OP Rajbhar vs Akhilesh Yadav / ଅଖିଲେଶ ଯାଦବଙ୍କୁ ଓପି ରାଜଭରଙ୍କ କଟାକ୍ଷ; କହିଲେ...
·2 weeks ago·2 min read

Key Points
ପୁଣି ଥରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର।
OP Rajbhar target Akhilesh Yadav: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ତାତି ବଢିବାରେ ଲାଗିଲାଣି। ବିଭିନ୍ନ ଦଳର ନେତା ବିଭିନ୍ନ ପ୍ରସଙ୍ଗରେ ବୟାନବାଜି କରିବାରେ ଲାଗିଛନ୍ତି। ଏହି କ୍ରମରେ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ପୁଣି ଥରେ, ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।
ମନ୍ତ୍ରୀ ରାଜଭର କହିଛନ୍ତି ଯେ ଦିନବେଳେ ବିଜେପି ବିରୋଧରେ ଗର୍ଜୁଥିବା ଅଖିଳେଶ ରାତିରେ ଫୁଲତୋଡ଼ା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯାଇଥାନ୍ତି।
ରାମପୁର ସ୍ଥିତ ଜୌହର ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସେ କହିଛନ୍ତି ଯେ ଅଖିଳେଶ ଯାଦବ ଏଥିପାଇଁ ଦାୟୀ। ରାଜ୍ୟରେ ସମାଜବାଦୀ ସରକାର କ୍ଷମତାସୀନ ଥିବା ସମୟରେ, ଅଖିଳେଶ ଯାଦବ ବେଆଇନ କାର୍ଯ୍ୟକଳାପ କରିଥିଲେ। ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ, ସପା ଅଧ୍ୟକ୍ଷ ଆଜମ ଖାନଙ୍କୁ ଭେଟିବା ଲାଗି ତାଙ୍କ ଚାଚା ଶିବପାଲ ଯାଦବଙ୍କୁ ପଠାଉଛନ୍ତି।
ଏହା ସହ ପଢନ୍ତୁ: ମନ୍ତ୍ରୀଙ୍କ ପୁଅକୁ ମିଳିଲା ଧମକ; ସପା ବିରୋଧରେ ଆସିଲା ଅଭିଯୋଗ
ସମାଜବାଦୀ PDA ମଡେଲ୍ ର ନୂତନ ନାଁ ଦେଲେ ମନ୍ତ୍ରୀ ରାଜଭର
ମନ୍ତ୍ରୀ ଓପି ରାଜଭର, ସମାଜବାଦୀ ପାର୍ଟି PDA ମଡେଲ୍ ର ନୂତନ ନାମକରଣ କରିଛନ୍ତି। ମନ୍ତ୍ରୀ PDA (Pichhda, Dalit, Alpsankhyak) କୁ M-Y (Samajwadi Party Muslim-Yadav Formula) ପାଇଁ ଏକ ନୂତନ ନାମ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ସପା PDA ହେଉଛି କେବଳ ପ୍ରଥମେ ପିଟିବ ଅହୀର (Pit Dega Ahir)। ସେ ଆହୁରି କହିଛନ୍ତି ଯେ ଦଳ 'ଅଶଫାକ' (Ashfaq) ପରି ହୋଇଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ, ମନ୍ତ୍ରୀ ରାଜଭର ଏକ X ପୋଷ୍ଟ ସେୟାର କରି ଲେଖିଥିଲେ ଯେ ଯେବେଠାରୁ ଅଖିଳେଶ ଯାଦବଙ୍କ ଦଳ (ସପା) ଆଜମ ଖାନଙ୍କୁ ଗୃହମନ୍ତ୍ରୀ କରିବା ନେଇ ଘୋଷଣା କରିଛି, ସେବେଠାରୁ ତାଙ୍କର PDA (Pit Dega Ashfaq) ଗ୍ୟାଙ୍ଗ ଉତ୍ସାହିତ ହୋଇଉଠିଛି। ସପା ଏବଂ ଆଜମ ଖାନଙ୍କ ଗୁଣ୍ଡା ଉତ୍ତର ପ୍ରଦେଶରେ ଅଣ-ଯାଦବ ପଛୁଆ ବର୍ଗ ଜାତିକୁ ଟାର୍ଗେଟ କରିବା ସହ ହଇରାଣ କରୁଛନ୍ତି। ସେମାନେ ବିଶେଷକରି କୁର୍ମୀ ସମ୍ପ୍ରଦାୟକୁ ଟାର୍ଗେଟ କରୁଛନ୍ତି।
ଏହା ସହ ପଢନ୍ତୁ: 'ସମାଜବାଦୀ ସରକାର ବେଳେ ଚାଲୁଥିଲା ଜଙ୍ଗଲରାଜ'
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ରାଜଭର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ରାହୁଲ ଗାନ୍ଧୀ ବାରମ୍ବାର ନକଲି ଓବିସି (OBC) ବୋଲି କହି ଆସୁଛନ୍ତି। ଏହା ଉପରେ ଜବାବ ଦେଇ, ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, କଂଗ୍ରେସ ସାଂସଦ ଜଣଙ୍କ ପ୍ରୟାଗରାଜ ଠାରେ ରହିଥିବା ତାଙ୍କ ଜେଜେବାପାଙ୍କ ସମାଧିସ୍ଥଳକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନଥିଲେ। ହେଲେ ସେ ପ୍ରଧାନମନ୍ତ୍ରୀଙ୍କୁ ଉପରେ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Related Topics
Explore more stories