଗ୍ରେସ । ସେପଟେ ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିଥିବା କହି ଦିବଗଂତ ଢୋଲକିଆଙ୍କୁ ବାଣ ମାରିଲେ ସ୍ନେହାଙ୍ଗିନୀ ଛୁରିଆ ।
ବିଜେପି-ବିଜେଡି-କଂଗ୍ରେସ । ନିଜ ନିଜ ଢଙ୍ଗରେ ଆଜି ନୂଆପଡ଼ାରେ ଶୋଭାଯାତ୍ରା କରିଥିଲେ ତିନି ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ବିରାଟ ପଟୁଆରରେ ଖରିଆର ରୋଡରୁ ବାହାରି କରିଥିଲେ ନାମାଙ୍କନ । ସାଙ୍ଗରେ ଥିଲେ ବିଜେପି ରାଜ୍ୟସଭାପତିଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ବିଧାୟକ ଓ ସାଂସଦ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୨ ସେଟ୍ ନାମାଙ୍କନ ଦାଖଲ କରିଥିଲେ ଜୟ । ନୂଆପଡ଼ାରେ ବିକାଶ ଧାରାକୁ ଆଗକୁ ନେବାକୁ ଦଳ ସଂକଳ୍ପ କରିଥିବା କହିଥିଲେ ପ୍ରାର୍ଥୀ ଓ ନେତା ।
ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ନିଜ ବାସଭବନ ତେଲିପଡାରୁ ବାହାରିଥିଲେ ଶୋଭାଯାତ୍ରାରେ । ସାଙ୍ଗରେ ପିସିସି ସଭାପତିଙ୍କ ସମେତ ସାମିଲ ହୋଇଥିଲେ ଦଳର ଅନେକ ବରିଷ୍ଠ ନେତା । ନୂଆପଡ଼ାରେ ଏକ ହି ନାମ.. ଘାସିରାମ... ଘାସିରାମ ....ନାରା ଦେଇ କର୍ମୀ ଘାସିରାମଙ୍କୁ କରିଥିଲେ ଉତ୍ସାହିତ । ନୂଆପଡ଼ାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ କୃଷକର ସମସ୍ୟାକୁ ଘାସିରାମ ପ୍ରସଙ୍ଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ମା-ଝିଅଙ୍କ ଝଗଡା ପରେ ରାଗରେ ଟାୱାର ଉପରେ ଚଢିଗଲା ଝିଅ ଦେଖନ୍ତୁ ପୁରା ଭିଡ଼ିଓ
ଏପଟେ ଆସନ୍ତାକାଲି ନାମାଙ୍କନ କରିବାକୁ ଥିବା ବିଜେଡି ପାର୍ଥୀ ସ୍ନେହାଙ୍ଗୀନି ଛୁରିଆ ନିଜ ପ୍ରାର୍ଥୀତ୍ବକୁ ଜାହିର କରିବାକୁ ଯାଇ ନିଜ ଦଳର ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କୁ ବାହାର ନେତା କହି କରିଛନ୍ତି କଟାକ୍ଷ । ଯଦିଓ ବିଜେଡି, ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ଓ ନାଁକୁ ନିର୍ବାଚନରେ ବ୍ୟବହାର କରିବାକୁ ଅଣ୍ଟା ଭିଡିଛି ହେଲେ ସ୍ନେହାଙ୍ଗୀନି କିନ୍ତୁ ତାଙ୍କୁ ବାହାର ନେତା କହିବାକୁ ପଛାଇ ନାହାଁନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୪ ନିର୍ବାଚନରେ ଅତାବିରାରୁ ୨୯ ହଜାର ଭୋଟରେ ପରାସ୍ତ ହୋଇଥିବା ସ୍ନେହାଙ୍ଗୀନିଙ୍କୁ ନୂଆପଡ଼ାରେ ଲୋକେ କେତେ ଗ୍ରହଣ କରିବେ ତା ତ ପର କଥା କିନ୍ତୁ ନିଜ ସପକ୍ଷରେ ଓକିଲାତି କରିବାକୁ ଯାଇ ରାଜେନ୍ଦ୍ର ଢୋଲକିଆକୁ ବାହାର ନେତାର ଆଖ୍ୟା ଦେବାକୁ ଗ୍ରହଣ କରୁନାହାଁନ୍ତି ବିଜେଡି ନେତା ଓ କର୍ମୀ ।
Related Topics
Explore more stories