Videos
|
Politics

IT Raid / ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ IT ରେଡ୍‌

Santosh Kumar Sahoo
Browse all articles by Santosh Kumar Sahoo
·10 months ago·3 min read
ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ IT ରେଡ୍‌

Key Points

ନୂଆପଡାରେ ବିଜେଡି ନେତାଙ୍କ ଘରେ ରେଡ୍
କଂଗ୍ରେସରୁ ଆସି ବିଜେଡିରେ ମିଶିଥିଲେ
ନୂଆପଡ଼ା ଓ ଖରିଆର ରୋଡ୍‌ର ବିଭିନ୍ନ ହୋଟେଲ୍‌ରେ ଯାଞ୍ଚ
ନୂଆପଡାରେ ବିଜେଡି ନେତାଙ୍କ ଘରେ ରେଡ୍ । କଂଗ୍ରେସରୁ ଆସି ବିଜେଡିରେ ମିଶିଥିଲେ । ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀ ଦିଆଯାଇଥିଲା । ପଟେଲ ନଗର ସହ ନୂଆପଡ଼ା ଓ ଖରିଆର ରୋଡ୍‌ର ବିଭିନ୍ନ ହୋଟେଲ୍‌ରେ ଯାଞ୍ଚ କରାଯାଇଛି । ନିର୍ବାଚନ ପ୍ରଚାର ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏହି ଯାଞ୍ଚ ଚାଲିଛି । ଆୟକର ବିଭାଗ ଓ ପୋଲିସ୍‌ ପକ୍ଷରୁ ମିଳିତ ଭାବେ ଏହି ଯାଞ୍ଚ କରାଯାଇଛି । ଖରିଆର ରୋଡ୍‌ NAC ରେ ବିଜେଡିର ଟଙ୍କା କାରବାର ମହମ୍ମଦ ଜୁନେଦଙ୍କ ଘରେ ହେଉଥିବାର ଖବର ପାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ସ୍କ୍ୱାର୍ଡ ଓ ଆୟକର ବିଭାଗ ରେଡ୍‌ କରିଛି ।

ଅଧିକ ପଢ଼ନ୍ତୁ: ସରିଆସୁଛି ପ୍ରଚାର, ହାତରେ ମାତ୍ର ଆଉ ଗୋଟିଏ ଦିନ...

ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା ପ୍ରଚାର ମଇଦାନ । ଶନିବାର ପୁଣି ରଣଭୂମିକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଡ୍‌ ସୋ ସହ ଜନସଭା କରିବେ ମୋହନ ମାଝୀ । ଶେଷ ଦୁଇ ଦିନ ପ୍ରଚାରରେ ବିରୋଧୀ ବିଜେଡି ଓ କଂଗ୍ରେସ ବି ଲଗାଇବେ ସବୁ ବଳ । ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନରେ ବଳ କଷୁଛନ୍ତି ସବୁ ଦଳର ମୁଖିଆ । ଶୁକ୍ରବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାର ପରେ ଶନିବାର ପୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢୋଲକିଆଙ୍କୁ ଧରି ପ୍ରଚାର କରିବେ । ବିଭିନ୍ନ ସ୍ଥାନରେ ରୋଡ୍ ସୋ ସହ ଜନସଭାକୁ କରିବେ ସମ୍ବୋଧନ । ସେପଟେ କଂଗ୍ରେସ ମଧ୍ୟ ଜାରି ରଖିଛି ପ୍ରଚାର । ନୂଆପଡ଼ାର ବିଭିନ୍ନ ଗାଁରେ ଡେରା ପକାଇଛନ୍ତି ପିସିସି ସଭାପତି, ପୂର୍ବତନ ସଭାପତିଙ୍କ ସମେତ ବହୁ ଛାମୁଆ ନେତା ।

ଅନ୍ୟପଟେ ଦେଖିବାକୁ ଗଲେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲନ ପ୍ରେସମିଟ୍ କରି କହିଛନ୍ତି, "୯ ତାରିଖ ସନ୍ଧ୍ୟା ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ ।" ସେହି ୪୮ ଘଣ୍ଟା ସମସ୍ତ ନିୟମ ମାନିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ ଆରମ୍ଭର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି ।

ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।

ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜନପ୍ରତିନିଧିତ୍ୱ ଆଇନ୍, ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।

Related Topics

Explore more stories

Income Tax Raid on BJD Leader in Nuapada | Argus News