Videos
|
Politics

BJD Split / ଶିବସେନା, ଟିଏମସି ପରି ଭାଙ୍ଗିବ କି ବିଜେଡି ? ସାଂସଦଙ୍କ ପରେ NDA ମୁହାଁ ବିଧାୟକ ଗୋଷ୍ଠୀ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଶିବସେନା, ଟିଏମସି ପରି ଭାଙ୍ଗିବ କି ବିଜେଡି ? ସାଂସଦଙ୍କ ପରେ NDA ମୁହାଁ ବିଧାୟକ ଗୋଷ୍ଠୀ
BJD

Key Points

ଶିବସେନା, ଟିଏମସି ପରି ଭାଙ୍ଗିବ କି ବିଜେଡି
ବିଜେଡିରେ କିଏ ନେବେ ଏକନାଥ ସିନ୍ଧେଙ୍କ ଭୂମିକା
ସାଂସଦ ପ୍ରଦୀପ ପୁରୋହିତଙ୍କ ବୟାନ ପରେ ତେଜିଲା ଚର୍ଚ୍ଚା
ଆର ମାସରେ ଓଡ଼ିଶା ଆସୁଛନ୍ତି ଅମିତ ଶାହା । ଆଉ ତା ପୂର୍ବରୁ ପୁଣି ତେଜିଛି ବିଜେଡି ଭାଙ୍ଗିବା ଚର୍ଚ୍ଚା । ବିଜେଡିର ବିଧାୟକ ଗୋଷ୍ଠୀ ବିଜେପିରେ ମିଶିବା ନେଇ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ ପରେ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ନିଆଁରେ ଘିଅ ଢାଳିଛି । ମନମୋହନ କହିଛନ୍ତି ଅନେକ ବିଜେଡି ଏବଂ କଂଗ୍ରେସ ନେତା ଯୋଗାଯୋଗ କରୁଛନ୍ତି, ରାଜନୈତିକ ସ୍ଥିତି ଦେଖି ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ ।

ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନକୁ ନେଇ ତେଜିଲା ଚର୍ଚ୍ଚା । ବିଜେଡିର ଏକ ବଡ଼ ଗୋଷ୍ଠୀ ଏନଡିଏରେ ମିଶି ପାରନ୍ତି । ୪୨ ବିଧାୟକମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କୁ ଛାଡିଦେଲେ ଅନ୍ୟ ବିଧାୟକମାନେ ଏନଡିଏ ଆଡ଼କୁ ଆକର୍ଷିତ ବୋଲି କହିଥିଲେ ସାଂସଦ ପ୍ରଦୀପ ପୁରୋହିତ । ଆଉ ତାଙ୍କ ସହ ସ୍ଵର ମିଳାଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ଏବଂ କଂଗ୍ରେସର ଅନେକ ନେତା ମିଶିବା ପାଇଁ ଯୋଗ ଯୋଗ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ହୋଇନାହିଁ । ରାଜନୈତିକ ସ୍ଥିତି ଦେଖି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଅନ୍ୟପଟେ ବିଜେଡି କହିଛି, ଏହା କେବଳ ରାଜନୈତିକ ବୟାନବାଜି ।

ଅଧିକ ପଢ଼ନ୍ତୁ: କାହା ହାତରେ ରହିବ TMCର କ୍ଷମତା ? ମମତା କଲେ ବଡ଼ ପରିବର୍ତ୍ତନ


ଯଦିଓ ନିର୍ବାଚନ ପରେ ନେତା ବିଜେଡି ଛାଡ଼ି ବିଜେପି ଯିବା ଏକ ଟ୍ରେଣ୍ଡ ହୋଇଯାଇଛି । ବ୍ଲକ ଏବଂ ପୌର ଅଧ୍ୟକ୍ଷଙ୍କଠାରୁ ରାଜ୍ୟସଭା ସାଂସଦଙ୍କ ପର୍ଯ୍ୟନ୍ତ । ଯଦିଓ ବିଜେଡି ସୁପ୍ରିମୋ ଏହାକୁ ମ୍ୟାନେଜ କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି । ଦଳରେ ଏବେ ବି ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ରହିଥିବା ବେଳେ ନିଆଁରେ ଘିଅ ଢାଳିଛି ସୂଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା । ଜୁଲାଇରେ ସୁଜାତାଙ୍କ ଏଣ୍ଟ୍ରି ସମ୍ଭାବନାକୁ ନେଇ ଏକ ବଡ଼ ଗୋଷ୍ଠୀ ଅସନ୍ତୋଷ ଥିବା କୁହାଯାଉଛି । ଯାହା ବିଧାୟକ ଦଳ ଭାଙ୍ଗିବାର ଏକ ପ୍ରମୁଖ କାରଣ ହୋଇପାରେ ରାଜନୈତିକ ସମୀକ୍ଷକ କହିଛନ୍ତି ।

ଅନ୍ୟପଟେ ବିଧାୟକ ଦଳ ଭାଙ୍ଗିଲେ କ'ଣ ହେବ ସମୀକରଣ ତାକୁ ନେଇ ଚର୍ଚ୍ଚା । ଦୁଇ ତୃତୀୟାଂଶ ବିଧାୟକ ଦଳ ଛାଡ଼ିଲେ ଦଳ ବଦଳ ଆଇନ ଲାଗୁ ହେବ ନାହିଁ । ଅର୍ଥାତ ବିଜେଡିର ୫୦ ବିଧାୟକଙ୍କ ଭିତରୁ ଏକାଥରକେ ଯଦି ୩୪ ଜଣ ଛାଡ଼ି ବିଜେପିରେ ମିଶିବେ ତେବେ ସେମାନଙ୍କ ପାଇଁ ଦଳ ବଦଳ ଆଇନ ଲାଗୁ ହେବ ନାହିଁ । ଆଉ ଯଦି ଏମିତି ହୁଏ ତେବେ ସରକାରରେ ସେମାନଙ୍କୁ କେମିତି ଆଡଜଷ୍ଟ କରାଯିବ ତାହା ବି ବେଶ ରୋଚକ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Will BJD Split Like Shiv Sena And TMC? | Argus News