Bypoll To Nuapada Assembly / ୧୬ରେ ନୂଆପଡ଼ାରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ, ବିଶାଳ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

Key Points
ନୂଆପଡ଼ା ଉପନିର୍ବାଚନରେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତ କହିଛନ୍ତି, "ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି, ଖାଲି ଯାହା ଘୋଷଣା ବାକି ଅଛି ।"
ଭୁବନେଶ୍ଵର: ଜୟ ଢୋଲକିଆ ହେବେ ବିଜେପି ପ୍ରାର୍ଥୀ । ନୂଆପଡ଼ା ଉପନିର୍ବାଚନରେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସୁଜିତ କହିଛନ୍ତି, "ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି, ଖାଲି ଯାହା ଘୋଷଣା ବାକି ଅଛି ।"
ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, "୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଯିବେ । ସେହିଦିନ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନରେ ସାମିଲ୍ ହେବା ସହ ବିଶାଳ ସମାବେଶରେ ଯୋଗଦେବେ । ନୂଆପଡ଼ାରେ ଏକ ବଡ଼ ମିଶ୍ରଣ ପର୍ବ ହେବ । ଯେଉଁଠି ବିଜେଡି, କଂଗ୍ରେସରୁ ୨ ହଜାରରୁ ଅଧିକ କର୍ମୀ ଆସି ବିଜେପିରେ ମିଶିବେ ।"
ଏଥିସହ ପଢ଼ନ୍ତୁ: ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହେବେ ବୋଲି କହିଛନ୍ତି ସୁଜିତ କୁମାର । ସେ କହିଛନ୍ତି, "ରାଜେନ୍ଦ୍ର ଢୋଲକିଆ ବହୁତ କାର୍ଯ୍ୟ କରିଛନ୍ତି, ଚାରିଥର ବିଧାୟକ ଥିଲେ । ତାଙ୍କ ପୁଅ ଜୟ ଢୋଲକିଆ, ରାଜୁ ଭାଇଙ୍କ କାର୍ଯ୍ୟକୁ ଆଗେଇ ନେବେ । ନୂଆପଡ଼ାବାସୀ ରାଜେନ୍ଦ୍ର ଭାଇଙ୍କୁ ସମର୍ଥନ କରୁଥିଲେ, ଭଲ ପାଉଥିଲେ । ଏବେ ତାଙ୍କ ଉତ୍ତରାଧିକାରୀଙ୍କୁ ମଧ୍ୟ ସେହି ସମର୍ଥନ ଓ ଭଲ ପାଇବା ମିଳିବ ।"
📱 Get Argus News App
✨ନିକଟରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ବଡ଼ ଭେଟି ଦେଇଥିଲେ । ନୂଆପଡ଼ାର ବିକାଶ ପାଇଁ ୧୧୦୦ କୋଟି ଟଙ୍କାର ଭେଟି ଦିଆଯାଇଛି । ନୂଆପଡ଼ାର ବିକାଶ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ରହିଥିବା କହିଛନ୍ତି ସୁଜିତ କୁମାର ।
ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ରାଜନୀତି ମାହୋଲ ସରଗରମ
ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେଉଛି । ସେପ୍ଟେମ୍ବର ୮ରେ ରାଜେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ ।
Related Topics
Explore more stories