Nuapada By Election / ନୂଆପଡ଼ା ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ, ନଭେମ୍ବର ୧୧ରେ ପଡ଼ିବ ଭୋଟ୍

Key Points
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ । ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨୦ ତାରିଖରେ ଶେଷ ହେବ ନାମାଙ୍କନ ଦାଖଲ ।
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ୨୦ ତାରିଖରେ ଶେଷ ହେବ ନାମାଙ୍କନ ଦାଖଲ । ୨୨ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ପରେ ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ପରେ ବିଜେଡିକୁ ଲାଗିଛି ବଡ଼ ଝଟକା । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।
ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ଲାଗିଛି ଶକ୍ତ ଝଟକା । ପୂର୍ବରୁ ଯେଉଁ ଗେମ୍ କରୁଥିଲା ବିଜେଡି ଏବେ ସେହି ଭଳି ଗେମରେ ଫସିଯାଇଛି ଦଳ । ୨୪ ବର୍ଷର ଶାସନରେ ଥିବା ଦଳ ଆଗରେ ଏବେ ପ୍ରାର୍ଥୀ ସଂକଟ । କିଏ ହେବ ନୂଆପଡ଼ାରେ ବିଜେଡି ଚେହେରା ? କାହାକୁ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ଦଳ ? ଜୟ ଢ଼ୋଲକିଆ ବିଜେଡିରେ ମିଶିବା ପରେ ଯେପରି ବିଗିଡ଼ି ଯାଇଛି ବିଜେଡିର ସବୁ ଗଣିତ । ସେପଟେ ପ୍ରାର୍ଥୀ ଘୋଷଣା ସହ କଂଗ୍ରେସ ପ୍ରଚାରରେ ଆଗୁଆ ରହିଥିବା ବେଳେ ୧୯ରେ ପ୍ରାର୍ଥିପତ୍ର ଦାଖଲ କରିବେ ଘାସୀରାମ ।
ଅଧିକ ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ ଫତୱା ଜାରି କରନ୍ତୁ, ନଚେତ୍ ଇସ୍ତଫା ଦିଅନ୍ତୁ'
ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କରି ଟିକେଟ ନେବା କିଛି ନୂଆ କଥା ନୁହେଁ । ୨୦୧୮ ବିଜେପୁର ଉପ ନିର୍ବାଚନ ବେଳେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡିରେ ମିଶାଇ ପ୍ରାର୍ଥୀ କରିଥିଲେ ନବୀନ । ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଆନନ୍ଦପୁର ଓ କାକଟପୁର ଆସନରୁ ବିଜେପି ଟିକେଟ ପାଇ ସାରିଥିବା ଭାଗିରଥୀ ସେଠୀ ଓ ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଥିଲା ବିଜେଡି ।
📱 Get Argus News App
✨ସେପଟେ ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । ଆଉ ଦିନ କେଇଟା ପରେ ନୂଆପଡାରେ ହେବ ଉପନିର୍ବାଚନ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ନୂଆପଡା ପୋଲିସ ପକ୍ଷରୁ ସହରର ସର୍କିଟ ହାଉସ ଠାରୁ ତେଲିପଡ଼ା ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନୂଆପଡା ଏସପିଙ୍କ ନେତୃତ୍ୱରେ ଶତାଧିକ ପୋଲିସ କର୍ମଚାରୀ ଫ୍ଲାଗମାର୍ଚ୍ଚ କରିଛନ୍ତି । ସେହିପରି ଖରିଆର ରୋଡ଼ ସହରରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଉପନିର୍ବାଚନକୁ ଅବାଧ ଏବଂ ସ୍ୱଚ୍ଛ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି । ନୂଆପଡ଼ାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ପଡୋଶୀ ସୀମାନ୍ତ ବର୍ତ୍ତୀ ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Related Topics
Explore more stories