Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ମୋଦି ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି ଜନତା

Dimpal Swain
Browse all articles by Dimpal Swain
·2 years ago·2 min read
ମୋଦି ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି ଜନତା

ଅର୍ଗସ ବ୍ୟୁରୋ: ମୁଣ୍ଡକୁ ଛାତ, ମା ମାନଙ୍କୁ ଉଜ୍ଜଳା ଗ୍ୟାସ ଯୋଜନା , ଯୁବକ ଯୁବତୀଙ୍କୁ ନିଯୁକ୍ତି, ଚାଷୀଙ୍କୁ ନିଜର ହକ୍, ମାଗଣା ଚାଉଳ ଗହମ ଦେବାରେ ସଫଳ ହୋଇଛନ୍ତି ମୋଦି ସରକାର । ଯାହାର ପ୍ରଭାବ ଏବେ ସାରା ଓଡିଶାରେ ଦେଖିବାକୁ ମିଳୁଛି । ଶଙ୍ଖ ଛାଡି ପଦ୍ମ ମୁହାଁ ହେଉଛନ୍ତି ଜନତା । ମୋଦି ସରକାର ଯାହା କୁହନ୍ତି ତାହା କରି ଦେଖାନ୍ତି । ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଆସ୍ଥା ଭାଜନ ହେଉଥିବା ବେଳେ ବିଜେଡି ଏହାକୁ ସହଜରେ ହଜମ କରିପାରୁନାହିଁନ୍ତି । କଣ କରିବେ ବୁଦ୍ଧି ବାଟ ଦେଖାଯାଉନାହିଁ ।
 ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେଡି ନେତା ମାନେ କଣ କରୁଛନ୍ତି ତାଙ୍କୁ ଜଣାପଡୁନି । ଏଇ ଯେମିତି  ବିଜେଡି ନେତା ପାଣ୍ଡିଆନଙ୍କୁ ଦେଖନ୍ତୁ ନିଦରୁ ନଉଠୁଣୁ ପ୍ରେସମିଟ କରୁଛନ୍ତି । ବିଳିବିଳି ହୋଇ କିଛି ବି କହୁଛନ୍ତି । ବିଜେଡି ଭାଙ୍ଗିବାକୁ ବିଜେପିର ଷଡଯନ୍ତ୍ର ବୋଲି କହୁଛନ୍ତି । ଏଟା ପାଣ୍ଡିଆନଙ୍କ ଡର ନୁହେଁ ତ ଆଉ କଣ ? 

ଅଧିକ ପଢନ୍ତୁ ରାଜନୀତି ଖବର 
୨୪ବର୍ଷର ସ୍ଥିର ସରକାର ସ୍ଥିର ମୁଖ୍ୟମନ୍ତ୍ରୀ କିନ୍ତୁ କଣ ନିଜ ସଂଗଠନକୁ ମଜବୁତ କରିପାରିନାହାନ୍ତି । ନିଜ ସଂଗଠନ ମଜବୁତ ନାହିଁ କିନ୍ତୁ ଦୋଷ ଲଦିବାରେ ବ୍ୟସ୍ତ । ୨୪ବର୍ଷ ଧରି ଶାସନ କଲେ କିନ୍ତୁ ବିକାଶ କଥା ସାମ୍ଣାକୁ ଆସିଲା ବେଳକୁ ଫଳ ଶୁନ୍ ।  ପାଣ୍ଡିଆନ କହିଲେ, ନବୀନ ଓଡିଆ ଭାଷାକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି । 
 ୨୪ବର୍ଷ ଭିତରେ ଆଜି ବି ଗାଁକୁ ପାଣି ନାହିଁ , ରାସ୍ତା ନାହିଁ, ଲାଇଟ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ରୋଜଗାର ନାହିଁ, ଡାକ୍ତର ନାହାନ୍ତି । ନାହିଁ ନାହିଁରେ ଚାଲିଥିବା ଓଡିଶାର କି ବିକାଶ ହୋଇଛି ... ଏଥର ପରିବର୍ତ୍ତନ ହେବ ଓଡିଶା । ଉଚିତ ଜବାବ ଦେବେ ଓଡିଶାବାସୀ । ବଦଳିବ ଓଡିଶାର ଭାଗ୍ୟ ... 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People are counting on Modi's guarantee | Argus News