Punjab Elections / ପଞ୍ଜାବରେ ମେଣ୍ଟ ଘୋଷଣା; ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ BJP-ଶିରୋମଣି ଅକାଳୀ ଦଳ
·35 mins ago·2 min read

Key Points
ବର୍ଷ ପରେ ଶିରୋମଣି ଅକାଳୀ ଦଳ ବିଜେପି ନେତୃତ୍ଵାଧୀନ NDAକୁ ଫେରିଛି । ପଞ୍ଜାବରେ ବିଜେପି ଓ ଶିରୋମଣି ଅକାଳୀ ଦଳ ମିଶି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ।
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା ହେଲା ମେଣ୍ଟ । NDAକୁ ଫେରିଲା ଶିରୋମଣି ଅକାଳୀ ଦଳ । ୬ ବର୍ଷ ପରେ ଶିରୋମଣି ଅକାଳୀ ଦଳ ବିଜେପି ନେତୃତ୍ଵାଧୀନ NDAକୁ ଫେରିଛି । ପଞ୍ଜାବରେ ବିଜେପି ଓ ଶିରୋମଣି ଅକାଳୀ ଦଳ ମିଶି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, "ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଜାବକୁ ନିଶା ଓ ଦୁର୍ନୀତି ମୁକ୍ତ କରିବା ।" ୨୦୨୯ ଡିସେମ୍ବର ୩୧ ସୁଦ୍ଧା ପଞ୍ଜାବକୁ ନିଶା ମୁକ୍ତ କରିବାକୁ ଅମିତ ଶାହ ଡେଡଲାଇନ୍ ମଧ୍ୟ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ୨ବର୍ଷ ପରେ ନିଜ ଦେଶ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଇଚ୍ଛା, ସରକାର କହିଲେ ହାତକଡ଼ି ପିନ୍ଧି ଫେରିବେ
ଅକାଳୀ ଦଳକୁ NDAକୁ ଅମିତ ଶାହ ସ୍ଵାଗତ କରିଛନ୍ତି । କହିଛନ୍ତି, "ଆଜି NDAର ସବୁଠୁ ପୁରୁଣା ସାଥି ଫେରିଛି । ପଞ୍ଜାବ ବିଧାନସଭା ନିର୍ବାଚନରେ ଶିରୋମଣି ଅକାଳୀ ଦଳ ବଡ଼ ଭାଇର ଭୂମିକା ତୁଲାଇବ । ସୁଖବୀର ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଚେହେରା ହେବେ ।"
ନିର୍ବାଚନକୁ ନେଇ ଅମିତ ଶାହ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, "ମେଣ୍ଟ ପୂର୍ବରୁ ହିଁ ଦୁଇ ଦଳକୁ ହରାଇବା ନିଶ୍ଚିତ ଥିଲା । ଏବେ ମେଣ୍ଟ ପରେ ଦୁଇ ଦଳ ହାରିବା ସୁନିଶ୍ଚିତ ହୋଇ ଯାଇଛି ।"
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଶିରୋମଣି ଅକାଳୀ ଦଳକୁ NDAରେ ସ୍ଵାଗତ କରିଛନ୍ତି । ବିଜେପି ଓ ଶିରୋମଣି ଅକାଳୀ ଦଳର ମେଣ୍ଟକୁ ସ୍ଵାଭାବିକ କହିଛନ୍ତି ନୀତିନ ନବୀନ । ସେ କହିଛନ୍ତି, "ଏହି ମେଣ୍ଟ ପଞ୍ଜାବର ଲୋକ ଓ ହିନ୍ଦୁ-ଶିଖ୍ ଏକତା ଲାଗି ଲାଭଦାୟର ହେବ ।"
ଏଥିସହ ପଢ଼ନ୍ତୁ: ପୁଣି ବନ୍ଦ ହେଲା ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍, ରିଷ୍ଟୋର୍ ପାଇଁ ମେଟାର ଉଦ୍ୟମ
କ'ଣ କହିଲେ ସୁଖବୀର ?
ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ମେଣ୍ଟକୁ ଭାବନାତ୍ମକ କହିଛନ୍ତି । ତାଙ୍କ ଅନୁସାରେ, ଏହି ମେଣ୍ଟ ବହୁତ ବର୍ଷ ପୁରୁଣା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୁଣା ସମ୍ପର୍କ ରହିଛି । ଏହା କେବଳ ରାଜନୈତିକ ମେଣ୍ଟ ନୁହେଁ ବରଂ ଭାବନାତ୍ମକ ମିଶ୍ରଣ ବୋଲି କହିଛନ୍ତି ସୁଖବୀର ସିଂହ ବାଦଲ ।
କ'ଣ କହୁଛି ପୁରୁଣା ରେକର୍ଡ ?
ବିଜେପି ଓ ଶିରୋମଣି ଅକାଳୀ ଦଳ ମିଶି ପଞ୍ଜାବରେ ପାଞ୍ଚଥର ନିର୍ବାଚନ ଲଢ଼ିଛନ୍ତି । ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ବିଧାନସଭା ନିର୍ବାଚନ ଦୁଇ ଦଳ ଏକାଠି ଲଢ଼ିଥିଲେ । ପାଞ୍ଚଥରରୁ ତିନିଥର ମେଣ୍ଟ ସରକାର ଗଢ଼ିଥିଲେ । ୧୯୯୭, ୨୦୦୭ ଓ ୨୦୧୨ ନିର୍ବାଚନରେ ବିଜୟୀ ହୋଇଥିଲେ ମେଣ୍ଟ ।

#WATCH | Delhi: Bharatiya Janata Party (BJP) National President Nitin Nabin felicitates Shiromani Akali Dal (SAD) President Sukhbir Singh Badal at the BJP headquarters in New Delhi ahead of announcing their alliance for the 2027 Punjab Assembly elections. https://t.co/K10tGoBSst
— ANI (@ANI) November 24, 2026
ନିର୍ବାଚନକୁ ନେଇ ଅମିତ ଶାହ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, "ମେଣ୍ଟ ପୂର୍ବରୁ ହିଁ ଦୁଇ ଦଳକୁ ହରାଇବା ନିଶ୍ଚିତ ଥିଲା । ଏବେ ମେଣ୍ଟ ପରେ ଦୁଇ ଦଳ ହାରିବା ସୁନିଶ୍ଚିତ ହୋଇ ଯାଇଛି ।"
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଶିରୋମଣି ଅକାଳୀ ଦଳକୁ NDAରେ ସ୍ଵାଗତ କରିଛନ୍ତି । ବିଜେପି ଓ ଶିରୋମଣି ଅକାଳୀ ଦଳର ମେଣ୍ଟକୁ ସ୍ଵାଭାବିକ କହିଛନ୍ତି ନୀତିନ ନବୀନ । ସେ କହିଛନ୍ତି, "ଏହି ମେଣ୍ଟ ପଞ୍ଜାବର ଲୋକ ଓ ହିନ୍ଦୁ-ଶିଖ୍ ଏକତା ଲାଗି ଲାଭଦାୟର ହେବ ।"
ଏଥିସହ ପଢ଼ନ୍ତୁ: ପୁଣି ବନ୍ଦ ହେଲା ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍, ରିଷ୍ଟୋର୍ ପାଇଁ ମେଟାର ଉଦ୍ୟମ
କ'ଣ କହିଲେ ସୁଖବୀର ?
ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ମେଣ୍ଟକୁ ଭାବନାତ୍ମକ କହିଛନ୍ତି । ତାଙ୍କ ଅନୁସାରେ, ଏହି ମେଣ୍ଟ ବହୁତ ବର୍ଷ ପୁରୁଣା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୁଣା ସମ୍ପର୍କ ରହିଛି । ଏହା କେବଳ ରାଜନୈତିକ ମେଣ୍ଟ ନୁହେଁ ବରଂ ଭାବନାତ୍ମକ ମିଶ୍ରଣ ବୋଲି କହିଛନ୍ତି ସୁଖବୀର ସିଂହ ବାଦଲ ।
କ'ଣ କହୁଛି ପୁରୁଣା ରେକର୍ଡ ?
ବିଜେପି ଓ ଶିରୋମଣି ଅକାଳୀ ଦଳ ମିଶି ପଞ୍ଜାବରେ ପାଞ୍ଚଥର ନିର୍ବାଚନ ଲଢ଼ିଛନ୍ତି । ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ବିଧାନସଭା ନିର୍ବାଚନ ଦୁଇ ଦଳ ଏକାଠି ଲଢ଼ିଥିଲେ । ପାଞ୍ଚଥରରୁ ତିନିଥର ମେଣ୍ଟ ସରକାର ଗଢ଼ିଥିଲେ । ୧୯୯୭, ୨୦୦୭ ଓ ୨୦୧୨ ନିର୍ବାଚନରେ ବିଜୟୀ ହୋଇଥିଲେ ମେଣ୍ଟ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: