Videos
|
Politics

CM Suvendu Adhikari / ‘ମୋଦିଙ୍କ ସହ ମିଶି କାମ କର’, ଶୁଭେନ୍ଦୁଙ୍କୁ ପରାମର୍ଶ ଦେଇଥିଲେ ପ୍ରଣବ ମୁଖାର୍ଜୀ!

Subhramjit Ray
Browse all articles by Subhramjit Ray
·1 hour ago·3 min read
‘ମୋଦିଙ୍କ ସହ ମିଶି କାମ କର’, ଶୁଭେନ୍ଦୁଙ୍କୁ ପରାମର୍ଶ ଦେଇଥିଲେ ପ୍ରଣବ ମୁଖାର୍ଜୀ!
Photo Source: Social Media/AI

Key Points

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଟିଏମସି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ପ୍ରଣବଙ୍କୁ ନିଜର ପ୍ରକୃତ ମାର୍ଗଦର୍ଶକ କହିବା ସହ ଟିଏମସି ଛାଡ଼ିବାର କାରଣ ମଧ୍ୟ ବଖାଣିଛନ୍ତି ସେ।

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ହାତ ଛାଡ଼ି, ବିଜେପି ହାତ ଧରିବା ପଛରେ କ'ଣ କାରଣ ଥିଲା ତାହା ଏବେ ଖୋଲାଖୋଲି ଭାବରେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଟିଏମସି ଛାଡି ବିଜେପି ହାତ ଧରିବାକୁ ପରାମର୍ଶ ଦେଇଥିଲେ। ଯିଏ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଅମଳରେ ଅର୍ଥ ସମେତ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ଦେଶର ରାଷ୍ଟ୍ରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ତାଙ୍କୁ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ) ନିକଟତର ହେବାର ଦେଖାଯାଉଥିଲା। ସେ ନାଗପୁର ଠାରେ ଆରଏସଏସ ମୁଖ୍ୟାଳୟ ମଧ୍ୟ ଯାଇଥିଲେ ଏବଂ ସେଠାର ସଂଘର ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାଷ୍ଟ୍ରପତି ଭବନରେ ପ୍ରଣବ ମୁଖାର୍ଜୀଙ୍କ ସହ ତାଙ୍କ ସାକ୍ଷାତକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସେ ମୋତେ ଟିଏମସି ଛାଡି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ।" ପ୍ରଣବ ମୁଖାର୍ଜୀଙ୍କ ନିଧନ ହେବାର କିଛି ମାସ ପରେ, ଗତ ୨୦୨୦ ଶେଷ ଆଡ଼କୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡ଼ି ବିଜେପି ହାତ ଧରିଥିଲେ। ଏନେଇ ଅଧିକାରୀ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ସେ

ଇକୋନୋମିକ୍ ଟାଇମ୍ସ ସମ୍ମିଳନୀରେ ଯୋଗଦେବା ଅବସରରେ ଏକଥା କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ତାଙ୍କର ପ୍ରକୃତ ମାର୍ଗଦର୍ଶକ ରହିଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ପ୍ରଣବ ମୁଖାର୍ଜୀ ତାଙ୍କୁ ପରାମର୍ଶ ଦେଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ପ୍ରକୃତ ମାର୍ଗଦର୍ଶକ ପ୍ରଣବ ମୁଖାର୍ଜୀ ଥିଲେ। "ରାଷ୍ଟ୍ରପତି ହେବା ପରେ ମଧ୍ୟ ମୁଁ ତାଙ୍କୁ ରାଇସିନା ହିଲ୍ ଠାରେ ଭେଟିଥିଲି।" ପ୍ରଣବ ମୁଖାର୍ଜୀଙ୍କ ପରାମର୍ଶ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ ଅଧିକାରୀ କହିଛନ୍ତି, "ପ୍ରଣବ ଜୀ ମୋତେ କହିଥିଲେ ଯେ ମୁଁ କ'ଣ କରିବାକୁ ଚାହୁଁଛି ତାହା ଚିନ୍ତା କରେ। ଯଦି ମୁଁ ଜଣେ କର୍ମଚାରୀ ହୋଇ ରହିବାକୁ ଚାହୁଁଛ, ତାହେଲେ ମୋତେ ଏଠାରେ (ଟିଏମସି) ରହିବାକୁ ହେବ। ଯଦି ମୋତେ ନିଜେ ଆଗକୁ ବଢ଼ିବାକୁ ଚାହୁଁଛ, ତାହେଲେ ମୋତେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ସହ ମିଶିବାକୁ ହେବ।"

ଏହା ସହ ପଢନ୍ତୁ: ନିର୍ବାଚନ ବେଳେ ଗୋଡ଼ରେ ଆଘାତ ଲାଗିବା ଘଟଣା; ମମତା ବାନାର୍ଜୀଙ୍କ ବିରୋଧରେ ହେବ ତଦନ୍ତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଟିଏମସି କିପରି କାମ କରେ, ସେକଥା ପ୍ରଣବ ମୁଖାର୍ଜୀ ଭଲ ଭାବରେ ଜାଣିଥିଲେ। ଟିଏମସି ପିଉସୀ (ମମତ ବାନାର୍ଜୀ) ଏବଂ ପୁତୁରା (ଅଭିଷକେ ବାନାର୍ଜୀ) ଆଦେଶରେ ପରିଚାଳିତ ହୋଇଥାଏ। ସେ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ। କେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ଶୁଭେନ୍ଦୁ ଅଧିକାରୀ ଆହୁରି କହିଥିଲେ, "ମୁଁ One Man Party ଏବଂ One Woman Party ବିଷୟରେ ଶୁଣିଥିଲି।" ହେଲେ ଟିଏମସି ହେଉଛି ପିଉସୀ-ପୁତୁରା ଦ୍ୱାରା ପରିଚାଳିତ ହେଉଥିବା ଦଳ। ଏହି ଦଳ (ଟିଏମସି) ସମ୍ପୂର୍ଣ୍ଣ ଭାବରେ ଏକ କମ୍ପାନୀ ଭଳି କାର୍ଯ୍ୟ କରେ। ଏହି ଦଳରେ ଜଣେ ପରିଚାଳନା ଅଧ୍ୟକ୍ଷ ଏବଂ ଜଣେ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।" ସେ ଟିଏମସି ଛାଡିବାର ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ। ଆଉ କହିଥିଲେ ଯେ, "ମୁଁ ସେଠାରେ ଜଣେ କର୍ମଚାରୀ ଭାବରେ ରହିବାକୁ ଚାହୁଁ ନଥିଲି। ସେଥିପାଇଁ ମୁଁ ଟିଏମସି ଛାଡ଼ିଦେଲି।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକାରୀ କହିଥିଲେ, "ଆଜି ମଧ୍ୟ ମୋ ମନରେ ପ୍ରଣବ ମୁଖାର୍ଜୀଙ୍କ ପ୍ରତି ସମ୍ମାନ ଅଛି ଏବଂ ମୁଁ ତାଙ୍କୁ ସବୁବେଳେ ସମ୍ମାନିତ କରୁଥିବି।" ସେ କହିଥିଲେ, "ସେ ମୋ ପାଇଁ ଜଣେ ଅଭିଭାବକ, ପରାମର୍ଶଦାତା ପରି ଥିଲେ ଏବଂ ରାଜନୀତି ବାହାରେ ସେ ମୋତେ ସର୍ବଦା ସାହାଯ୍ୟ କରିଥିଲେ।" ପ୍ରଣବ ମୁଖାର୍ଜୀ ଶେଷ ଥର ପାଇଁ ତାଙ୍କୁ କେବେ ପରାମର୍ଶ ଦେଇଥିଲେ ବୋଲି ପଚରାଯିବାରୁ, ଶୁଭେନ୍ଦୁ ଅଧିକାରୀ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଲେ। ସେ କହିଥିଲେ, "ମୁଁ ଦିବଂଗତ ନେତାଙ୍କ ନାମରେ କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ।"