Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Opposition Infighting / ବିରୋଧୀଙ୍କ ତଣ୍ଟିରେ ଲାଗିଛି ନୂଆପଡ଼ା ବିପର୍ଯ୍ୟୟର କଣ୍ଟା, ବିଭାଜନ ମୁହାଁ ବିଜେଡି-କଂଗ୍ରେସ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବିରୋଧୀଙ୍କ ତଣ୍ଟିରେ ଲାଗିଛି ନୂଆପଡ଼ା ବିପର୍ଯ୍ୟୟର କଣ୍ଟା, ବିଭାଜନ ମୁହାଁ ବିଜେଡି-କଂଗ୍ରେସ

Key Points

ନୂଆପଡ଼ା ବିପର୍ଯ୍ୟୟ ପରେ ବିଭାଜନ ମୁହାଁ ବିରୋଧୀ
ସଂଗଠନ ସଜାଡ଼ିବା ପାଇଁ କସରତ ଆରମ୍ଭ କଲେ କଂଗ୍ରେସ ଓ ବିଜେଡି ସଭାପତି
ପିଏସି ବୈଠକ ଡାକି କାରଣ ଖୋଜିଲେ ବିଜେଡି ସୁପ୍ରିମୋ
ନୂଆପଡ଼ା ବିପର୍ଯ୍ୟୟ ପରେ ବିଭାଜନ ମୁହାଁ ବିରୋଧୀ । ସଂଗଠନ ସଜାଡ଼ିବା ପାଇଁ କସରତ ଆରମ୍ଭ କଲେ କଂଗ୍ରେସ ଓ ବିଜେଡି ସଭାପତି । ପିଏସି ବୈଠକ ଡାକି କାରଣ ଖୋଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ରାହୁଲଙ୍କୁ ଭେଟିବା ପରେ ରାଜ୍ୟ ନେତୃତ୍ୱଙ୍କ ମାନସ ମନ୍ଥନ କଲେ ପିସିସି ସଭାପତି ଭକ୍ତ ଦାସ ।

ଅଧିକ ପଢ଼ନ୍ତୁ: ବିକାଶର ନକ୍ସା ଆଙ୍କିଲେ ଧର୍ମେନ୍ଦ୍ର, ଆଲାମଚାନ୍ଦ ପୋଖରୀର ନାଁ ବଦଳାଇବାକୁ ଆହ୍ୱାନ ଦେଲେ

ବିରୋଧୀଙ୍କ ତଣ୍ଟିରେ ଲାଗିଛି ନୂଆପଡ଼ା ବିପର୍ଯ୍ୟୟର କଣ୍ଟା । ନା ଗିଳି ପାରୁଛନ୍ତି ନା ବାହାର କରି ପାରୁଛନ୍ତି । ବିପର୍ଯ୍ୟୟ ପରେ ମୁଣ୍ଡ ଟେକିଥିବା ବିଦ୍ରୋହର ସ୍ଵର ଦଳ ବିଭାଜନର କାରଣ ପାଲଟିଛି । ଯାହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ସଭାପତିଙ୍କର ବଢିଛି ମୁଣ୍ଡ ବିନ୍ଧା । ସଂଗଠନ ସଜାଡ଼ିବା ପାଇଁ ପଲ୍ଲୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ କସରତ ଚଳାଇଛନ୍ତି ନବୀନ ପଟ୍ଟନାୟକ ଓ ଭକ୍ତ ଦାସ । ଶନିବାର ବିଜେଡି ସୁପ୍ରିମୋ ରାଜନୈତିକ ବ୍ୟାପାର କମିଟିର ବୈଠକ ଡାକି ଆଗାମୀ ରଣନୀତି ବିଷୟରେ ଆଲୋଚନା କରିବା ସହ ବିପର୍ଯ୍ୟୟର ରିପୋର୍ଟ ମାଗିଛନ୍ତି । ଖାଲି ସେତିକି ନୁହେଁ ଭାଙ୍ଗି ପଡ଼ିଥିବା କର୍ମୀଙ୍କ ମନୋବଳ ବଢାଇବା, ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ କରିବା ଓ ସଂଗଠନ ବଞ୍ଚେଇବା ଲାଗି ସରକାର ବିରୋଧରେ ଆନ୍ଦୋଳନର ଡାକରା ଦେବା ଲାଗି ଦେଇଛନ୍ତି ନିର୍ଦ୍ଦେଶ ।

ସେପଟେ ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତିଙ୍କୁ ଡାକି ଦଳର ସଙ୍ଗଠନ ନେଇ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କୁ ଭେଟି ଫେରିବା ପରେ ଆଜି ସମସ୍ତ ଜିଲ୍ଲା ସଭାପତି, ବିଧାୟକଙ୍କ ବୈଠକ ଡାକିଛନ୍ତି ଭକ୍ତ ।

ତେବେ ବିଭୀଷଣ ବୟାନକୁ ନେଇ ଦଳରେ ଦେଖା ଯାଇଥିବା ତୁତୁ ମେମେ ଭିତରେ ସ୍ପଷ୍ଟୀକରଣ ରଖିଛନ୍ତି ପିସିସି ମୁଖିଆ । ସେ କାହାକୁ ବିଭୀଷଣ ବୋଲି କହି ନାହାନ୍ତି ଓ ବିବାଦ ଭୁଲି କଂଗ୍ରେସକୁ ସଂଗଠିତ କରିବାକୁ ସମସ୍ତ ନେତା ଏକ ହେବା ଦରକାର ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ସେହିପରି କାହାର କୌଣସି ଅଭିଯୋଗ ଥିଲି ଗଣମାଧ୍ୟମରେ ବିବୃତି ନ ଦେଇ ମୋ ସହ ଆଲୋଚନା କରନ୍ତୁ ବୋଲ ଅପିଲ କରିଛନ୍ତି ।

ନୂଆପଡ଼ା ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଜାରି ରହିଥିବା ରାଜନୈତିକ ଘମାଶାନ ଆଗକୁ କେଉଁ ରୂପ ନେଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada bypoll defeat sparks internal rifts in BJD and Congress as Naveen Patnaik and PCC chief Bhakta Das push for organisational reset. | Argus News