Panchayat Polls / ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଭାରୀଙ୍କୁ ବିଜେପିର ଟାସ୍କ, ନିୟମିତ କରିବେ ବୁଥ-ଶକ୍ତି କେନ୍ଦ୍ର-ମଣ୍ଡଳ ବୈଠକ
·4 hours ago·2 min read

Key Points
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ
ରାଜ୍ୟ କାର୍ଯ୍ୟାଳୟରେ ମାନସମନ୍ଥନ
ପ୍ରସ୍ତୁତ ହେଲା ରୋଡ୍ ମ୍ୟାପ୍
ରାଜ୍ୟ କାର୍ଯ୍ୟାଳୟରେ ମାନସମନ୍ଥନ
ପ୍ରସ୍ତୁତ ହେଲା ରୋଡ୍ ମ୍ୟାପ୍
ବିଜେପି ପଦାଧିକାରୀ ଏବଂ ପ୍ରଭାରୀ ବୈଠକରେ ଫୋକସରେ ପଞ୍ଚାୟତ । ଏଥିପାଇଁ ଜିଲ୍ଲା ପ୍ରଭାରୀମାନଙ୍କୁ ଦିଆଗଲା ଟାସ୍କ । ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ପ୍ରଭାରୀ ବିଜୟ ପାଲ ସିଂ ତୋମାର କରିଛନ୍ତି ଆଲୋଚନା । ଅନ୍ୟପଟେ ବିଜେଡି କହିଛି ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । କଂଗ୍ରେସକୁ ଘାରିଛି କର୍ମୀ ଚିନ୍ତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ୧ ଲକ୍ଷ କର୍ମୀଙ୍କ ସହ ୧୦ ଲକ୍ଷ ସମର୍ଥକ ତିଆରି କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।
ଆଜି ବିଜେପି କାର୍ଯ୍ୟାଳୟରେ ବସିଥିବା ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀ ବୈଠକରେ ସଙ୍ଗଠନକୁ ବ୍ୟାପକ କରିବା ପାଇଁ ହୋଇଥିଲା ମାନସମନ୍ଥନ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଭାରୀମାନେ ରାଜ୍ୟ ସଭାପତିଙ୍କ ପ୍ରତିନିଧି । ଗ୍ରାଉଣ୍ଡ ଜିରୋରେ ସଙ୍ଗଠନ ଏବଂ ସରକାର ଭିତରେ ସମନ୍ବୟର ଦାୟିତ୍ବ ନେବେ । ମାସର ପ୍ରଥମ ସପ୍ତାହରେ ବୁଥ୍, ଦ୍ଵିତୀୟ ସପ୍ତାହରେ ଶକ୍ତି କେନ୍ଦ୍ର ଏବଂ ତୃତୀୟ ସପ୍ତାହରେ ମଣ୍ଡଳ ଏବଂ ଚତୁର୍ଥ ସପ୍ତାହରେ ଜିଲ୍ଲା କମିଟି ବୈଠକ କରିବେ । ଏହା ସହ ଗ୍ରାମାଞ୍ଚଳକୁ ଫୋକସ କରି ରାଜ୍ୟ ସରକାର ନେଇଥିବା କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବେ ।
ଅଧିକ ପଢ଼ନ୍ତୁ: ଗଣଶିକ୍ଷା ମନ୍ତ୍ରୀଙ୍କୁ ବଦନାମ୍ କରିବା ଉଦ୍ୟମ ? ବିଜେପି ଖୋଲିଲା ନିର୍ଦ୍ଦିଷ୍ଟ ଚ୍ୟାନେଲର ସମ୍ପାଦକଙ୍କ ମିଥ୍ୟା ପ୍ରଚାରର ଗୁମର
ଏପଟେ ବିଜେଡି ଏବଂ କଂଗ୍ରେସ ମଧ୍ୟ ପଞ୍ଚାୟତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେଡି କହିଛି, ଆମେ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯାଉଛୁ । ଜିଲ୍ଲା ସ୍ତରରେ ଆନ୍ଦୋଳନ ହେଉଛି । ଯେ କୌଣସି ସମୟରେ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି । ଏପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିସିସି ସଭାପତି ଭକ୍ତ ଦାସଙ୍କୁ ଘାରିଛି କର୍ମୀ ଚିନ୍ତା । ରାଜ୍ୟରେ କଂଗ୍ରେସ ୧ ଲକ୍ଷ କର୍ମୀ ଏବଂ ୧୦ ଲକ୍ଷ ସମର୍ଥକ ତିଆରି କରିବ । ସେପ୍ଟେମ୍ବରରୁ ପଦଯାତ୍ରା ବେଳେ ୧ ଲକ୍ଷ କର୍ମୀ ତିଆରି କରି ଓରିଏଣ୍ଟେସନ କ୍ଲାସ ଦିଆଯିବ । ପ୍ରତି ଜିଲ୍ଲାରେ ୧୫ରୁ ୩୦ ହଜାର କ୍ୟାଡର କର୍ମୀ ରଖାଯିବ । ଏହା ସହ କଂଗ୍ରେସର ବିଭିନ୍ନ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୧୦ ଲକ୍ଷ ସମର୍ଥକ ତିଆରି କରାଯିବ ।
ଯଦିଓ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ । ଏପ୍ରିଲ କିମ୍ବା ମେ' ରେ ନିର୍ବାଚନ ନେଇ କମିଶନ ସୂଚନା ଦେଇସାରିଛନ୍ତି । ହାତରେ ଆଉ ପାଖାପାଖି ୯ରୁ ୧୦ ମାସ । ତେଣୁ ସବୁ ଦଳ ପ୍ରସ୍ତୁତିକୁ ତ୍ଵରାନ୍ବିତ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories