Mayor Election / ଭୋଟ୍ ନୁହେଁ କର୍ପୋରେଟରଙ୍କ ଦ୍ଵାରା ନିର୍ବାଚିତ ହେବେ ମେୟର !
·52 mins ago·2 min read

Key Points
ପୁଣି ପୌର ଆଇନରେ ପରିବର୍ତ୍ତନ କରି ପାରନ୍ତି ନୂଆ ସରକାର !
ମନ୍ତ୍ରୀ କହିଲେ- ଠିକ୍ ସମୟରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ
ବିରୋଧୀଙ୍କ ଅଭିଯୋଗ ପୌର ଦଖଲ ପାଇଁ ଷଡ଼ଯନ୍ତ୍ର

ଭୁବନେଶ୍ଵର: ଆସନ୍ତା ପୌର ନିର୍ବାଚନରେ ପ୍ରତ୍ୟକ୍ଷ ନହୋଇ ପରୋକ୍ଷ ହେବ କି ମେୟର ନିର୍ବାଚନ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ବିରୋଧୀ କହିଲେ, ପୌର ହାରିବା ଭୟରେ ସରକାର ନିୟମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ପୂର୍ବରୁ ମେୟର ଏବଂ ପୌର ଅଧ୍ୟକ୍ଷ ନିର୍ବାଚନ ପରୋକ୍ଷ ହେଉଥିଲା କିନ୍ତୁ, ୨୦୨୨ରେ ପ୍ରଥମ ଥର ପାଇଁ ସିଧାସଳଖ ଭୋଟ୍ ହୋଇଥିଲା । ତେବେ ପୁଣି ଥରେ ପରୋକ୍ଷ ନିର୍ବାଚନ ପାଇଁ ବିଧାନସଭାରେ ବିଲ୍ ପାସ କରିବାକୁ ପଡ଼ିବ ।
ମାର୍ଚ୍ଚ କିମ୍ଭା ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ଆଉ ତାକୁ ଲାଗି ପୌର ନିର୍ବାଚନ । ପ୍ରଶାସନିକ ପ୍ରସ୍ତୁତି ବି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅକ୍ଟୋବର ୨୬ରୁ ଘର ଘର ବୁଲି ଭୋଟର ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୨୩ରେ ପ୍ରଶିକ୍ଷଣ ।
ଏଥିସହ ପଢ଼ନ୍ତୁ: PAଙ୍କ ଘରୁ ମିଳିଲା ନଗଦ ୩୨ ଲକ୍ଷ; କଂଗ୍ରେସରୁ ପଦ ଛାଡ଼ିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ?
କିନ୍ତୁ ଏହାରି ଭିତରେ ପୌର ନିର୍ବାଚନକୁ ନେଇ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି, ମେୟର ଇଲେକ୍ସନ । ପୌର ଅଧ୍ୟକ୍ଷ ଏବଂ ମେୟର ଭୋଟ ପ୍ରତ୍ୟକ୍ଷ ନହୋଇ ପରୋକ୍ଷ ହୋଇପାରେ ବୋଲି କୁହାଯାଉଛି । ଭୋଟ୍ ନହୋଇ ବ୍ଲକ ଅଧ୍ଯକ୍ଷ ଭଳି ମହାନିଗର ନିଗମରେ କର୍ପୋରଟର ଦ୍ଵାରା ମେୟର ଏବଂ ଏନଏସି ଆଉ ମ୍ୟୁନିସିପାଲିଟିରେ କାଉନସିଲରଙ୍କ ଦ୍ଵାରା ଅଧ୍ୟକ୍ଷ ନିର୍ବାଚିତ ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ପ୍ରତ୍ୟକ୍ଷ ନା ପରୋକ୍ଷ ଭୋଟ୍ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଅନ୍ୟପଟେ ସରକାର ଭୟରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ବିଜେଡି ଆଉ କଂଗ୍ରେସ ।
ପ୍ରଥମ ଥର ପାଇଁ ୨୦୨୨ରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ମେୟର ଏବଂ ଅଧ୍ୟକ୍ଷ ମାନେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମେୟର ଏବଂ ଅଧ୍ଯକ୍ଷ ମାନେ କର୍ପେୋରେଟର ଏବଂ କାଉନସିଲରଙ୍କ ଦ୍ଵାରା ନିର୍ବାଚିତ ହେଉଥିଲେ ।
ଓଡ଼ିଶା ମୁନିସିପାଲ କର୍ପୋରେସନ ଆଇନରେ ପରିବର୍ତ୍ତନ ପାଇଂ ୨୦୧୮ ମସିହାରେ ବିଧାନସଭାରେ ବିଲ୍ ପାସ ହୋଇଥିଲା ପରେ ୨୦୨୨ ପୌର ନିର୍ବାଚନରେ ଏହାକୁ ଲାଗୁ କରାଯାଇଥିଲା । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ଏହାକୁ ପରିବର୍ତ୍ତନ କରିବା ପାଇଁ ପୁଣି ଥରେ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ପଞ୍ଚାୟତ ମୁହାଁ ରାଜନୀତି ! ୩ ଦଳର ବଡ଼ ପ୍ଲାନ୍
ଏପଟେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ନିର୍ବାଚନ କମିଶନ। ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘର ଘର ବୁଲି ( Door-to-Door ) ସର୍ଭେ କରାଯିବ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ ତାରିଖରେ ଆୟୋଜନ କରାଯିବ ।
ଏହି ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ । ପରେ ନିଯୁକ୍ତ ସର୍ଭେ ଟିମ୍ଗୁଡ଼ିକ ୨୦୨୬ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି ପାଇଁ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି ।

Related Topics
Explore more stories