Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Narendra Modi / ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points

ସୋସିଆଲ୍ ମିଡିଆ Xରେ ପୋଷ୍ଟ କରି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲେଖିଛନ୍ତି, "ବିପୁଳ ଭୋଟ୍‌ରେ ବିଜେପିକୁ ଜିତାଇଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ।" ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି । ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପିର ଜୟ ଢୋଲକିଆ । ବିଜେପିର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକଟ କରିଛନ୍ତି ।

ସୋସିଆଲ୍ ମିଡିଆ Xରେ ପୋଷ୍ଟ କରି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲେଖିଛନ୍ତି, "ବିପୁଳ ଭୋଟ୍‌ରେ ବିଜେପିକୁ ଜିତାଇଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ।" ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ସେବା ଉତ୍ତମ ଭାବେ କରିବେ ବୋଲି ଆଶା କରିଛନ୍ତି । ଦଳକୁ ବିଜୟୀ କରିବା ଲାଗି ଦିନରାତି କାମ କରିଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।


ନୂଆପଡ଼ା ଉପନିର୍ବାଚନରେ ବିଜେପିର ଜୟ ଢୋଲକିଆ ଜିତିଛନ୍ତି । ସେହିଭଳି ଜମ୍ମୁ-କାଶ୍ମୀର ନଗ୍ରୋଟା ଆସନରେ ହୋଇଥିବା ଉପନିର୍ବାଚନରେ ଜିତିଛନ୍ତି ବିଜେପି ପ୍ରାର୍ଥିନୀ । ବିଜେପିର ଦେବଯାନୀ ରାଣାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି । ବିଜେପିକୁ ଜିତାଇଥିବାରୁ ଜମ୍ମୁ-କାଶ୍ମୀର ନଗ୍ରୋଟାବାସୀଙ୍କୁ ଦେଇଛନ୍ତି ଧନ୍ୟବାଦ ।

ଏଥିସହ ପଢ଼ନ୍ତୁ: ବାପାଙ୍କ ଆସନ ବଞ୍ଚାଇଲେ ଜୟ ଢୋଲକିଆ, ଏମାନଙ୍କୁ ଦେଲେ ବିଜୟ ଶ୍ରେୟ

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଶାଳ ବିଜୟ ହାସଲ କରିଛନ୍ତି । ୮୩ ହଜାରରୁ ଅଧିକ ଭୋଟ୍‌ରେ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଜୟ ଢୋଲକିଆ ।

ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସର ଘାସିରାମ ମାଝୀଙ୍କ ଠାରୁ ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି । ଜୟ ଢୋଲକିଆ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ନୂଆପଡ଼ା ଉପନିର୍ବାଚନରେ ମୋଟ ୨୯ ରାଉଣ୍ଡ ଭୋଟ୍ ଗଣତି କରାଯାଇଛି । ବିଜେପିର ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ପାଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସର ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ।

ଏଥିସହ ପଢ଼ନ୍ତୁ: ନୂଆପଡ଼ାବାସୀଙ୍କ ବିଶ୍ଵାସ ଜିତିଲେ ଜୟ ଢୋଲକିଆ; ଉଡ଼ିଲା ବିଜେପିର ବିଜୟ ବାନା

ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ହୋଇଥିଲା । ମୋହନ ମାଝୀ ସରକାରରେ ହୋଇଥିବା ପ୍ରଥମ ଉପନିର୍ବାଚନରେ ବିଜେପି ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି । ନୂଆପଡ଼ା ନିର୍ବାଚନ ଇତିହାସରେ ନୂଆ ଇତିହାସ ଲେଖିଛନ୍ତି ବିଜେପିର ଜୟ ଢୋଲକିଆ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PM Modi Congratulates Jay Dholakia on Massive Nuapada Bypoll Victory | Argus News | Argus News