Videos
|
Politics

Rajya Sabha Election / ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ ଗଣିତ, ଶଙ୍ଖ ଶିବିରରେ ସୃଷ୍ଟି ହୋଇପାରେ ଗୃହଯୁଦ୍ଧ ସ୍ଥିତି

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ ଗଣିତ, ଶଙ୍ଖ ଶିବିରରେ ସୃଷ୍ଟି ହୋଇପାରେ ଗୃହଯୁଦ୍ଧ ସ୍ଥିତି
Rajya Sabha Election

Key Points

ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ ଗଣିତ
ବିଜେଡି ବୈଠକରେ ସଂତୃପ୍ତଙ୍କ ନାଁ ରେ ମୋହର ବାଜିଥିବା ଚର୍ଚ୍ଚା
ବଢ଼ିପାରେ ବିଜେଡି ଭିତରେ ବରିଷ୍ଠଙ୍କ ଅସନ୍ତୋଷ
କାହାର ହେବ ରାଜ୍ୟସଭାର ଚତୁର୍ଥ ସିଟ୍ । ବିଜେପି କହୁଛି ଏହି ଆସନ ସହ ଦଳ ହାତେଇବ ୩ଟି । କଂଗ୍ରେସ ପାଖରେ ସଂଖ୍ୟା ନାହିଁ କିନ୍ତୁ ନାମାଙ୍କନ ଫର୍ମ କିଣି ଦଳ ୫ଟି ନାଁ ସାମ୍ନାକୁ ଆଣିଛି । ତେବେ ରାଜ୍ୟସଭା ସିଟକୁ ନେଇ ବେଶୀ ଛକାପଞ୍ଝା ଲାଗିଛି ବିଜୁ ଜନତା ଦଳରେ । ଆଜି ଦଳର ବଡ଼ ବୈଠକ ବସିଥିଲା । ଏହି ବୈଠକରେ ସଂତୃପ୍ତ ମିଶ୍ରଙ୍କ ନାଁରେ ମୋହର ବାଜିଥିବା ଚର୍ଚ୍ଚା ହେଉଛି । କିନ୍ତୁ ୟା ଭିତରେ ଖବର ଆସୁଛି ଏହାକୁ ନେଇ ବଢ଼ିପାରେ ଦଳର ବରିଷ୍ଠଙ୍କ ଭିତରେ ଅସନ୍ତୋଷ ।

ସମୟ ଗଡୁଛି ସସପେନ୍ସ ବଢୁଛି । ସରଗରମ ହେଉଛି ରାଜ୍ୟ ରାଜନୀତି । ଚତୁର୍ଥ ଆସନକୁ ନେଇ ବିଜେଡି-ବିଜେପି ଭିତରେ ବଳ କଷାକଷି ଭିତରେ କଂଗ୍ରେସ ମାରିଲା ଏଣ୍ଟ୍ରି । ସଂଖ୍ୟା ନ ନଥାଇ ବି ଫର୍ମ କିଣିବା ସହ ୫ ନାଁ ଆଣିଲା ସାମ୍ନାକୁ । ପିସିସି ସଭାପତି ଦିଲ୍ଲୀ ଯାଇଥିବା ବେଳେ ଆସନ୍ତାକାଲି ଚୂଡାନ୍ତ ନିଷ୍ପତ୍ତି ଆସିବ ବୋଲି କହିଛନ୍ତି ।

ସେପଟେ ଗତକାଲି ୬ ସେଟ୍‌ ଫର୍ମ କିଣିବା ସହ ରାଜନୈତିକ ବ୍ୟାପାର କମିଟି ବୈଠକ ଡାକିଥିବା ବିଜେଡି ଆଜି ବିଧାୟକମାନଙ୍କୁ ନେଇ କରିଛି ମାନସ ମନ୍ଥନ । ପ୍ରସ୍ତାବକ ଭାବେ ବିଧାୟକମାନଙ୍କଠୁ ଦସ୍ତଖତ ନିଆଯାଇଥିବା କୁହାଯାଉଛି । ଆହୁରି ଚର୍ଚ୍ଚା ହେଉଛି ବିଜେଡିର ବୈଠକରେ ସଂତୃପ୍ତ ମିଶ୍ରଙ୍କ ନାଁରେ ମୋହର ମରାଯାଇଛି । ଏହା ସହ ସୁଜାତା କାର୍ତ୍ତିକେୟାନ ଓ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ନାଁ ବି ବିକଳ୍ପ ଭାବେ ରଖାଯାଇଥିବା ଚର୍ଚ୍ଚା ହେଉଛି ।

ଚତୁର୍ଥ ଆସନକୁ ନେଇ କଂଗ୍ରେସ ଓ ବିଜେଡି ଗଣିତ କଷୁ ଥିବା ବେଳେ ସ୍ୱତନ୍ତ୍ର ରଣନୀତି ଆପଣେଇଛି ବିଜେପି । ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଚତୁର୍ଥ ଆସନ ସହ ୩ଟି ସିଟ୍‌ ହାତେଇବ ବିଜେପି । ପ୍ରଶ୍ନ କାହାର ହେବ ଚତୁର୍ଥ ଆସନ ? ଚତୁର୍ଥ ଆସନ ପାଇଁ ବିଜେଡି ଦେବ କି ପ୍ରାର୍ଥୀ ? ନାଁ କଂଗ୍ରେସର ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ କରିବ ସମର୍ଥନ ?

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକିୟା, ବିଜେଡି ନେଲା ୬ ସେଟ୍ ଫର୍ମ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rajya Sabha Election Math Heats Up in Odisha; BJD Camp Faces Internal Rift Over Fourth Seat | Argus News