|
logo
Live
Argus News App
GET APP

Argus News - ପ୍ରତି ରାଉଣ୍ଡରେ ବଢ଼ୁଛି ବିଜେପି; ୨୨ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ ୭୩ ହଜାର ୧୩୯ ଭୋଟ୍‌ରେ ଆଗୁଆ

Politics

Nuapada By Election / ପ୍ରତି ରାଉଣ୍ଡରେ ବଢ଼ୁଛି ବିଜେପି; ୨୨ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ ୭୩ ହଜାର ୧୩୯ ଭୋଟ୍‌ରେ ଆଗୁଆ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପ୍ରତି ରାଉଣ୍ଡରେ ବଢ଼ୁଛି ବିଜେପି; ୨୨ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ ୭୩ ହଜାର ୧୩୯ ଭୋଟ୍‌ରେ ଆଗୁଆ

Key Points

୨୨ ରାଉଣ୍ଡ ଗଣତି ସରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୨ ରାଉଣ୍ଡ ସୁଦ୍ଧା ବିଜେପିର ଜୟ ଢୋଲକିଆଙ୍କୁ ୧ ଲକ୍ଷ ୮ ହଜାର ୨୪୦ ଖଣ୍ଡ ଭୋଟ୍ ମିଳିଛି । ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୩ ହଜାର ୧୩୯ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି ।
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ଭାଙ୍ଗୁଛି ବିଜେପି । ହେବ ରେକର୍ଡ ବିଜୟ । ୨୨ ରାଉଣ୍ଡ ଗଣତି ସରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୨ ରାଉଣ୍ଡ ସୁଦ୍ଧା ବିଜେପିର ଜୟ ଢୋଲକିଆଙ୍କୁ ୧ ଲକ୍ଷ ୮ ହଜାର ୨୪୦ ଖଣ୍ଡ ଭୋଟ୍ ମିଳିଛି ।

ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୩ ହଜାର ୧୩୯ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି । ଜୟଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଘାସିରାମ ମାଝୀ ୨୨ ରାଉଣ୍ଡ ସୁଦ୍ଧା ୩୫ ହଜାର ୧୦୧ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଥିବା ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୩ ହଜାର ୮୮ ଖଣ୍ଡ ଭୋଟ୍ ।

ଏଥିସହ ପଢ଼ନ୍ତୁ: ୨୧ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ଲକ୍ଷେରୁ ଅଧିକ ଭୋଟ୍‍ ୬୯ ହଜାର ୨୨୫ ଭୋଟ୍‌ରେ ବିଜେପି ଆଗୁଆ

୨୨ତମ ରାଉଣ୍ଡରେ ବିଜେପିର ଜୟ ଢୋଲକିଆଙ୍କୁ ୫ ହଜାର ୧୫୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଘାସିରାମ ମାଝୀଙ୍କୁ ୧୨୪୩ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୦୩୬ ଖଣ୍ଡ ଭୋଟ୍ ।

ସକାଳ ୮ରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ପରେ ସାଢ଼େ ୮ଟାରେ ଖୋଲିଥିଲା ଇଭିଏମ୍ । ପ୍ରଥମ ରାଉଣ୍ଡ ଗଣତିରୁ ହିଁ ଆଗୁଆ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଲାଗି ମତଦାନ ହୋଇଥିଲା । ୮୩.୪୫ ପ୍ରତିଶତ ମତଦାନ ସହ ଏହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ନିର୍ବାଚନ ପ୍ରଚାରରେ 'ହିରୋ', ଫଳାଫଳରେ 'ଜିରୋ'...PKଙ୍କ ଦଳର ଦୁର୍ବଳ ପ୍ରଦର୍ଶନ

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା ।

ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election: ପ୍ରତି ରାଉଣ୍ଡରେ ବଢ଼ୁଛି ବିଜେପି; ୨୨ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ ୭୩ ହଜାର ୧୩୯ ଭୋଟ୍‌ରେ ଆଗୁଆ | Argus News