Nuapada By Election / ୨୧ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ଲକ୍ଷେରୁ ଅଧିକ ଭୋଟ୍ ୬୯ ହଜାର ୨୨୫ ଭୋଟ୍ରେ ବିଜେପି ଆଗୁଆ
·10 months ago·2 min read

Key Points
୨୧ ରାଉଣ୍ଡ ଗଣତି ସରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୧ ରାଉଣ୍ଡ ସୁଦ୍ଧା ବିଜେପିର ଜୟ ଢୋଲକିଆଙ୍କୁ ୧ ଲକ୍ଷ ୩ ହଜାର ୮୩ ଖଣ୍ଡ ଭୋଟ୍ ମିଳିଛି । ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୯ ହଜାର ୨୨୫ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି ।
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବିଜୟ ମୁହାଁ ବିଜେପି । ୨୧ ରାଉଣ୍ଡ ଗଣତି ସରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୧ ରାଉଣ୍ଡ ସୁଦ୍ଧା ବିଜେପିର ଜୟ ଢୋଲକିଆଙ୍କୁ ୧ ଲକ୍ଷ ୩ ହଜାର ୮୩ ଖଣ୍ଡ ଭୋଟ୍ ମିଳିଛି ।
ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୯ ହଜାର ୨୨୫ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି । ଜୟଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଘାସିରାମ ମାଝୀ ୨୧ ରାଉଣ୍ଡ ସୁଦ୍ଧା ୩୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଥିବା ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୨ ହଜାର ୫୨ ଖଣ୍ଡ ଭୋଟ୍ ।
ଏଥିସହ ପଢ଼ନ୍ତୁ: ୨୦ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି, ଲୋକେ ଚାହୁଁଥିଲେ ପରିବର୍ତ୍ତନ
୨୧ତମ ରାଉଣ୍ଡରେ ବିଜେପିର ଜୟ ଢୋଲକିଆଙ୍କୁ ୫ ହଜାର ୨୯୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଘାସିରାମ ମାଝୀଙ୍କୁ ୧୬୬୭ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୬୨୯ ଖଣ୍ଡ ଭୋଟ୍ । NOTAରେ ପଡ଼ିଛି ୧୮୪୪ ଭୋଟ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସକାଳ ୮ରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ପରେ ସାଢ଼େ ୮ଟାରେ ଖୋଲିଥିଲା ଇଭିଏମ୍ । ପ୍ରଥମ ରାଉଣ୍ଡ ଗଣତିରୁ ହିଁ ଆଗୁଆ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଲାଗି ମତଦାନ ହୋଇଥିଲା । ୮୩.୪୫ ପ୍ରତିଶତ ମତଦାନ ସହ ଏହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବିହାର ନିର୍ବାଚନ: ଡବଲ୍ ସେଞ୍ଚୁରୀ ପାର୍ କଲା NDA, ଜାଣନ୍ତୁ କ'ଣ ରହିଛି କଂଗ୍ରେସ ସ୍ଥିତି
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା ।
ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି ।

Related Topics
Explore more stories